ରାକ୍ଷୀ ସାଓ୍ବନ୍ତଙ୍କ ବାହାଘର କାର୍ଡ଼ ଅସଲି ନା ନକଲି ? ନିଜେ କଲେ ସ୍ପଷ୍ଟ: ମୁଁ ବାହା ହେଉଛି, ଜାଣନ୍ତୁ କାହାକୁ

Published By : Prameya-News7 Bureau | November 29, 2018 IST

ମୁମ୍ବାଇ ୨୯/୧୧: ଦୀପିକା-ରଣବୀର ଏବଂ ପ୍ରିୟଙ୍କା-ନିକଙ୍କ ପରେ ଏବେ ଆଉ ଜଣେ ବଡ଼ ସେଲିବ୍ରିଟିଙ୍କ ବିବାହ ଖବର ସାମନାକୁ ଆସିଛି। ଏହି ସେଲିବ୍ରିଟି ଜଣକ ଆଉ କେହି ନୁହଁନ୍ତି ହଟ ଗାର୍ଲ ରାକ୍ଷୀ ସାଓ୍ବନ୍ତ। ଆଜ୍ଞା ହଁ, ଶୁଣିକି ଆଶ୍ଚର୍ଯ୍ୟ ହେଉଥିବେ ।  କିନ୍ତୁ ଏହା ସତ। ରାକ୍ଷୀ ସାଓ୍ବନ୍ତ ତାଙ୍କ ପାଇଁ ବର ଖୋଜି ସାରିଛନ୍ତି ଏବଂ ଆସନ୍ତା ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି। ରାକ୍ଷୀ ସାଓ୍ବନ୍ତ ନିଜ ବାହାଘର କାର୍ଡ଼ ସୋଶିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ରାକ୍ଷୀ ସାଓ୍ବନ୍ତ ଯାହାକୁ ବିବାହ କରିବାକୁ ଯାଉଛନ୍ତି ସେ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ସେଲିବ୍ରିଟି। ତାଙ୍କ ନାଁ ଦୀପକ କଲାଲ। ଦୀପକ କଲାଲ ୟୁଟୁବ୍ ସେଲିବ୍ରିଟି। ତା ଛଡ଼ା ସେ ଷ୍ଟାଣ୍ଡ ଅଫ୍ କମେଡ଼ିଆନ୍ ମଧ୍ୟ। ରାକ୍ଷୀ ସାଓ୍ବନ୍ତ ଡିସେମ୍ବର ୩୧ତାରିଖରେ ବିବାହ କରୁଛନ୍ତି। ଏବଂ ସେ ଲସ୍ ଏଞ୍ଜେଲସରେ ବିବାହ କରୁଛନ୍ତି। ରାକ୍ଷୀଙ୍କ ଛଡ଼ା ଦୀପକ ମଧ୍ୟ ବିବାହ କାର୍ଡ଼କୁ ସୋଶିଆଲ ମିଡିଆରେ ସେୟାର କରିଛନ୍ତି। ଏଥି ସହିତ ରାକ୍ଷୀ ସାଓ୍ବନ୍ତଙ୍କ ବୟାନ୍ ମଧ୍ୟ ସାମନାକୁ ଆସିଛି। ସେ ଲେଖିଛନ୍ତି ,‘‘ ହଁ,ଏହା ସତ। ମୁଁ ବାହା ହେବାକୁ ଯାଉଛି। ଇଣ୍ଡଷ୍ଟ୍ରିରେ ସମସ୍ତେ ବିବାହ କରୁଛନ୍ତି। ମୋତେ ଲାଗୁଛି ମୋତେ ବି ଏବେ ବିବାହ କରିନେବା ଉଚିତ୍। ଦୀପକ ମୋତେ ଇଣ୍ଡିଆ ଗଟ୍ ଟାଲେଣ୍ଟ ଶୋ ରେ ପ୍ରପୋଜ କରିଥିଲେ ଏବଂ ମୁଁ ବି ତାଙ୍କୁ ହଁ କରିଦେଇଥିଲି। ଆମେ ବିବାହ ତାରିଖ ସ୍ଥିର କରିଥିଲୁ ଏବଂ ପ୍ରସ୍ତୁତି ଆରମ୍ଭ କରିସାରିଛୁ। ମୁଁ ମୋ ଫ୍ୟାନମାନଙ୍କୁ ଅପଡେଟ୍ ଦେଉଥିବି। ବର୍ତ୍ତମାନ ଆମକୁ କେବଳ ଫ୍ୟାନମାନଙ୍କ ଶୁଭକାମନା ଦରକାର’’। ସୂଚନା ମିଳିଛି ଯେ ରାକ୍ଷୀ ନିଜ ବାହାଘରରେ ନାମୀଦାମୀ ଷ୍ଟାର୍ ଶାହରୁଖ ଖାନ୍,କରଣ ଜୋହରଙ୍କୁ ନିମନ୍ତ୍ରଣ ଦେଉଛନ୍ତି। ରାକ୍ଷୀ ସାଓ୍ବନ୍ତ ହଠାତ୍ ନିଜ ବାହାଘର ଘୋଷଣା କରି ତାଙ୍କ ଫ୍ୟାନମାନଙ୍କୁ ତାଜୁବ୍ କରିଦେଇଛନ୍ତି। ବର୍ତ୍ତମାନ ବିବାହ ପୋଷ୍ଟ କରିବାର ଗୋଟିଏ ଦିନ ହୋଇଛି କି ନାହିଁ ରାକ୍ଷୀଙ୍କ ଭାବୀ ସ୍ବାମୀ ରାକ୍ଷୀଙ୍କ ଭର୍ଜିନିଟି ସାର୍ଟିଫିକେଟ ଜାରି କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.