ଅକ୍ଷୟଙ୍କ ହିରୋଇନ୍ କଲେ ଗୁପଚୁପ ବିବାହ : ଫଟୋ ଭାଇରାଲ

Published By : Prameya-News7 Bureau | June 25, 2019 IST

ମୁମ୍ବାଇ ୨୫/୬: ‘ଖତରୋଁ କେ ଖିଲାଡ଼ି’ର ବିଜେତା ହୋଇଥିବା ଆରତୀ ଛାବ୍ରିୟା ବିବାହ କରିଛନ୍ତି। ଏହି ଅଭିନେତ୍ରୀ ବିଶାରଦ ବିଦାଶୀଙ୍କୁ ବିବାହ କରିଛନ୍ତି। ବିଶାରଦ ଜଣେ ଚାଟାର୍ଡ଼ ଆକାଉଣ୍ଟାଣ୍ଟ। ସୋଶିଆଲ ମିଡିଆରେ ଆରତୀଙ୍କ ବିବାହ ଫଟୋ ଭାଇରାଲ ହୋଇଛି।

{"id":127035,"width":569,"height":640}

ଗତକାଲି ଆରତୀଙ୍କ ବିବାହ ହୋଇଛି। ଆରତୀ ଗୁପଚୁପ୍ ବିବାହ କରିଛନ୍ତି। ବିବାହ ପୋଷାକରେ ଆରତୀ ବହୁତ ସୁନ୍ଦର ଦେଖାଯାଉଥିଲେ।

{"id":127036,"width":580,"height":674}

ନାଲି ରଙ୍ଗର ଲେହେଙ୍ଗା,ଭାରୀ ଗହଣାରେ ସେ ପରୀ ଭଳି ଦେଖାଯାଉଥିଲେ। ସେହିପରି ବିଶାରଦ ମଧ୍ୟ ଗୋଲଡେନ୍ ଶେରଓ୍ବାନି ଏବଂ ଲାଲ ପଗଡ଼ିରେ ବହୁତ ସ୍ମାର୍ଟ ଦେଖାଯାଉଥିଲେ। ଚଳିତ ବର୍ଷ ମାର୍ଚ ମାସରେ ଉଭୟଙ୍କର ନିର୍ବନ୍ଧ ହୋଇଥିଲା। ଏହି ନିର୍ବନ୍ଧରେ ତାଙ୍କ ପରିବାର ଲୋକ ଏବଂ ନିକଟ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ।

{"id":127037,"width":575,"height":714}

ଆରତୀଙ୍କ ବିବାହରେ ଟିଭି ଷ୍ଟାରମାନେ ମଧ୍ୟ ପହଞ୍ଚିଥିଲେ। ଶୀନା ବଜାଜ ଏବଂ ତାଙ୍କ ସ୍ବାମୀ ରୋହିତ ପୁରୋହିତ ଏହି ବିବାହରେ ସାମିଲ ଥିଲେ। ସେ ତାଙ୍କ ସୋଶିଆଲ ମିଡିଆ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି।

{"id":127038,"width":592,"height":307}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.