ଯେଉଁ ପର୍ଯ୍ୟନ୍ତ କେନ୍ଦ୍ର କ୍ଷମତାରୁ ବିଜେପି ନ ହଟିଛି ସେ ପର୍ଯ୍ୟନ୍ତ ‘ଖେଲା ହବେ’: ମମତା ବାନାର୍ଜୀ

Published By : Prameya-News7 Bureau | July 21, 2021 IST

କୋଲକାତା ୨୧।୭: ବିଜେପି ଦେଶକୁ ଅନ୍ଧକାରକୁ ନେଇ ଯାଇଛି। କେନ୍ଦ୍ର କ୍ଷମତାରୁ ସରକାରଙ୍କୁ ବେଦଖଲ କରିବା ପର୍ଯ୍ୟନ୍ତ ‘ଖେଲା ହୋବେ’। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମସି) ମୁଖ୍ୟ ସୁଶ୍ରୀ ମମତା ବାନାର୍ଜୀ ବୁଧବାର ଶହିଦ ଦିବସ ପାଳନ ଅବସରରେ ଏହି ଆହ୍ୱାନ ଦେଇଛନ୍ତି। ଟିଏମସି ଗଠନ ପରଠାରୁ ସବୁବର୍ଷ ଜୁଲାଇ ୨୧ ତାରିଖକୁ ଦଳ ଶହିଦ ଦିବସ ଭାବେ ପାଳନ କରି ଆସୁଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ମମତା ବୁଧବାର ଭର୍ଚୁଆଲ ସମ୍ବୋଧିତ କରିଛନ୍ତି। 

ଦଳୀୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବେଙ୍ଗଲ ଜନତା ଧନବଳକୁ ବେଖାତିର କରି ମା,ମାଟି ଓ ମଣିଷକୁ ବାଛିଛନ୍ତି। ବିଜେପି ଏବେ ଏକଛତ୍ରବାଦକୁ ଓହ୍ଲାଇ ଆସିଛି। ତ୍ରିପୁରାରେ ଆମ କାର୍ଯ୍ୟକ୍ରମକୁ ରୋକାଗଲା ଏହା କଣ ଗଣତନ୍ତ୍ର ବୋଲି ମମତା ପ୍ରଶ୍ନ କରିଛନ୍ତି। ଦେଶ ସଂସ୍ଥାଗୁଡିକ ବିଜେପି ନଷ୍ଟ କରିବାରେ ଲାଗିଛି। ଏବେ ମୋଦି ସରକାରକୁ ପ୍ଲାଷ୍ଟର କରାଯିବା ଜରୁରି ଯାହାର କାମ ଆମେ ଆରମ୍ଭ କରିଦେଇଛେ ବୋଲି ମମତା କହିଛନ୍ତି।

wp:embed {"url":"https://twitter.com/ANI/status/1417776488162619395","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1417776488162619395
/wp:embed

କେନ୍ଦ୍ର ସରକାର କ୍ଷମତା ଲାଗି ଏବେ ଅନ୍ଧ ହୋଇଯାଇଛନ୍ତି। ସରକାର ପେଗାସସ୍ ଜରିଆରେ ଜାସୁସୀ ଚଳାଇଛନ୍ତି। ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଗୁଇନ୍ଦାଗିରି ଲାଗି ମନ୍ତ୍ରୀ ଓ ଜଜ୍ ମାନଙ୍କ ନମ୍ବର ଏଥିରେ ପକାଉଛନ୍ତି। ହେଲେ ଏଥିରୁ ଆମକୁ କିଛି ଫରକ ପଡେନି ବୋଲି କହିଛନ୍ତି ମମତା। ସେହିପରି କରୋନା ଦ୍ୱିତୀୟ ଲହରରେ ଦେଶ ଗଙ୍ଗାରେ ଭାସୁଥିବା ଶବ ଦେଖିଲା ବୋଲି କହିଛନ୍ତି । ଅକ୍ସିଜେନ ଅଭାବ ଯୋଗୁ ଲୋକେ କୁଢକୁଢ ହୋଇ ମଲେ। ହେଲେ କେନ୍ଦ୍ର ସରକାର କହୁଛନ୍ତି ଦେଶରେ ଅକ୍ସିଜେନ ଅଭାବ ଯୋଗୁ ଗୋଟେ ବି ମୃତ୍ୟୁ ହୋଇନି। ଏଥିରୁ କେନ୍ଦ୍ର କେବଳ ବୟାନବାଜୀ କରୁଥିବା ଓ ତୃତୀୟ ଲହର ଲାଗି ମଧ୍ୟ ଦେଶ ପ୍ରସ୍ତୁତ ନଥିବା ଏଥିରୁ ସ୍ପଷ୍ଟ ବୁଝାପଡୁଛି ବୋଲି ମମତା କହିଛନ୍ତି।

ବିଜେପିର କିଛି କର୍ମୀ ମାନବାଧିକାରର ସଦସ୍ୟ ଅଛନ୍ତି। ଯେଉଁମାନେ ରିପୋର୍ଟ ହେରଫେର କରିଛନ୍ତି। ଭୋଟଗ୍ରହଣ ପରେ ରାଜ୍ୟର କେଉଁଠି ବି ହେଲେ ହିଂସା ହୋଇ ନାହିଁ। ହେଲେ ଭୋଟ ପୂର୍ବରୁ ସେମାନେ କିପରି ଚାପ ପକାଉଥିଲେ ଏହା ଆମେ ଅଙ୍ଗେଅଙ୍ଗେ ଅନୁଭବ କରିଛେ। ଏଣୁ ଯେଉଁ ପର୍ଯ୍ୟନ୍ତ କେନ୍ଦ୍ର କ୍ଷମତାରୁ ବିଜେପି ନ ହଟିଛି ସେ ପର୍ଯ୍ୟନ୍ତ ଖେଲାହେବେ ବୋଲି କହିଛନ୍ତି ମମତା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.