ଆଇଏସଏଲ ୨୦୨୦-୨୧ରେ ଓଡିଶା ଏଫସିର ପାର୍ଟନର ଖିମଜୀ ଜୁଏଲର୍ସ
24/11/2020 at 7:04 PM

ଭୁବନେଶ୍ବର ୨୪/୧୧ : ଆରମ୍ଭ ହେବାକୁ ଯାଉଛି ଦେଶରେ ବୃହତ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଇଣ୍ଡିଆନ ସୁପର ଲିଗର ୭ମ ସଂସ୍କରଣ । ଦେଶର ଅଗଣିତ ପ୍ରଶଂସକ ଶୀତଦିନରେ ହେବାକୁ ଥିବା ଏହି ଫୁଟବଲ ସଂସ୍କରଣକୁ ଆତୁରତାର ସହିତ ଚାହିଁ ରହିଥାନ୍ତି । ଓଡିଶାର ଫୁଟବଲପ୍ରେମୀଙ୍କ ପାଇଁ ଏହା ବହୁତ ଖାସ କାରଣ ରାଜ୍ୟର ନିଜସ୍ବ ଫୁଟବଲ ଫ୍ରାଞ୍ଚାଇଜ୍ ଓଡିଶା ଏଫସି ଏହାର ଦର୍ଶକମାନଙ୍କୁ ରୋମିଞ୍ଚିତ କରେ । ଏଥିରେ ରାଜ୍ୟର ସବୁଠାରୁ ପୁରୁଣା ଗହଣା ବ୍ରାଣ୍ଡ୍ ଖିମଜୀ, ଫ୍ରାଞ୍ଚାଇଜ୍ ଓଡିଶା ଏଫସି ସହ ମିଶି ଦର୍ଶକଙ୍କ ଖୁସିକୁ ଦ୍ବିଗୁଣିତ କରେ । କରୋନା ମହାମାରୀ ସମୟରେ ଏହା ହେଉଛି ଦେଶର ପ୍ରଥମ କ୍ରୀଡା ଉତ୍ସବ ଯାହାକି ନଭେମ୍ବର ୨୦ରୁ ଗୋଆରେ ଆରମ୍ଭ ହୋଇସାରିଛି । ଓଡିଶା ଏଫସି ଟିମ ଚଳିତ ଥର କଳାଧଳା ଜର୍ସିରେ ନଜର ଆସିବାକୁ ଥିବା ଯେଉଁଥିରେ କି ଅନ୍ୟ ସ୍ପୋନସରମାନଙ୍କ ସହିତ ଖେଳାଳୀଙ୍କ ବାହୁରେ ଖିମଜୀର ଲୋଗୋ ରହିବ । ମହାମାରୀ କାରଣରୁ ବିନା ଦର୍ଶକରେ ଚାଲୁ ରହିଛି ଏହ ମେଗା ଇଭେଣ୍ଟ୍ ।
ଏହି ଅବସରରେ ଖିମଜୀ ଜୁଏଲର୍ସ ଏବଂ ଖିମଜୀ ଗ୍ରୁପର ନିର୍ଦ୍ଦେଶକ ମିତେଶ ଖିମଜୀ କହିଛନ୍ତି, “ଆମ ରାଜ୍ୟର ନିଜସ୍ୱ ଆଇଏସଏଲ ଦଳ, ଓଡ଼ିଶା ଏଫସିର ଅଫିସିଆଲ୍ ପାର୍ଟନର ହୋଇଥିବାରୁ ଆମେ ବହୁତ ଖୁସି। ଡେବ୍ୟୁ ସିଜିନରେ ଓଡିଶା ଏଫସିର ଶେଷ ପ୍ରୟାସ ଆଶ୍ଚର୍ଯ୍ୟଜନକ ଥିଲା ଏବଂ ଆମେ ଆଶା କରୁଛୁ ଏହି ସିଜିନରେ ଦଳ ଆହୁରୀ ଅଧିକ ଶକ୍ତିଶାଳୀ ଫୁଟ୍ ପ୍ରିଣ୍ଟ୍ ଦେଖାଇବ | ଖିମଜୀ ଜୁଏଲର୍ସ ୧୯୩୬ ପରଠାରୁ ରାଜ୍ୟର ସର୍ବ ପୁରାତନ ଘରୋଇ ବ୍ୟବସାୟ ଗୋଷ୍ଠୀ ଭାବରେ, ଆମେ ଏହି ସହଭାଗିତା ପାଇଁ ଗର୍ବ ଅନୁଭବ କରୁଛୁ ଏବଂ ରାଜ୍ୟର ବିଭିନ୍ନ ପ୍ରତିଭା ଏବଂ କୌଶଳକୁ ଉତ୍ସାହିତ କରିବା ପାଇଁ ଆମେ ଏହିପରି ଉଦ୍ୟମ ଜାରି ରଖିବୁ’ ।
୨୦୧୯-୨୦ ସିଜିନରେ ଓଡ଼ିଶା ଏଫ୍ସି ଡେବ୍ୟୁ କରିଥିଲା ଏବଂ ଲିଗ୍ ଟେବୁଲରେ ଷଷ୍ଠ ସ୍ଥାନ ସହ ଅଭିଯାନ ଶେଷ କରିଥିଲା । ୨୦୨୦-୨୧ ସିଜିନରେ ଓଡିଶା ଏଫସି ଆହୁରି ଶକ୍ତିଶାଳୀ ହେବା ସହିତ ଉନ୍ନତ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ପ୍ରଶଂସକ । କ୍ରୀଡ଼ାରେ କର୍ପୋରେଟ୍ ଅଂଶଗ୍ରହଣ ଏବଂ ଏହାର ପ୍ରଭାବ ବିଷୟରେ ରାଜ୍ୟ ପ୍ୟାନେଲ୍ ଫୁଟବଲ୍ ରେଫରି FAO, ସିନିୟର ପ୍ୟାନେଲ୍ କ୍ରିକେଟ୍ ଅମ୍ପାୟାର୍ , ଓସିଏ ଆଣ୍ଡ ଏମିଟେଡ୍ ସ୍ପୋର୍ଟ ସ୍ତମ୍ଭକାର ନିର୍ମଳ ମିଶ୍ର କହିଛନ୍ତି ଯେ, ଓଡିଶା ଏଫସିରେ ଖିମଜୀ ଭଳି ଏକ ବୃହତ୍ କର୍ପୋରେଟ୍ ହାଉସ୍ ପାର୍ଟନରସିପ କରିଥିବା ଖୁସି ଖବର । ଏହା ଆଗାମୀ ଦିନରେ କ୍ରୀଡା କ୍ଷେତ୍ରରେ ବ୍ୟାପକ ସୁବିଧାସୁଯୋଗ ଉପଲବ୍ଧ ହେବା ସହିତ ରାଜ୍ୟରେ କ୍ରୀଡା ପ୍ରତିଭାମାନଙ୍କୁ ଉତ୍ସାହିତ କରିବ ।