Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଭାଙ୍ଗିବ କି ମେଣ୍ଟ ? ଦୁଷ୍ମନ୍ତଙ୍କ ଦଳରେ ବଢୁଛି ଅସନ୍ତୋଷ, ଅବିଶ୍ୱାସ ପ୍ରସ୍ତାବ ପାଇଁ କଂଗ୍ରେସର ପ୍ରସ୍ତୁତ !

13/01/2021 at 12:56 PM

ଚଣ୍ଡିଗଡ଼ ୧୩।୦୧ : କୃଷିଆ ଆଇନ୍‌ ବିରୋଧରେ କୃଷକଙ୍କ ଆନ୍ଦୋଳନ ମଧ୍ୟରେ କଂଗ୍ରେସ ନଜର ହରିୟାଣାରେ ରହିଛି। ହରିୟାଣାରେ ବିଜେପି ସରକାର ଉପରେ ଚାପ ବଢି ବଢି ଚାଲିଛି । ମୁଖ୍ୟମନ୍ତ୍ରୀ ମନୋହର ଲାଲ ସରକାରଙ୍କୁ ସମର୍ଥନ କରୁଥିବା ଜନନାୟକ ଜନତା ପାର୍ଟି ଓ ଅନେକ ନିର୍ଦଳୀୟ ବିଧାୟକ ଏହି କୃଷି ଆଇନ୍‌ ବିରୋଧରେ ଅଛନ୍ତି । କୃଷି ଆଇନ୍‌କୁ ଫେରାଇ ନେବାକୁ ଦାବି ରହୁଛି ।ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ଓ ଉପମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଚୌଟାଲା କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହାକୁ ସାକ୍ଷାତ କରିଛନ୍ତି ।

ହରିୟାଣର ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ, ପ୍ରଦେଶେ ବିଜେପି ସରକାରର ରାସ୍ତ ସହଜ ନାହିଁ । ଜନନାୟକ ଜନତା ପାର୍ଟି ଅଧ୍ୟକ୍ଷ ଦୁଷ୍ମନ୍ତ ଚୌଟାଲା ଏହି ପ୍ରସଙ୍ଗରେ ନିଜର କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି । ଏମିତିକି କିଛି ବିଧାୟକ ମାନେ ମଧ୍ୟ ତାଙ୍କ ବିରୋଧରେ ଯାଇପାରିନ୍ତି । ଗ୍ରାମୀଣୀ ଅଞ୍ଚଳରେ ଜେଜେପିକୁ ଢେର୍‌ ସମର୍ଥନ ରହିଛି । ଏପରିକି ମୋଦି ସରକାରଙ୍କୁ ସମର୍ଥନ ଦେବା ପାଇଁ କୃଷକଙ୍କ ଦାବିକୁ  ଦୁଷ୍ମନ୍ତ ଅଣଦେଖା କରିଆସୁଛନ୍ତି । ସମସ୍ତ ବିଧାୟକଙ୍କୁ ଏକଜୁଟ ରଖିବା ବହୁ କଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।

ସେହିପରି ଜେଜେପିର କିଛି ବିଧାୟକ ନିଜ ପାର୍ଟି ଛାଡିପାରନ୍ତି ଅନ୍ୟ ଜଣେ କଂଗ୍ରେସ ନେତା ଦାବି କରିଛନ୍ତି । ହରିୟାଣାରେ ମନୋହର ଲାଲ ସରକାରଙ୍କ ଜେଜେପି ସହିତ ୧୦ଜଣ ନିର୍ଦ୍ଦଳୀୟ ବିଧାୟକ ସମର୍ଥନ କରିଛନ୍ତି । ଇଣ୍ଡିଆନ୍‌ ନ୍ୟାସନାଲ୍‌ ଲୋକଦଳ ନେତା ଅଭୟ ସିଂହ ଚୌଟାଲା କୃଷକଙ୍କୁ ସମର୍ଥନ କରି ବିଧାନସଭାରୁ ଇସ୍ତଫା ଦେବା ପାଇଁ ଘୋଷଣା କରିଛନ୍ତି । ଉପ-ମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଚୌଟାଲାଙ୍କ ଉପରେ ଚାପ ବଢିବାରେ ଲାଗିଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ପୂର୍ବରୁ ମଧ୍ୟ କହିସାରିଛନ୍ତି ଯେ, ରାଜ୍ୟରେ ସରକାରଙ୍କ ବିରୋଧରେ କଂଗ୍ରେସ ଅବିଶ୍ୱାସ ପ୍ରସ୍ତାବ ଆଣିବ । ସରକାରଙ୍କ ପାଖରେ ଯଥେଷ୍ଟ ସମର୍ଥନ ନାହିଁ । ତେଣୁ କଂଗ୍ରେସ ଦଳ ଖୁବ ଶୀଘ୍ର ବିଧାନସଭାରେ ଅବିଶ୍ୱାସ ପ୍ରସ୍ତାବ ଆଣିବ । ଦୁଷ୍ମନ୍ତ ସିଂହ ବିଜେପିର ନିଜର ସମର୍ଥନ ଫେରାଇଆଣିବାର ସମ୍ଭାବନା ରହିଛି । ଯାହାକୁ କଂଗ୍ରେସ ନଜରରେ ରଖିଛି ।

   Related Posts