Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଖେମୁଣ୍ଡି ଓକିଲ ସଂଘର ପରିବର୍ଦ୍ଧିତ ଆଲୋଚନା ସଭା, କର୍ମକର୍ତ୍ତା ନିର୍ବାଚନ ପରିବର୍ତ୍ତେ ମନୋନୟନ ପାଇଁ ନିଷ୍ପତ୍ତି

17/11/2020 at 10:49 PM

ଦିଗପହଣ୍ଡି ୧୭|୧୧:  ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ପରିବର୍ଦ୍ଧିତ ଆଲୋଚନା ସଭା ମଙ୍ଗଳବାର ସଙ୍ଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ସଂଘର ଅନ୍ତରୀଣ କମିଟି ଅଧ୍ୟକ୍ଷ ପରେଶ ଚନ୍ଦ୍ର ରଥ ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ବାର କାଉନସିଲର ନିର୍ଦ୍ଦେଶ କ୍ରମେ ଓକିଲ  ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ସମ୍ପର୍କରେ ସଭାରେ ବିସ୍ତୃତ ଆଲୋଚନା କରାଯାଇଥିଲା । 

 ସଙ୍ଘର କର୍ମକର୍ତ୍ତା ନିର୍ବାଚନ ପରିବର୍ତ୍ତେ ମନୋନୟନ କରାଯିବା ପାଇଁ ବରିଷ୍ଠ ସଦସ୍ୟ ତଥା ଓକିଲ ସଂଘର ପୂର୍ବତନ ସଭାପତି ରସାନନ୍ଦ ରାଉତଙ୍କ ପ୍ରସ୍ତାବକୁ ସଭାରେ ସର୍ବସମ୍ମତକ୍ରମେ ଅନୁମୋଦନ କରାଯାଇଥିଲା। ସଂଘର ସମ୍ପାଦକ ଅଶେଷ ନାଥ ମିଶ୍ର ଆୟବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ। ଓକିଲ ସଂଘ ନିର୍ବାଚନ ଅଧିକାରୀ ପ୍ରଭାକର ରାଉତ , ସଂଘର ଅନ୍ତରୀଣ କମିଟି ସଦସ୍ୟ ସୁରେଶ ଚନ୍ଦ୍ର ସାହୁଙ୍କ ସମେତ ଆଇନଜୀବୀ ରତ୍ନାକର ମେକାପ, ସତ୍ୟନାରାୟଣ ରଥ, ସୁକାନ୍ତ ପ୍ରଧାନ, ପ୍ରଦୀପ କୁମାର ମହାପାତ୍ର ପ୍ରମୁଖ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

 ସଭାରେ ବହୁସଂଖ୍ୟକ ସଦସ୍ୟ ଉପସ୍ଥିତ ଥିଲେ।   ଚଳିତବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ଓକିଲ ସଂଘର ନିର୍ବାଚନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା। ପରେ ରାଜ୍ୟ ବାର କାଉନସିଲର ପରାମର୍ଶ କ୍ରମେ ଓକିଲ ସଂଘ ପରିଚାଳନା ନିମନ୍ତେ ଅନ୍ତରୀଣ କମିଟି ଗଠନ କରାଯାଇଥିଲା।  ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାଖଲ କରାଯାଇଥିବା ରିଟ୍ ପିଟିସନର ଶୁଣାଣି କରି ପୁଣି ଥରେ ଓକିଲ ସଙ୍ଘ ନିର୍ବାଚନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ ଭିତ୍ତି କରି ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ବାଚନ କାର୍ଯ୍ୟସୂଚୀ ଜାରି କରାଯାଇଛି। ଡିସେମ୍ବର ୧୨ ତାରିଖରେ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ କରାଯିବା ପାଇଁ ଉଲ୍ଲେଖ ରହିଛି।

। ଏଥିନିମନ୍ତେ ଆସନ୍ତା ୨୪ ଓ ୨୫ ତାରିଖରେ ଓକିଲ ସଙ୍ଘ  ନିର୍ବାଚନ ଅଧିକାରୀ ଙ୍କ ନିକଟରେ ନାମାଙ୍କନ ଦାଖଲ କରାଯିବ। ୨୬ ତାରିଖରତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ୨୭ ରେ ବୈଧ ପ୍ରାର୍ଥୀପତ୍ର ତାଲିକା ପ୍ରକାଶ ପାଇବ ।୨୮ ତାରିଖ ଅପରାହ୍ନ ୩ ଟା ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ । ଅପରାହ୍ନ ୪ ଟାରେ ଚୂଡ଼ାନ୍ତ ପ୍ରାର୍ଥୀପତ୍ର ତାଲିକା ପ୍ରକାଶ ପାଇବ। ଆବଶ୍ୟକ ହେଲେ ଡିସେମ୍ବର ୧୨ ତାରିଖ ପୂର୍ବାହ୍ନ ୮ ଟା ରୁ ଅପରାହ୍ନ ୪ ଯାଏଁ ନିର୍ବାଚନ ନିମନ୍ତେ ମତଦାନ କରାଯିବ।

ଅପରାହ୍ନ ୫ ଟାରେ ଭୋଟ ଗଣନା କରାଯାଇ ଫଳାଫଳ ଘୋଷଣା କରାଯିବ  ବୋଲି ନିର୍ବାଚନ ଅଧିକାରୀ ପ୍ରଭାକର ରାଉତ ସଭାରେ ପ୍ରକାଶ କରିଥଲେ । ବୁଧବାର ଓକିଲ ସଂଘ ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ନିର୍ବାଚନ ଅଧିକାରୀ ସଭାରେ ଘୋଷଣା କରିଥିଲେ। ଶେଷରେ ସଂଘର ସମ୍ପାଦକ ଅଶେଷ ନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।                                           

   Related Posts