କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ଖିମଜୀ ଗ୍ରୁପର ସଦସ୍ୟ, ଗାଇଲେ ବନ୍ଦେ ଉତ୍କଳ ଜନନୀ

Published By : Prameya-News7 Bureau | May 30, 2020 IST

ଭୁବନେଶ୍ୱର, ୩୦|୦୫:  କରୋନା ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ସାରା ରାଜ୍ୟବାସୀ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି। ଅପରାହ୍ନ ୫ଟା ୩୦ ସମୟରେ ସାରା ରାଜ୍ୟରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି । ଏଥିରେ ସାମିଲ ହୋଇଛନ୍ତି ଖିମଜୀ ଗ୍ରୁପର ସଦସ୍ୟ ।

ଭୁବନେଶ୍ୱର ମୁଖ୍ୟାଳୟ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଖିମଜୀର ଶାଖାରେ କର୍ମଚାରୀମାନେ ଶନିବାର ଅପରାହ୍ନ ୫ଟା୩୦ ସମୟରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।

wp:html /wp:html


କର୍ପୋରେଟ୍‌ କାର୍ଯ୍ୟାଳୟ ସହ ଭୁବନେଶ୍ୱର, କଟକ , ବ୍ରହ୍ମପୁର ଓ ରାଉରକେଲା ଶାଖାରେ ରାଜ୍ୟ ସଙ୍ଗୀତକୁ କରୋନା ଯୋଦ୍ଧାଙ୍କ ସମ୍ମାନ ଉଦ୍ଦେଶ୍ୟରେ ଗାନ କରାଯାଇଥିଲା । ଖିମଜୀ ଗ୍ରୁପର ନିର୍ଦେଶକ ମିତେଶ ଖିମଜୀ ଓ ସୁମୀତ ଖିମଜୀଙ୍କ ତତ୍ୱାବଧାନରେ ରାଜ୍ୟ ସଙ୍ଗୀତ ଗାନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.