Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଜାତୀୟସ୍ତରର ଖୋ-ଖୋ ଖେଳାଳିଙ୍କୁ ହତ୍ୟା ଘଟଣା, ପୋଲିସ୍‌ ହାତରେ ଆକ୍ରମଣ ସମୟର ଅଡିଓ, ଗିରଫ ହେଲା ଅଭିଯୁକ୍ତ

14/09/2021 at 10:46 PM

ବିଜ୍‌ନୋର, ୧୪/୦୯: ସେପ୍ଟେମ୍ୱର ୧୦ ତାରଖରେ ଜଣେ ଖୋ-ଖୋ ଖେଳାଳିଙ୍କୁ ନିର୍ମମ ଭାବେ ହତ୍ୟା ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ଆକ୍ରମଣ ସମୟରେ ସେ ଫୋନ୍‌ରେ ଜଣେ ସାଙ୍ଗ ସହିତ କଥା ହେଉଥିବା ଜଣାପଡ଼ିଥିଲା । ଏହି ସମୟର ଅଡିଓ ଏବେ ପୋଲିସ୍‌ ହାତରେ ଲାଗିଛି । ଯାହାକି ତାଙ୍କ ହତ୍ୟାର ଏକ ବଳିଷ୍ଠ ପ୍ରମାଣ ।

ଏହି ଅଡିଓରେ ଆଖପାଖରେ କିଛି ଅଲଗା ସାଉଣ୍ଡ୍‌ ହେଉଥିବାର ଶୁଣିବାକୁ ମିଳୁଛି । ଏନେଇ ବିଜନୋର ପୋଲିସ୍‌ ସୁପରିଟେଣ୍ଡେଣ୍ଟ୍‌ ଧରମ ବୀର ସିଂହ କହିଛନ୍ତି ଯେ, ଏହି ଅଡ଼ିଓ ରେକର୍ଡିଂରୁ ତାଙ୍କ ଉପରେ ଆକ୍ରମଣ ହେବା ସମୟରେ ସେ କାହା ସହିତ କଥା ହେଉଥିବା ସ୍ପଷ୍ଟ ହୋଇଛି । ଏହି ଘଟଣା ସମୟର ସମସ୍ତ ସାଉଣ୍ଡ୍‌ ଫୋନ୍‌ରେ ରେକର୍ଡିଂ ହୋଇଯାଇଛି । ଘଟଣା ଅନୁସାରେ ୨୪ ବର୍ଷୀୟ ଏହି ଜାତୀୟ ସ୍ତରର ଖୋ-ଖୋ ଖେଳାଳିଙ୍କୁ ଉତ୍ତରପ୍ରଦେଶ, ବିଜନୋର୍‌ରେ ହତ୍ୟା କରାଯାଇଥିଲା । ଆକ୍ରମଣ ବେଳେ ସେ ନିଜକୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ପାରିନଥିଲେ । ତାଙ୍କ ମୃତଦେହ ସେ ରହୁଥିବା ଘରଠାରୁ କିଛି ଦୂରରେ ପଡ଼ିଥିଲା । ନାକରୁ ତାଙ୍କର ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିବା ବେଳେ ତାଙ୍କର ଗୋଟିଏ ଦାନ୍ତ ନଥିଲା। ପାଖରେ ତାଙ୍କର ଓଢ଼ଣୀ ପଡ଼ିଥିଲା । ଯାହାକି ତାଙ୍କୁ ମାରିବରେ ଉପଯୋଗ କରାଯାଇଥିବା ସନ୍ଦେହ କରାଯାଉଛି ।      

ତେବେ ସ୍ଥାନୀୟ ପୋଲିସ୍‌ ଅଭିଯୁକ୍ତ ପାଖରେ ପହଞ୍ଚିବାରେ ସଫଳ ହୋଇଛି । ଅଭିଯୁକ୍ତ ରେଲ୍‌ୱେ ଷ୍ଟେସନରେ କାମ କରେ । ନିଶାରେ ସେ ଯୁବତୀକୁ ଦୁଷ୍କର୍ମ କରିବା ଉଦ୍ଦେଶ୍ୟରେ ତାଙ୍କର ହତ୍ୟା କରିଥିବା ଜଣାପଡ଼ିଛି ।      

   Related Posts