ଭଙ୍ଗା ହେଲା ଅପରାଧୀ ଛୋଟାର କୋଠା : ବ୍ରାଉନ ସୁଗାର ମାଫିଆର ବିଶାଳ କୋଠାକୁ ଭାଙ୍ଗିଲା ଖୋର୍ଦ୍ଧା ପ୍ରଶାସନ

Published By : Prameya-News7 Bureau | July 15, 2019 IST

ଖୋର୍ଦ୍ଧା ୧୫/୭: ଭଙ୍ଗା ହେଲା ଛୋଟାର କୋଠା। ଡ୍ରଗ୍ସ ମାଫିଆ ବ୍ରାଉନ ସୁଗାର ବେପାରୀ ଛୋଟା ଓରଫ ଶୁଭ୍ରାଂଶୁ ପରିଡାର କୋଠାକୁ  ଭାଙ୍ଗିଲା ପ୍ରଶାସନ। ସରକାରୀ ଯାଗାରେ ୪ ଶହ ଡିସିମିଲି ଉପରେ ଜବର ଦଖଲ କରି ତିଆର କରିଥିଲା ଆଲିଶାନ କୋଠା।

{"id":133850}

ଶୀତତାପ ନିୟନ୍ତ୍ରିତ କୋଠରୀରେ ଥିଲା ଭୋଗବିଳାସର ଦାମୀ ସାମଗ୍ରୀ।  ଗୋଟିଏ କିମ୍ବା ଦୁଇଟି ନୁହଁ ୪ ରୁ ୫ଟି ଦାମୀ ଗାଡି ଚଢୁଥିଲା।ଛୋଟାର ଆଡ୍ଡା ସ୍ଥଳୀ ଭାଙ୍ଗିବା ପାଇଁ ଗତ ସୋମବାର ଉପଜିଲ୍ଲାପାଳ ଭାଙ୍ଗିବାକୁ ନୋଟିସ କରିଥିଲେ। ଡ୍ରଗ୍ସ ବେପାରୀ ଛୋଟାର ଡ୍ରଗ୍ସ ବେପାର ଜମିବାଡ଼ି ଏବଂ ବେଆଇନ ଖଣି କାରବାରର ମସୁଧା ଏହି କୋଠାରେ ହୋଇଥାଏ ।

{"id":133851}

ବିଗତ ପ୍ରାୟ ୩ ବର୍ଷ ହେବ କଳାବେପାର ସମ୍ରାଜ୍ୟର ବାଦଶାହା ହୋଇଯାଇଥିଲା ଛୋଟା। ପୁଲିସ ଗଇନ୍ଦା ବିଭାଗ ଓ ଅବକାରୀ ବିଭାଗ ଛୋଟା ଉପରେ ନଜର ରଖିଥଇଲେ ମଧ୍ୟ ବାରାମ୍ବାର ଚକମା ଦେଇ ଛୋଟା ଖସି ଯାଉଥିବାରୁ ଟାର୍ଗେଟ କରିଥିଲା ଏସଟିଏଫର ଏନକାଉଣ୍ଟର ଟିମ୍।

{"id":133852}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.