Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖେଳୁ ଖେଳୁ ଚାଲିଗଲା ୩ ବର୍ଷ ଶିଶୁର ଜୀବନ

17/08/2020 at 7:28 PM

ଆନନ୍ଦପୁର୧୭/୮:  ପୋଖରୀରେ ବୁଡି ୩ ବର୍ଷର ଶିଶୁର ମୃତ୍ୟୁ। ଆନନ୍ଦପୁର ଥାନା ଆମ୍ବଗଡିଆ ଗାଁ​‌ରେ  ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଶିଶୁ ହେଲା ମଦନ ଜେନାଙ୍କ ପୁଅ ଗୌତମ। ଖେଳୁ ଖେଳୁ ଅଜଣାତରେ ପୋଖରୀ ନିକଟକୁ ଚାଲି ଯାଇଥିଲା। କିଛି ସମୟ ବିତିଗଲା ପରେ ତାକୁ ବହୁ ଖୋଜାଖୋଜି କରିଥିଲେ। ଶେଷରେ ଶିଶୁଟିର ମୃତଦେହ ପୋଖରୀରୁ ମିଳିଥିଲା। ପୋଖରୀରୁ ଶିଶୁଟିକୁ ଉଦ୍ଧାର କରି ପ୍ରଥମେ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୩ ବର୍ଷ ଶିଶୁର ମୃତ୍ୟୁ ଘଟଣାରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି।

   Related Posts