ବିଷଧର ସାପ କାମୁଡ଼ିବାରୁ କ୍ଷେତ୍ରପାଳ ପଂଚାୟତର ସରପଂଚଙ୍କ ମୃତ୍ୟୁ
10/09/2018 at 12:03 PM
ବିଷଧର ସାପ କାମୁଡ଼ାରେ ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ପଂଚାୟତର ସରପଂଚ ମନ୍ଦାକିନୀ ପରିଡାଙ୍କର ଏବେ ଏବେ କଟକ ବଡ ମେଡିକାଲରେ ମୃତ୍ୟୁ ହୋଇଛି | ଗତକାଲି ବିଳମ୍ବିତ ରାତିରେ ଗୋପାଳପୁର ସ୍ଥିତ ନିଜ ବାସଭବନରେ ତାଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା | ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବଡ଼ଚଣା ଡାକ୍ତରଖାନାକୁ ନିଆଯାଇଥିଲା | ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଡାକ୍ତର କଟକ ବଡ ମେଡିକାଲ ସ୍ଥାନାଂତର କରିଥିଲେ | ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି | ଅନ୍ୟପକ୍ଷରେ ସେହି ସାପଟି ଏବେ ମଧ୍ୟ ତାଙ୍କ ବାସଭବନରେ ରହିଥିବା ପରିବାର ଲୋକେ କହିଛନ୍ତି | ସ୍ବର୍ଗତ ମନ୍ଦାକିନୀ ପରିଡାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି |
Related Posts
ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
26 February 2021
ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
26 February 2021