Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଲକ୍ଷ୍ମୀପୁର ଟ୍ରା​‌‌ଜେଡି : ମୃତକ ଚାଷୀଙ୍କ ପରିବାର ଲୋକେ କରୁନାହାନ୍ତି ଅନ୍ତିମ ସଂସ୍କାର, ପୋଷ୍ଟମର୍ଟମ୍‌ ରିପୋର୍ଟକୁ ନେଇ ପ୍ରଶ୍ନ

5/10/2021 at 3:38 PM

ଲକ୍ଷ୍ମୀପୁର ୦୫/୧୦ : ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଜିଲ୍ଲା ଖିରୀ ଟ୍ରାଜେଡିକୁ ନେଇ ଏବେ ଦେଶ ଉଠୁଛି ପଡୁଛି । କେନ୍ଦ୍ରମନ୍ତ୍ରୀଙ୍କ ଅଜୟ ମିଶ୍ରାଙ୍କ ପୁଅଙ୍କ ଗାଡି ଚାଷୀଙ୍କୁ ଉପରେ ଚଢିଯିବାରୁ ୪ ଜଣ ଚାଷୀଙ୍କ ସମେତ ମୋଟ ୮ ଜଣ ଜୀବନ ଯାଇଥିଲା । ଏହା ପରେ ସମଗ୍ର ଉତ୍ତରପ୍ରଦେଶରେ ଏବେ ତାତିଛନ୍ତି ଚାଷୀ । ତେବେ ବଡ କଥା ହେଉଛି ମୃତ ଚାଷୀଙ୍କ ଶବ ବ୍ୟବଚ୍ଛେଦ ପରେ ବି ଅନ୍ତିମ ସଂସ୍କାର କରିନାହାନ୍ତି ପରିବାର ଲୋକେ ।

୪ ଜଣ ଚାଷୀଙ୍କ ମୃତଦେହକୁ ଅନ୍ତିମ ସତ୍କାର କରିବା ପାଇଁ ମନାକରିଦେଇଛନ୍ତି ପରିବାର ଲୋକେ । ପରିବାର ଏବଂ ସମ୍ପର୍କୀୟଙ୍କ ଅଭିଯୋଗ କରିଛନ୍ତି ଯେ, ଚାଷୀଙ୍କ ମୃତ୍ୟୁ ଗାଡି ଧକ୍କା ନୁହେଁ ବରଂ ଗୁଳି ମାଡରେ ହୋଇଛି । ଚାଷୀଙ୍କୁ ଗୁଳିକରି ହତ୍ୟା କରାଯିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ଏବଂ ଘଟଣାର ପୁନଃ ତଦନ୍ତ କରିବାକୁ ଦାବି କରିଛନ୍ତି ।

लखीमपुर में चार किसानों की मौत हुई थी (फाइल फोटो)

ସୂଚନାଯୋଗ୍ୟ, ମୃତ ଚାଷୀଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଯେଉଁଥିରେ ରିପୋର୍ଟ ଆସିଥିଲା ଯେ, ସେମାନଙ୍କ ମୃତ୍ୟୁ ଗାଡି ଧକ୍କା ଏବଂ ଘୋଷାଡି ହୋଇଯିବାରୁ ହୋଇଥିଲା । ଚାଷୀଙ୍କ ଶରୀରର କୌଣସି ସ୍ଥାନରେ ଗୁଳିକାଡ କିମ୍ବା ଗୁଳି ମିଳିନାହିଁ । ଏହା ବାଦ୍‌ ଘଟଣା ପରେ ସାମ୍ନାକୁ ଆସିଥିବା ଭିଡିଓରେ ମଧ୍ୟ ଦେଖିବାକୁ ମିଳୁଛି ଯେ, ଗାଡି ଧକ୍କାରେ କିଛି ଲୋକ ଛିଟ୍‌କି ପଡୁଛନ୍ତି ।

ବର୍ତ୍ତମାନ ମୃତକ ୪ ଜଣ ଚାଷୀଙ୍କ ଅନ୍ତିମ ସଂସ୍କାର ହୋଇ ନପାରି ଘରେ ପଡିରହିଛି । ସମସ୍ତେ ପୋଷ୍ଟମର୍ଟମ୍‌ ରିପୋର୍ଟ ଦାବିକରିଛନ୍ତି । ଖିରୀ ଦୁର୍ଘଟଣାରେ ମୃତକ ଯୁବ ଚାଷୀ ୩୫ ବର୍ଷୀୟ ଦଲଜୀତ ସିଂହଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଗୁଳି ବାଜିବାରୁ ହିଁ ତାଙ୍କର ମୃତ୍ୟୁ ହୋଇଛି ଯେତେବେଳେ କି ପୋଲିସ ଏବଂ ଡାକ୍ତରମାନେ ଚକ୍ରାନ୍ତ କରି ଏହାକୁ ଦୁର୍ଘଟଣାର ରୂପ ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି । ସେହିପରି ଅନ୍ୟ ୩ ଜଣ ଚାଷୀ ଗୁରନାମ ସିଂହ, ଗୁରବିନ୍ଦର ଏବଂ ଦଲଜୀତଙ୍କ ଅନ୍ତିମ ସଂସ୍କାର ହୋଇନାହିଁ ।

   Related Posts