ମ୍ୟୁଜିକ୍ ଭିଡିଓକୁ ନେଇ ଭୋଜପୁରୀ ଅଭିନେତା ଖେସାରୀ ଲାଲ ଯାଦବଙ୍କ ବିରୋଧରେ ଅଭିଯୋଗ, ଜାଣନ୍ତୁ ପୁରା ମାମଲା

Published By : Prameya-News7 Bureau | June 11, 2021 IST

ନୂଆଦିଲ୍ଲୀ ୧୧/୦୬: ଭୋଜପୁରୀ ଅଭିନେତା ତଥା ଗାୟକ ଖେସାରୀ ଲାଲ ଯାଦବ ଆଇନଗତ ସମସ୍ୟାରେ ଫସିଯାଇଛନ୍ତି। ମୁମ୍ବାଇରେ ସନାତନ ସେନା ରାଷ୍ଟ୍ରୀୟ ସଭାପତି ସୁରଜିତ ସିଂ ନିକଟରେ ରିଲିଜ୍ ହୋଇଥିବା ଗୀତ 'ଚାଚି ତୋହର ବାଚି ସପନୱା ମେଁ ଆତି ହେ' ଉପରେ ଅଭିଯୋଗ କରିଛନ୍ତି। ସେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୨୯୨, ୨୯୪ ଏବଂ ୩୫୪ ଅନୁଯାୟୀ ଖେସାରୀ ଲାଲ ଯାଦବଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

wp:html
/wp:html

ସୁରଜିତ ସିଂ ଅଭିଯୋଗ କରିଛନ୍ତି, 'ଅଭିନେତା ଟଙ୍କା ରୋଜଗାର କରିବା ଉଦ୍ଦେଶ୍ୟରେ ଅଶ୍ଳୀଳ ତଥା ସ୍ଲିପ୍ ଭିଡିଓ କରିଛନ୍ତି।' ଏଥିସହ ସେ କହିଛନ୍ତି ଯେ 'ତାଙ୍କ ଗୀତ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚା ହେଉଛି । ଏହା ସମାଜରେ ମହିଳାଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଛି ।‘

ଖେସାରୀଙ୍କ ବିରୋଧରେ ସୁରଜିତ ସିଂ ପ୍ରମାଣ ସ୍ୱରୁପ ଅନେକ ସ୍କ୍ରିନସଟ୍ ଦେଇଛନ୍ତି ଏବଂ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଖେସାରୀ ପୂର୍ବରୁ ଅନେକ ଥର ବିବାଦରେ ରହିସାରିଛନ୍ତି । ଏହାପୂର୍ବରୁ ସେ ନିର୍ଦ୍ଦେଶକ ରାଜକୁମାର ପାଣ୍ଡେଙ୍କୁ ଧମକ ଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ନିର୍ଦ୍ଦେଶକ ମଧ୍ୟ ତାଙ୍କ ବିରୋଧରେ ମାମଲା ଦାୟର କରିଥିଲେ।

ଖେସରୀ ଲାଲ ଯାଦବ ଭୋଜପୁରୀ ଫିଲ୍ମ ସହିତ ମ୍ୟୁଜିକ୍ ଭିଡିଓ ପ୍ରସ୍ତୁତ କରନ୍ତି । ସେ 'ବିଗ୍ ବସ୍' ସିଜନ୍ ୧୩ ରେ ମଧ୍ୟ ନଜର ଆସିଥିଲେ, କିନ୍ତୁ ସେ ଖୁବ୍ ଶୀଘ୍ର ଶୋ’ରୁ ବାହାରି ଯାଇଥିଲେ । ସେ କହିଥିଲେ ଯେ ଏହି ଶୋ ବୋଧହୁଏ ତାଙ୍କ ଭଳି ଲୋକଙ୍କ ପାଇଁ ନୁହେଁ। ସେ ଶୋ’ରେ ଯାହା କିଛି ମଜାଳିଆ କରିଥିଲେ ତାହା ଦେଖାଯାଇ ନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.