କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତାଲିକା ଜାରି : ରେଡ୍ ଜୋନ୍‌ରେ ଓଡିଶାର ୩ ଜିଲ୍ଲା, ଅରେଞ୍ଜ ଜୋନକୁ ଆସିଲା ଖୋର୍ଦ୍ଧା

Published By : Prameya-News7 Bureau | May 01, 2020 IST

ନୂଆଦିଲ୍ଲୀ ୦୧।୦୫: କରୋନା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି । ମେ ୩ ତାରିଖରେ ପରିବର୍ଦ୍ଧିତ ଲକ୍ ଡାଉନ୍ ଅବଧି ଶେଷ ହେବାକୁ ଯାଉଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନୂତନ ରେଡ୍, ଅରେଞ୍ଜ ଓ ଗ୍ରୀନ ତାଲିକା ଘୋଷଣା ହୋଇଛି । ସମ୍ପୃକ୍ତ ଅଞ୍ଚଳର କରୋନା ଭାଇରସ୍ ପରିସ୍ଥିତିକୁ ଆଧାର କରି ଏଥିରେ ରାଜ୍ୟ ଓ ଜିଲ୍ଲାମାନଙ୍କୁ ବିଭିନ୍ନ ରେଡ୍, ଅରେଞ୍ଜ୍ ଓ ଗ୍ରୀନ୍ ଜୋନ୍ ଭାବେ ବର୍ଗିକରଣ କରାଯାଇଛି। ଏଥିରେ ଓଡ଼ିଶାର ୩ ଜିଲ୍ଲା ରେଡ୍, ୬ ଜିଲ୍ଲା ଅରେଞ୍ଜ୍  ଓ ୨୧ ଜିଲ୍ଲା ଗ୍ରୀନ୍ ଜୋନ୍ ରହିଛି ।

{"id":262977,"width":570,"height":746,"sizeSlug":"large"}

ଓଡିଶାର ୩ଟି ଜିଲ୍ଲା ଭଦ୍ରକ, ବାଲେଶ୍ବର ଓ ଯାଜପୁରକୁ ରେଡ୍ ଜୋନ୍ ତାଲିକାଭୁକ୍ତ କରାଯାଇଛି।  ରେଡରୁ ଅରେଂଜ ଜୋନକୁ ଆସିଲା ଖୋର୍ଦ୍ଧା ଜିଲ୍ଲା । ଅରେଞ୍ଜ୍ ଜୋନରେ ରହିଛି ଖୋର୍ଦ୍ଧା ସମେତ ୬ଟି ଜିଲ୍ଲା । ଏସବୁ ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ସୁନ୍ଦରଗଡ, କେନ୍ଦ୍ରାପଡା, କୋରାପୁଟ, ଢେଙ୍କାନାଳ, କଳାହାଣ୍ଡି ।  ଓଡ଼ିଶାର ଅବଶିଷ୍ଟ ୨୧ ଜିଲ୍ଲା ରହିଛି ଗ୍ରୀନ୍ ଜୋନ୍ ତାଲିକାରେ ରହିଛି ।

{"id":262978,"width":567,"height":819,"sizeSlug":"large"}

ବିଭିନ୍ନ ରାଜ୍ୟର ସରକାର ଓ ମୁଖ୍ୟ ସଚିବମାନଙ୍କ ସହ ପରାମର୍ଶ କରି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତା ସମେତ ସମସ୍ତ ମେଟ୍ରୋ ସିଟିକୁ ରେଡ୍ ଜୋନ୍ ତାଲିକାଭୁକ୍ତ କରିଛନ୍ତି । ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ଅହମଦାବାଦ ସହରଗୁଡ଼ିକ ମଧ୍ୟ ରେଡ୍ ଜୋନ୍ ରେ ରହିଛି । ଦେଶର ୧୩୦ଟି ଜିଲ୍ଲାକୁ ରେଡ୍ ଜୋନ୍  ଭାବେ ଘୋଷଣା କରାଯାଇଥିବା ବେଳେ ୨୮୪ଟି ଜିଲ୍ଲାକୁ ଅରେଞ୍ଜ୍ ଓ ୩୧୯ ଜିଲ୍ଲାକୁ ଗ୍ରୀନ୍ ଜୋନ୍ ତାଲିକାଭୁକ୍ତ କରାଯାଇଛି । ୨୧ ଦିନ ମଧ୍ୟରେ ନୂଆ ସଂକ୍ରମଣ ନ ଥିବା ଜିଲ୍ଲାଗୁଡ଼ିକୁ ଗ୍ରିନ୍ ଜୋନ୍ ଭାବେ ବିଚାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.