ଲକ୍ଷ୍ମୀପୁର ହିଂସାରେ କୃଷକଙ୍କ ଉପରେ ମାଡିଯାଇଥିଲା ଟ୍ରକ୍ : ଆସିଲା ଛାତିଥରା ଭିଡିଓ, ସେୟାର କଲେ ଆପ୍ ଓ କଂଗ୍ରେସ ନେତା

Published By : Prameya-News7 Bureau | October 05, 2021 IST

ଲକ୍ଷ୍ମୀପୁର ୦୫/୧୦: ଲକ୍ଷ୍ମୀପୁର ଖେରି ମାମଲାରେ ଆଉ ଏକ ତଥ୍ୟ । ହିଂସାରେ କୃଷକଙ୍କ ଉପରେ ଗାଡି ଚଢାଇ ଦିଆଯାଉଛି । ସାମ୍ନାକୁ ଆସିଲା ଛାତିଥରା ଭିଡିଓ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ । ଏହି ଭିଡିଓକୁ ଆମ ଆଦମୀ ପାର୍ଟି(ଏଏପି) ନେତା ଏବଂ କଂଗ୍ରେସର ଜଣେ ଲିଡର ସେୟାର କରିଛନ୍ତି ।

wp:html /wp:html

ହେଲେ ଡ୍ରାଇଭରର ଚେହେରା ଏଥିରେ ସ୍ପଷ୍ଟ ଜଣାପଡୁ ନାହିଁ । ଯେଉଁଥିପାଇଁ ଭିଡିଓ ସମ୍ପର୍କରେ ସଠିକ୍ ତଥ୍ୟ ବି ମିଳିପାରି ନାହିଁ । ଏହି ଭିଡିଓଟି ଟୁଇଟ୍ କରି ସଞ୍ଜୟ ସିଂ ଲେଖିଛନ୍ତି କ'ଣ ଏହା ପରେ ବି ପ୍ରମାଣ ଦରକାର । ଦେଖନ୍ତୁ ଅହଂକାରରେ ବୁଡି ରହିଥିବା ଗୁଣ୍ଡାମାନେ କିପରି କୃଷକ ଉପରେ ଗାଡି ମଡାଇ ମାରି ଦେଉଛନ୍ତି । ତଥାପି ମନ୍ତ୍ରୀଙ୍କ ପୁଅ ଜୀବନ ବଞ୍ଚାଇବାକୁ ଦୌଡିଥିଲେ ।

wp:html /wp:html

ସେହିପରି କଂଗ୍ରେସ ନେତା ଶ୍ରୀନିବାସ ବିୱି ମଧ୍ୟ ଏହି ଭିଡିଓକୁ ଶେୟାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି, ନା ଏଥିରେ କୌଣସି କୃଷକ ଉପଦ୍ରବ କରୁଥିଲେ ନା ସେମାନେ ଗାଡି ଉପରକୁ ପଥର ଫିଙ୍ଗୁ ଥିଲେ । ହେଲେ ମନ୍ତ୍ରୀଙ୍କ ପୁଅ ପିତାଙ୍କ କଥା ପାଳନ କରୁଥିଲେ । ପଛରୁ ଗାଡି ମଡାଇ କୃଷକଙ୍କୁ ହତ୍ୟା କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.