Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||

ଖୋର୍ଦ୍ଧା ସବ୍ ଜେଲର ବ୍ରାଉନ ସୁଗାର ଭିଡିଓର ଆରମ୍ଭ ହେଲା ତନାଘନା : ଭିଡିଓକୁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ କରାଯାଇଥିବା ପରୋକ୍ଷରେ ଆଭାସ

8/06/2020 at 4:48 PM

ଭୁବନେଶ୍ୱର ୦୮/୦୬ : ଖୋର୍ଦ୍ଧା ସବ ଜେଲରେ ବ୍ରାଉନସୁଗାର ବେପାର ଘଟଣାର ଆସିଲା ତଦନ୍ତ ରିପୋର୍ଟ । ଜେଲ ବିଭାଗକୁ ରିପୋର୍ଟ ଦେଲା ଖୋର୍ଦ୍ଧା ଜିଲ୍ଲା ପୋଲିସ । ଅନ୍ୟପଟେ କର୍ତ୍ତବ୍ୟରେ ଅବହେଳା ଯୋଗୁ ଏହି ଜେଲର ତିନି କର୍ମଚାରୀଙ୍କୁ ବଦଳି କରାଯାଇଛି । ସେପଟେ ଜେଲ ଡିଜିଙ୍କ କହିବା କଥା ଭିଡିଓ କେବେ ଉତ୍ତୋଳନ କରାଯାଇଛି ତାର ହେବ ସାଇବର ତଦନ୍ତ । …….


ଖୋର୍ଦ୍ଧା ଜେଲରେ ବ୍ରାଉନ ସୁଗାର ଭିଡିଓ ର ଆରମ୍ଭ ହେଲା ତନାଘନା । ଆସିଲା ଖୋର୍ଦ୍ଧା ଜିଲ୍ଲା ପୋଲିସର ତଦନ୍ତ ରିପୋର୍ଟ । ଖୋର୍ଦ୍ଧା ଏସପି ସ୍ବୀକାର କରିଛନ୍ତି ଭିଡିଓରେ ଦେଖାଯାଉଥିବା ସ୍ଥାନ ଖୋର୍ଦ୍ଧା ସବ ଜେଲର ୫ ନମ୍ବର ୱାର୍ଡ। ଯାହାକି ସ୍ପଷ୍ଟ କରୁଛି ଜେଲରେ ପାଉଡର କାରବାର ବେଧଡ଼କ ଚାଲୁଛି। ଏହି ଭିଡିଓ କେବେକାର ଏବଂ ଏହି ଭିଡିଓ ତିଆରି ପଛରେ କି ଉଦ୍ଦେଶ୍ୟ ରହିଛି ଏହାର ଅନୁସଂଧାନ ହେବ। ଶନିବାର ନ୍ୟୁଜ୭ ପକ୍ଷରୁ ଦେଖାଇଥିଲା ଭାଇରାଲ ଭିଡିଓ। ଜେଲ ଭିତରେ ବ୍ରାଉନ ସୁଗାର ପ୍ୟକେଟ ଓ କଏଦୀଙ୍କ କଥାବାର୍ତ୍ତାର ଭିଜୁଆଲ ଦେଖାଦେଇଥିଲା। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲାପାଳ ଓ ପୋଲିସ ପକ୍ଷରୁ ଜେଲ ଭିତରେ ଛାପା ମରାଯାଇଥିଲା । ସେତେବେଳେ ପୋଲିସ ହାତରେ ଲାଗିଥିଲା ଗୁଟଖା, ବିଡି ସିଗାରେଟ ଓ ଖଇନି ପ୍ୟାକେଟ। ନା ମୋବାଇଲ ମିଳିଥିଲା ନା ପାଉଡର ପ୍ୟାକେଟ। ତଦନ୍ତ ରିପୋର୍ଟ ଖୋର୍ଦ୍ଧା ଜିଲ୍ଲା ପୋଲିସ ଜେଲ ବିଭାଗକୁ ପଠାଇଛି ।

ସେପଟେ ଜେଲ ଡିଜିଙ୍କ କହିବା କଥା ପୁର୍ବରୁ ଯେତେଥର ଏଭଳି ଅଭିଯୋଗ ଆସିଛି ତାର ତଦନ୍ତ କରାଯାଇଛି । ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏ କେସରେ ମଧ୍ୟ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏହି ଭିଡିଓକୁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ କରାଯାଇଥିବା ଜେଲ ଡିଜି ପରୋକ୍ଷ ଆଭାସ ଦେଇଛନ୍ତି।
ଗୋଟିଏ ପଟେ ଖୋର୍ଦ୍ଧା ସବଜେଲ ବିରୋଧରେ ଅଭିଯୋଗ , ଅନ୍ୟପଟେ ସୋମବାର ଏହି ଜେଲର ତିନିଜଣ ୱାର୍ଡରଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରାଯାଇଛି ।

   Related Posts