ନିର୍ବାଚନୀ ପ୍ରଚାରରେ ଧୁମ୍‌ ମଚାଇଛି ‘ଖେଲା ହୋବେ’, ଏହି ଗୀତ ଲେଖିଥିବା ଦେବାଂଶୁ କିଏ ?

Published By : Prameya-News7 Bureau | March 10, 2021 IST

କୋଲକାତା ୧୦/୦୩: ଚଳିତ ବର୍ଷ ଜାନୁଆରୀରେ ସିଭିଲ ଇଞ୍ଜିନିୟରରୁ ରାଜନେତା ହୋଇଥିବା ୨୫ ବର୍ଷ ଦେବାଂଶୁ ଭଟ୍ଟାଚାର୍ଯ୍ୟ ‘ଖେଲା ହୋବେ’ ଲେଖିଥିଲେ। ଏବେ ଏହା କେବଳ ଏକ ଗୀତ ହୋଇ ରହିନାହିଁ। ଏହା ନିର୍ବାଚନୀ ସ୍ଳୋଗାନରେ ପରିଣତ ହୋଇଛି। କେବଳ ଯେ ଟିଏମସି ନେତା ‘ଖେଲା ହୋବେ’ ବ୍ୟବହାର କରୁଛନ୍ତି ତାହା ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ବ୍ୟବହାର କରିଛନ୍ତି। ବାଂଲାଦେଶର ଶାସକ ଦଳର ନେତା ଏହାକୁ ରାଲିରେ ବ୍ୟବହାର କରିଥିବା ଜଣାପଡ଼ିଛି । କିନ୍ତୁ ଏହାକୁ ସେ ରାଜନୈତିକ ଉଦ୍ଦେଶ୍ୟରେ ବାଂଲାଦେଶରେ ବ୍ୟବହାର କରାଯାଇ ନାହିଁ।

‘ଖେଲା ହୋବେ’ ଏବେ ବିଧାନସଭା ନିର୍ବାଚନରେ ରାଜନୈତିକ ନାରାରେ ପରିଣତ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖ ନାରା କରିସାରିଛନ୍ତି। ଖେଲା ହୋବେ ପୂର୍ବରୁ ଦେବାଂଶୁ ଟିଏମସି ପାଇଁ ଅନେକ ଗୀତ ଲେଖିଛନ୍ତି। ‘ଦିଲ୍ଲୀ ଜାବେ ହବାଇ ଚୋଟି’,  ‘ମମତା ଦି ଔର ଏକ ବାର’ ଆଦି ବହୁ ଲୋକପ୍ରିୟ ନିର୍ବାଚନୀ ଭେଟି ଦେଇଛନ୍ତି ଦେବାଂଶୁ। ଦିଲ୍ଲୀ ଜାବେ ହବାଇ ଚୋଟି ମୁଖ୍ୟତଃ ଚପଲ ନେଇ ଯିବାକୁ ବୁଝାଉଥିବା ବେଳେ ପରବର୍ତ୍ତୀ ସମୟରେ ମମତା ବାନାର୍ଜୀ ଚପଲ ପିନ୍ଧିବାକୁ ପସନ୍ଦ କରୁଥିବା  ଏବଂ ସେ ପ୍ରଧାନମନ୍ତ୍ରୀ ହୋଇପାରିବାକୁ ନେଇ ସଂଯୋଗ କରାଯାଇଥିଲା ।

ଭଟ୍ଟାଚାର୍ଯ୍ୟ କହିଛନ୍ତି, ‘ଖେଲା ହୋବେ’  ବହୁ ଲୋକପ୍ରିୟତା ପାଇଛି । ବିଜେପି ସମସ୍ତ ନାରାକୁ ସଶକ୍ତ କରିଥିବାରୁ ସେ ଖୁସି ଜାହିର କରିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ନାରା ନିଜ ଭାଷଣରେ ଉଲ୍ଲେଖ କରିଛନ୍ତି। କିନ୍ତୁ ୨୦୧୯ ନିର୍ବାଚନ ପରେ ଟିଏମସିରେ ସାମିଲ ହୋଇଥିଲେ ଦେବାଂଶୁ ଭଟ୍ଟାଚାର୍ଯ୍ୟ। ରବିବାର ଦିନ ଏକ ଜନସଭାକୁ ସମ୍ବୋଧିତ କରୁଥିବା ବେଳେ ମମତା ବାନାର୍ଜୀଙ୍କୁ ଆହ୍ବାନ ଦେଇ କହିଥିଲେ, ଦିଦି ଏହାକୁ ଶୁଣନ୍ତୁ ଟିଏମସିର ଖେଳ ଶେଷ। ଖେଳ ଶେଷ, ବିକାଶ ଆରମ୍ଭ।

ମୋଦୀଙ୍କ ବ୍ୟତୀତ ରାଜନାଥ ସିଂହ ଫେବୃଆରୀରେ କହିଥିଲେ, ବେଙ୍ଗଲ ବିକାଶ ଏବଂ ଶାନ୍ତିର ଖେଳର ସାକ୍ଷି ହେବ। ସେପଟେ ନନ୍ଦିଗ୍ରାମରେ ମମତା ବାନାର୍ଜୀ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି କହିଥିଲେ ୧ ଏପ୍ରିଲକୁ ଖେଲା ହୋବେ। ନନ୍ଦିଗ୍ରାମରେ ଏକ ଏପ୍ରିଲେ ଭୋଟିଂ ହେବ। ଭଟ୍ଟାଚାର୍ଜ୍ୟ ଲେଖିଥିବା ଗୀତକୁ ସୋସିଆଲ ମିଡିଆରେ ୭ ଜାନୁଆରୀରେ ଅପଲୋଡ୍‌ କରିଥିଲେ। ଅପଲୋଡ ହେବାର କିଛି ସମୟ ପରେ ଟିଏମସି ସମର୍ଥକ ଏହାକୁ ଭାଇରାଲ୍‌ କରିଥିଲେ।

ଟିଏମସି ନେତା ଅନୁବ୍ରତ ମଣ୍ଡଲ ‘ଖେଲା ହୋବେ’ ଶବ୍ଦର ବ୍ୟବହାର କରିଥିଲେ। ଏହା ପରେ ଖେଲା ହୋବେ ଅଧିକ ଲୋକପ୍ରିୟତା ପାଇବାରେ ଲାଗିଛି। ଅନ୍ୟପଟେ ଦେବାଂଶୁ କହିଛନ୍ତି ସ୍କୁଲ ସମୟରୁ ରାଜନୀତି ପ୍ରତି ତାଙ୍କର ଦୁର୍ବଳତା ଥିଲା। ସ୍କୁଲରେ ପଢ଼ିବା ବେଳେଠୁ ସେ ରାଜନେତାମାନଙ୍କ ଫଟୋ ସଂଗ୍ରହ କରୁଥିଲେ ବୋଲି କହିଛନ୍ତି ଦେବାଂଶୁ ଭଟ୍ଟାଚାର୍ଯ୍ୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.