ଆରମ୍ଭ ହେଲା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ଗେମ୍‌

Published By : Prameya-News7 Bureau | February 22, 2020 IST

ଭୁବନେଶ୍ୱର ୨୨।୦୨ -ଆରମ୍ଭ ହେଲା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ଗେମ୍‌ । ଏହାର ପ୍ରଥମ ସଂସ୍କରଣକୁ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫେରେନସିଂ ମାଧ୍ୟମରେ ଉଦ୍‌ଘାଟନ କରିବା ସହ ଏହି ଅବସରରେ ବାର୍ତ୍ତା ଦେଇଛନ୍ତି । କଟକ ଇଣ୍ଡୋର ଷ୍ଟାଡିଅମ୍‌ରେ ଏଥିପାଇଁ ସ୍ବତନ୍ତ୍ର କାର୍ଯ୍ୟାକ୍ରମ ଆୟୋଜନ ହୋଇଥିଲା । ଉଦ୍‌ଘାଟନ ପୂର୍ବରୁ କେତେକ ଇଭେଣ୍ଟ ଆରମ୍ଭ ହୋଇସାରିଛି । ଖେଲୋଣ୍ଡିଆରେ ୧୫୦ ଟି ବିଶ୍ବବିଦ୍ୟାଳୟ ଭାଗ ନେିଛନ୍ତି ।ଏହି ପ୍ରତିଯୋଗିତା ୧୦ ଦିନ ଧରି ଚାଲିବ । …

{"id":227785,"sizeSlug":"large"}

ଆରମ୍ଭ ହେଲା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାର ପ୍ରଥମ ସଂସ୍କରଣ । ଏହାକୁ ପ୍ରଧାନମନ୍ତ୍ରୀ ମୋଦି ଆନୁଷ୍ଠାନିକ ଭାବେ ଭିଡିଓ କନଫେରେନସିଂ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି । ଏହା ପୂର୍ବରୁ ଗତକାଲିଠାରୁ କେତେକ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି ।

{"id":227781,"sizeSlug":"large"}

ଫୁଟବଲ, ବାସ୍କେଟବଲ , ଭଲିବଲ ଫେନସିଂ ଭଳି ଗେମ୍ କାଲିଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ହକି, ମହିଳା ବାସ୍କେଟବଲ, ଭଲିବଲ୍‌ , ଫେନସିଂ ,ଆର୍ଚେରୀ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରତିଯୋଗିତାରେ ପଞ୍ଜାବ ବିଶ୍ବବିଦ୍ୟାଳୟ, କେରଳ ମହାତ୍ମା ଗାନ୍ଧୀ ବିଶ୍ବବିଦ୍ୟାଳୟ. ଜେଏନୟୁ, ବାସ୍କେଟ୍‌ ବଲ୍‌ ଓ ଫୁଟବଲ ର ଦ୍ବିତୀୟ ରାଉଣ୍ଡକୁ ଉନ୍ନତି ହୋଇଛନ୍ତି । ସେହିଭଳି ଭଲିବଲରେ ପଞ୍ଜାବ ୟୁନିଭରସିଟି ଦ୍ବିତୀୟ ରାଉଣ୍ଡକୁ ପ୍ରବେଶ କରିଛି ।  

{"id":227780,"sizeSlug":"large"}

ସେହିପରି ଭଲିବଲ୍‌ରେ କୁରୁକ୍ଷେତ୍ର ୟୁନିଭରସିଟି, ପଞ୍ଜାବର ଲଭଲି ୟୁନିଭରସିଟିକୁ ୩-୦ ସେଟରେ ପରାସ୍ତ କରିଛି । ଦ୍ବିତୀୟ ମ୍ୟାଚରେ ଏସ୍‌ଆରଏମ ବିଶ୍ବବିଦ୍ୟାଳୟ- ମାଙ୍ଗୋଲୋର ୟୁନିଭରସିଟି କୁ ସିଧାସଳଖ ୩-୦ ସେଟ୍‌ରେ ହରାଇଛି । ଫେନସିଂର ଫାଇନାଲ ପାଇଁ ପ୍ରତିଯୋଗୀ ସ୍ଥିର ହୋଇ ସାରିଛନ୍ତି । ଅଙ୍ଗଲ ଆଦିତ୍ୟ, ସର୍ବଜିତ ସିଂହ, ମନଦୀପ ସିଂହ , ଅଭିଜିତ ସନ୍ତୋଷ ଏହି ବିଭାଗର ଫାଇନାଲକୁ ଉନ୍ନିତ ହୋଇଛନ୍ତି । ତୀରନ୍ଦାଜ ପ୍ରତିଯୋଗିତାର ପ୍ରି ରାଉଣ୍ଡ ବି ଶେ​ଷ ହୋଇଛି ।

ଖେଲୋ ଇଣ୍ଡିଆର ଉଦଘାଟନୀ ଉତ୍ସବ କଟକ ଇଣ୍ଡୋର ହଲରେ ହୋଇଛି। ପ୍ରତିଯୋଗିତାର ବିଭିନ୍ନ ଇଭେଣ୍ଟ କିଟ୍‌ ବିଶ୍ବବିଦ୍ୟାଳୟ ପରିସର ସମେତ କଟକ ଇଣ୍ଡୋର ଷ୍ଟାଡିଅମ୍‌, କଳିଙ୍ଗ ଷ୍ଟାଡିଅମ୍‌ ଆଦି୧୦ ଟି ସ୍ଥାନରେ ହେଉଛି । ଦେଶର ଦେଢଶହ ବିଶ୍ବବିଦ୍ୟାଳୟର ସାଢେ ୩ ହଜାର ପ୍ରତିଯୋଗୀ ଏଥିରେ ଭାଗ ନେଇଛନ୍ତି । ୧୦ ଦିନ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୧୭ଟି ଗେମ୍‌ ଖେଳାଯିବ । ପ୍ରଥମ ସଂସ୍କରଣ ଓଡ଼ିଶାରେ ଆୟୋଜିତ ହେଉଥିବାବେଳେ ଆଗକୁ ସ୍କୁଲ ଓ ଫିଜିକାଲି ଚାଲେଞ୍ଜ ଖେଳାଳିଙ୍କ ପାଇଁ ବି ଏଭଳି ଗେମ୍‌ ଆୟୋଜନ ହେବକୁ ସ୍ଥିର ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.