Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ହରିୟାଣା: ଖଟ୍ଟର ସରକାରଙ୍କ ବିରୋଧରେ କାଟ୍‌ ଖାଇଲା କଂଗ୍ରେସର ଅବିଶ୍ୱାସ ପ୍ରସ୍ତାବ

10/03/2021 at 5:27 PM

ଚଣ୍ଡିଗଡ଼ ୧୦।୩: ହରିୟାଣାରେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ସରକାର ବୁଧବାର ବିଧାନସଭାରେ ଅନୁଷ୍ଠିତ ଆସ୍ଥା ଭୋଟରେ ନିଜକୁ ପ୍ରମାଣିତ କରିଛନ୍ତି। ଏଥିରେ ବିରୋଧି କଂଗ୍ରେସ ଆଣିଥିବା ଅବିଶ୍ୱାସ ପ୍ରସ୍ତାବ ସପକ୍ଷରେ ୩୨ଟି ଭୋଟ ପଡିଥିବା ବେଳେ ପ୍ରସ୍ତାବ ବିରୋଧରେ ୫୫ଟି ଭୋଟ ମିଳିଛି। ଫଳରେ ଖଟ୍ଟରଙ୍କ ସରକାର ଭାରିମତରେ ଜିତିଯାଇଛନ୍ତି।

ବିଧାନସଭାରେ କଂଗ୍ରେସର ନୋ କନଫିଡେନ୍ସ ଭୋଟିଂ ଫଳାଫଳ ଘୋଷଣା ପରେ ଖଟ୍ଟର ମୁହଁ ଖୋଲିଛନ୍ତି। ଗୃହରେ ପ୍ରସ୍ତାବ ଆଗତ କରିଥିବାରୁ ସେ କଂଗ୍ରେସକୁ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ଦଳର ମୃଗ ତୃଷ୍ଣା କେବେବି ପୂରଣ ହେବନି ବୋଲି କହିଛନ୍ତି। ସେହିପରି ନୋ କନଫିଡେନ୍ସ କଂଗ୍ରେସର ପରମ୍ପରା ବୋଲି ସେ କହିଛନ୍ତି।

ଯେତେବେଳେ କଂଗ୍ରେସ ନିର୍ବାଚନରେ ହାରି ଯାଏ ସେତେବେଳେ ଇଭିଏମ ଉପରେ ବିଶ୍ୱାସ କରିପାରେନି। ସର୍ଜିକାଲ ଷ୍ଟ୍ରାଇକ୍‌ର ପ୍ରମାଣ ମାଗିବା ଆଦି ଦଳର ନିଜ ପ୍ରତି ଅନାସ୍ଥା ଭାବର ଏକଏକ ଉଦାହରଣ ବୋଲି ଖଟ୍ଟର କହିଛନ୍ତି। ଯଦି କ୍ଷମତାରେ କଂଗ୍ରେସ ଅଛି ତେବେ ସବୁ ଠିକ୍ ଅଛି ଯଦି ବିଜେପିର ସରକାର ସବୁ ଭୁଲ ହେଉଛି ବୋଲି କଂଗ୍ରେସର ଧାରଣା ବୋଲି ଖଟ୍ଟର କହିଛନ୍ତି।

ସଦନରେ ଅବିଶ୍ୱାସ ପ୍ରସ୍ତାବ ଆଲୋଚନାରେ ଅଂଶଗ୍ରହଣ କରି ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ରାଜ୍ୟରେ ଗତ ୧୦ ବର୍ଷ ହେଲା ହୁଡ୍ଡା ତେରେ ରାଜ ମେଁ କିଷାନ କି ଜମିନ ଗଇ ବ୍ୟାଜ୍‌ ମେଁ ନାରା ଲାଗୁଥିଲା ବୋଲି କହିଥିଲେ। ହେଲେ ରାଜ୍ୟରେ ବର୍ଷକର ବିଜେପି ଓ ଜେଜେପି ମେଣ୍ଟ ସରକାର ଅଲଗା ଅଲଗା ଏମଏସପିରେ ରାଜ୍ୟରେ ଚାଷୀଙ୍କଠାରୁ ୩୦ ହଜାର କୋଟି ଟଙ୍କାର କୃଷି ଉତ୍ପାଦ କ୍ରୟ କରିଥିବା କହିଥିଲେ।

ଗତଥର ମଧ୍ୟ ରାଜ୍ୟରେ ଚାଷୀଙ୍କ ଠାରୁ ସେମାନଙ୍କ ଫସଲ କ୍ରୟ ଲାଗି ୧୮୦୦ଟି ମଣ୍ଡି ସ୍ଥାପନା ହୋଇଥିବାର ଚୌଟାଲା କହିଥିଲେ। ଏବେବି ସରକାରଙ୍କ ଉପରେ ଚାଷୀଙ୍କ ବିଶ୍ୱାସ ଥିବା ସେ କହିଥିବା ବେଳେ ମଣ୍ଡିରେ ଜେ ଫର୍ମ କଟିବାର ୨ ଦିନ ମଧ୍ୟରେ ଚାଷୀର ଫସଲ ବାବଦ ଟଙ୍କା ତା ଆକାଉଣ୍ଟରେ  ପଡିଥିବ ସେ ନେଇ ସେ ନିଶ୍ଚିତ ବୋଲି କହିଛନ୍ତି।

ତେବେ ବିଧାନସଭା ଆରମ୍ଭରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା ଗୃହରେ ରାଜ୍ୟର ବିଜେପି ଓ ଜେଜେପି ମେଣ୍ଟ ସରକାର ଜନତାଙ୍କ ଆସ୍ଥା ହରାଇଥିବାର ଅଭିଯୋଗ କରିଥିଲେ। ଏଣୁ ସେ ସରକାରଙ୍କ ବିରୋଧରେ ଗୃହରେ ଅବିଶ୍ୱାସ ପ୍ରସ୍ତାବ ଆଗତ କରୁଥିବା କହିଥିବା ବେଳେ ଏଥିଲାଗି ଗୋପନୀୟ ଭୋଟର ବ୍ୟବସ୍ଥା କରାଇବାକୁ ବିଧାନସଭା ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ।

୯୦ ସଦସୀୟ ବିଧାନସଭାରେ ବିଜେପିର ୪୦ ଜଣ ବିଧାୟକ ଥିବା ବେଳେ ସହଯୋଗୀ ଦଳ ଜେଜେପିର ୧୦ , ନିର୍ଦ୍ଦଳୀୟ ୭ ଓ ହରିୟାଣା ଲୋକହୀତ ପାର୍ଟିର ଜଣେ ବିଧାୟକ ଅଛନ୍ତି। ଏଥିରେ କଂଗ୍ରେସର ଗୃହରେ ମାତ୍ର ୩୦ ଜଣ ବିଧାୟକ ଅଛନ୍ତି। ଏଣୁ ଗୋପନ ଭୋଟ ଅନୁଷ୍ଠିତ ହୋଇଥିବା ବେଳେ କଂଗ୍ରେସ ଓ ସମର୍ଥନରେ ୩୨ଟି ଭୋଟ ମିଳିଥିବା ବେଳେ ବିଜେପି ଓ ମେଣ୍ଟ ନିଜ ସପକ୍ଷରେ ୫୫ଟି ଭୋଟର ସମର୍ଥନ ସହ ବହୁମତ ପ୍ରମାଣିତ କରିଛନ୍ତି।  

   Related Posts