'ଖେଲା ହୋବେ' ପରେ ମମତାଙ୍କ ନୂଆ ଘୋଷଣା, ହୋତା ରହେଗା ଖେଲା, ଭୋଟ୍ ପରେ ଦିଦିଙ୍କ ନୂଆ ସ୍କିମ୍, ବିରୋଧୀଙ୍କୁ ଦେଇପାରେ ଚକ୍‌ମା

Published By : Prameya-News7 Bureau | June 10, 2021 IST

କୋଲକାତା, ୧୦/୦୬:   ପଶ୍ଚିମବଙ୍ଗରେ ଏବେ ଖେଲା ହୋବେ । ରାଜ୍ୟର ବିଧାନସଭା ନିର୍ବାଚନରେ ମୁଖ୍ୟ ନାରା ପାଲଟିଥିବା ଖେଲା ହୋବେ ଟିଏମସି ପାଇଁ ମାହୋଲ ସୃଷ୍ଟି କରିବାରେ ସଫଳ ହୋଇତିଲା । ଏବେ ସରକାର ଗଠନ ପରେ ଟିଏମସି ଏକ ନୂଆ ଯୋଜନା ଆରମ୍ଭ କରିଛି ।  ପଶ୍ଚିମବଙ୍ଗରେ ଖେଲା ହୋବେ ଲଞ୍ଚ୍ ହୋଇଛି । ଏହି ଯୋଜନାରେ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ବିଭିନ୍ନ କ୍ଲବକୁ ଫୁଟବଲ ବଣ୍ଟନ କରିବ ।

ଯୁବକଙ୍କୁ ଖେଳ ପ୍ରତି ଆକୃଷ୍ଟ କରିବାକୁ ଓ ଫୁଟବଲର ଚାହିଦା ବୃଦ୍ଧି ପାଇଁ ଏହି ଯୋଜନା ଲଞ୍ଚ୍ କରାଯାଇଛି । ଏହି ସ୍କିମରେ ସମସ୍ତ କ୍ଲବକୁ ଫୁଟବଲ ପ୍ରଦାନ କରାଯିବ । ଏହାଦ୍ୱାରା ଅଧିକରୁ ଅଧିକ ଯୁବକ ଫୁଟବଲ ପ୍ରତି ଆକୃଷ୍ଟ ହେବେ ।

ସରକାରଙ୍କ କ୍ରୀଡା ବିଭାଗର କହିବାନୁସାରେ, ଜୁଲାଇ ପ୍ରଥମ ସପ୍ତାହରୁ ଫୁଟବଲ ବାଣ୍ଟିବା ପ୍ରକ୍ରିୟା ଆରମ୍ଭ ହେବ । କେଉଁ କ୍ଲବକୁ କେତେ ଓ କିପରି ଫୁଟବଲ ପ୍ରଦାନ କରାଯିବ ସେନେଇ ଅତିଶୀଘ୍ର ସୂଚନା ଦିଆଯିବ । ଏହାସହ ପ୍ରତି ଜିଲ୍ଲାରେ ୟୁଥ୍ ଅଫିସରଙ୍କୁ କ୍ଲବର ତାଲିକା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜୁଲ ୨୮ ସୁଦ୍ଧା ଏହି ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ରହିଛି । ସୂଚନାଯୋଗ୍ୟ, ନିକଟରେ ସରିଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଖେଲା ହୋବେ ନାରା ଖୁବ୍ ଚର୍ଚ୍ଚାରେ ରହିଥିଲା । ଟିଏମସିର ସବୁ କାର୍ଯ୍ୟକ୍ରମ ଓ ରାଲିରେ ଏହି ନାରାର ଗୀତ ବାଜୁଥିଲା । ଟିଏମସି ନେତ୍ରୀ ମମତା ବାନାର୍ଜୀ ମଧ୍ୟ ରାଲିରେ ଏହି ନାରା ଉଚ୍ଚାରଣ କରି ଲୋକଙ୍କୁ ସମ୍ବୋଧିତ କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.