ଖତରୋଁ କେ ଖିଲାଡି-୧୨ରେ ନଜର ଆସିବେ ନାହିଁ ଦିବ୍ୟା ଅଗ୍ରୱାଲ୍‌, ଏହି କାରଣରୁ ଅଫରକୁ କଲେ ମନା

Published By : Prameya-News7 Bureau | May 19, 2022 IST

ନୂଆଦିଲ୍ଲୀ ୧୯।୦୫: ବିଗ୍ ବସ୍ OTT ଟାଇଟଲ୍ ଜିତିବା ପର ଠାରୁ ଦିବ୍ୟ ଅଗ୍ରୱାଲ ନିଜ କାମକୁ ନେଇ ଖୁବ୍‌ ବ୍ୟସ୍ତ ଅଛନ୍ତି । ତାଙ୍କ ହାତରେ ବଡ ବଡ ୱେବ୍ ସିରିଜ୍ ଠାରୁ ଆରମ୍ଭ କରି ମ୍ୟୁଜିକ୍ ଭିଡିଓ ପର୍ଯ୍ୟନ୍ତ ଦିବ୍ୟାଙ୍କ ପାଖରେ ଅନେକ ପ୍ରୋଜେକ୍ଟ ରହିଛି। ନିକଟରେ ତାଙ୍କ ନାମ ରୋହିତ ଶେଟ୍ଟୀଙ୍କ ଷ୍ଟଣ୍ଟ ରିଆଲିଟି ଶୋ ଖତରୋଁ କେ ଖିଲାଡି ୧୨ ସହିତ ମଧ୍ୟ ଜଡିତ ଥିଲା। ହେଲେ ଦିବ୍ୟା ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଏପରି ରିଅଲିଟି ଶୋ କରିବାକୁ ଡର ଲାଗୁଛି କିନ୍ତୁ ଯଦି ତାଙ୍କୁ ସୁଯୋଗ ମିଳେ ତେବେ ସେ ନିଶ୍ଚିତ ଭାବରେ ଏହା ବିଷୟରେ ଚିନ୍ତା କରିବେ । ହେଲେ କିଛି ମିନିଟ ମଧ୍ୟରେ ଶୋ’ର ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ।

ଯେହେତୁ ଦିବ୍ୟାଙ୍କ ନାମ ଖତରୋଁ କେ ଖିଲାଡି ୧୨ ସହିତ ଜଡିତ ଥିଲା। ପ୍ରଶଂସକମାନେ ଶୋ’ରେ ବିପଜ୍ଜନକ ଷ୍ଟଣ୍ଟ୍ ପ୍ରଦର୍ଶନ କରିବାକୁ ଅପେକ୍ଷା କରିଥିଲେ। ଏକ ରିପୋର୍ଟ ଅନୁଯାୟୀରେ ଦର୍ଶାଯାଇଛି ଯେ ଦିବ୍ୟା ଶୋ’ର ଅଂଶ ହେବ ନାହିଁ। ଶୋ ସହ ଜଡିତ ସୂତ୍ରରୁ ଜଣାପଡିଛି କି 'ଡେୟାରଡେଭିଲ୍ ଷ୍ଟାଇଲ୍ ହେତୁ ଦିବ୍ୟା ଏହି ଶୋ' ପାଇଁ ଉପଯୁକ୍ତ ଥିଲେ କିନ୍ତୁ ଚଳିତ ବର୍ଷ ତାଙ୍କୁ ଅନେକ ପ୍ରୋଜେକ୍ଟକୁ ପୂରା କରିବାକୁ ଅଛି। ଏପରି ପରିସ୍ଥିତିରେ ନିର୍ମାତାମାନଙ୍କୁ ହଁ କହିବା ସମ୍ଭବ ନୁହେଁ ।  

ଏଥର ଅନେକ ପ୍ରସିଦ୍ଧ ଅଭିନେତା ଅଭିନେତ୍ରୀମାନଙ୍କୁ ରୋହିତ ଶେଟ୍ଟୀଙ୍କ ଶୋ ଖତରୋଁ କେ ଖିଲାଡି ୧୨ରେ ଭାଗ ନେବାକୁ ଯାଉଛନ୍ତି। ଶିବାଙ୍ଗୀ ଯୋଶୀ, ଶୃତି ଝା, ରୁବିନା ଦିଲାୟିକ, ତୁଷାର, ରାଜୀବ ଅଦତିଆ, ପ୍ରତୀକ ସାହଜପାଲ ଏବଂ ମୋହିତ ମଲିକଙ୍କ ସମେତ ଅନେକ କଳାକାର ଏହି ଶୋ’ରେ ବିପଦକୁ ସାମ୍ନା କରୁଥିବାର ନଜର ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.