ଆଜିଠୁ ଖେଲୋ ଇଣ୍ଡିଆ କ୍ରୀଡାକୁମ୍ଭ : ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ, ଭିଡିଓ କନଫରେନ୍ସିଂରେ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | February 22, 2020 IST

ଭୁବନେଶ୍ବର ୨୨।୦୨:  ଭୁବନେଶ୍ବର ଓ କଟକରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଆୟୋଜିତ ହୋଇଛି । ଆଜି କଟକ ଜବାହାରଲାଲ୍ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଏହି କ୍ରୀଡ଼ାକୁମ୍ଭକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ସହ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ପ୍ରତିଯୋଗୀଙ୍କୁ ଦିଲ୍ଲୀରୁ ଭିଡିଓ କନ୍ପରେନ୍ସିଂ ମାଧ୍ୟମରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 ଓଡ଼ିଶାରୁ ୪ ବିଶ୍ବବିଦ୍ୟାଳୟର ୧୪୮ ଖେଳାଳୀ ଏହି କ୍ରୀଡ଼ା ମହାକୁମ୍ଭରେ ଭାଗ ନେଉଛନ୍ତି । ପ୍ରତିଯୋଗିତାରେ ଯୋଗ ଦେବେ ୪ ହଜାର ଖେଳାଳି। ୧୭ଟି ବିଭାଗରେ ହେବ ପ୍ରତିଯୋଗିତା। ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାକୁ ନେଇ ଖେଳାଳୀମାନଙ୍କ ଭିତରେ ଅସୀମିତ ଉତ୍ସାହ ଦେଖିବାକୁ ମିଳୁଛି । ତେବେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ କିଟ୍ ବିଶ୍ବବିଦ୍ୟାଳୟର ପ୍ରତିନିଧିତ୍ବ କରୁଛନ୍ତି ଦୌଡ଼ରାଣୀ ଦୂତି ଚାନ୍ଦ । ସେହିଭଳି ପୁଲେଲା ଗୋପୀଚାନ୍ଦ ଏକାଡେମୀର ଓଡ଼ିଆ ସଟଲର ଋତୁପର୍ଣ୍ଣା ପଣ୍ଡା ମଧ୍ୟ ନିଜର ସଫଳତା ଆଶା କରିଛନ୍ତି ।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.