କୋଭିଡ ନିୟନ୍ତ୍ରଣ ପାଇଁ ବ୍ୟାପକ ପରୀକ୍ଷଣ, ଲକ୍ଷଣ ଥିବା ଲୋକ ଓ ଗର୍ଭବତୀଙ୍କ ଚିକିତ୍ସାକୁ ପ୍ରାଥମିକତା-ଖୋର୍ଦ୍ଧା ଜିଲ୍ଲାପାଳ

Published By : Prameya-News7 Bureau | September 12, 2020 IST

ଭୁବନେଶ୍ୱର ୧୨।୦୯: ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ରହିଛି । ପ୍ରତିଦିନ ସଂକ୍ରମଣ ଗ୍ରାଫ ଉପରମୁହାଁ ହୋଇ ଚାଲିଛି । ଖାସ୍‌ କରି ଖୋର୍ଦ୍ଧା , କଟକ ଓ ପୁରୀ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ଆଣିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଫଛି ।

ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତି କହିଛନ୍ତି ଯେ, ଖୋର୍ଦ୍ଧାରେ କୋଭିଡ ନିୟନ୍ତ୍ରଣ ପାଇଁ ବ୍ୟାପକ ପରୀକ୍ଷଣ କରାଯାଉଛି। ଯେତେ ଅଧିକ ପରୀକ୍ଷା ହେବ, ସେତେ ଶୀଘ୍ର ଚିକିତ୍ସା ହେବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି ଜିରୋ କାସୁଆଲିଟି । ତେଣୁ ଲକ୍ଷଣ ଥିବା ଲୋକ ଓ ଗର୍ଭବତୀ ମହିଳାଙ୍କ ଚିକିତ୍ସାକୁ ପ୍ରାଥମିକତା ଦିଆଯାଉଛି। ସେମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ସେହିପରି ସଂକ୍ରମିତ ବସ୍ତି ଅଞ୍ଚଳରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେଣୁ ବସ୍ତି ଅଞ୍ଚଳକୁ ଅଧିକ ଗୁରୁତ୍ବ ଦିଆଯାଉଛି । ବ୍ୟାପକ ପରିମାଣରେ କୋଭିଡ଼ ଟେଷ୍ଟ ଚାଲିଛି । ଯାହାଫଳରେ କି ଅଧିକ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.