କରୋନାକୁ ଲାଗୁନି ବ୍ରେକ୍, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଛୁଇଁବ, ଭୁବନେଶ୍ୱରରେ ଅବସ୍ଥା ବେହାଲ

Published By : Prameya-News7 Bureau | August 30, 2020 IST

ଭୁବନେଶ୍ବର ୩୦।୮: ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଲକ୍ଷେ ଛୁଇଁବ କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୩୨୫୨ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତ ସଂଖ୍ୟା ୯୭ ହଜାର ଟପିଯାଇଛି । ଅନ୍ୟପଟେ ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ବର୍ତ୍ତମାନ ମୋଟ ସୁସ୍ଥ ସଂଖ୍ୟା ମଧ୍ୟ ୭୦ ହଜାର ଟପିଛି ।

ରାଜ୍ୟରେ ସଂକ୍ରମଣରେ ଖୋର୍ଦ୍ଧା ଜିଲ୍ଲାରେ ସବୁଠୁ ଆଗରେ ରହିଛି । ଗତ ୨୪ଘଣ୍ଟାରେ ଜିଲ୍ଲାରୁ ୭୬୨ ସଂକ୍ରମିତ ହୋଉଛନ୍ତି । ଦ୍ରୁତ ସଂକ୍ରମଣରେ କଟକ ଓ ଗଞ୍ଜାମ ଜିଲ୍ଲାକୁ ପଛରେ ପକାଇ ଖୋର୍ଦ୍ଧା ଜିଲ୍ଲା ଆଗରେ ରହିଛି । କଟକ ଓ ଗଞ୍ଜାମ ଜିଲ୍ଲାର ପାଖାପାଖି ଦୁଇ ଗୁଣା ସଂକ୍ରମିତ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ପରେ ଏହା ସୁପର ହଟସ୍ପଟ୍‌ ପାଲଟିଛି ।

ଖୋର୍ଦ୍ଧା ଜିଲ୍ଲା ଏବେ ଡରାଇବା ଆରମ୍ଭ କଲାଣି । ଏବେ ଖୋର୍ଦ୍ଧାରୁ ଦୈନିକ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗୁଛି । ଏବେସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୫ହଜାର ୪୬୨ରେ ପହଞ୍ଚିଯାଇଛି । ଭୁବନେଶ୍ୱରରେ ସଂକ୍ରମଣ ଏବେ ବିପଜ୍ଜନକ ଭାବେ ବଢୁଛି । ଗତ ୨୪ ଘଣ୍ଟାରେ ଦିନକରେ ୫୦୫ ପଜିଟିଭ୍‌ ବାହାରିଛନ୍ତି । ଏକାଧିକ ସରକାରୀ ଅଫିସ୍‌ କର୍ମଚାରୀ, ବସ୍ତି, କଲୋନୀ, ପୁଲିସ କର୍ମଚାରୀ ଓ ହସ୍ପିଟାଲ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି ।

ଅନ୍ୟପଟେ ଓଡିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୯୭ହଜାର ୯୨୦ ପହଞ୍ଚିଛି । ଶନିବାର ୫୮ହଜାର ୮୧୩ ନମୁନା ପରୀକ୍ଷା (ଟେଷ୍ଟିଂ) ହୋଇଛି । ଗତ ଶୁକ୍ରବାର ୫୪୮୪୦ ନମୁନା ପରୀକ୍ଷା ହୋଇଥିଲା । ଶନିବାର ଆଉ ୩୯୭୩ ଅଧିକ ଟେଷ୍ଟିଂ ହୋଇଛି । ଶନିବାର ସୁଦ୍ଧା ରାଜ୍ୟରେ ୧୬ଲକ୍ଷ ୭୦ହଜାର ୯୧୦ ଟେଷ୍ଟିଂ ହୋଇଛି । ମୋଟ ପଜିଟିଭ୍‌ ହାର ୫.୮୬% ଥିବାବେଳେ ନେଗେଟିଭ୍‌ ହାର ୯୪.୧୪% ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.