Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

‘ଖତରୋଁ କେ ଖିଲାଡି’ରେ ଦିବ୍ୟାଙ୍କା ତ୍ରିପାଠୀଙ୍କ କାର୍ ହେଲା ଦୁର୍ଘଟଣାଗ୍ରସ୍ତ

8/09/2021 at 9:39 PM

ମୁମ୍ବାଇ ୦୮/୦୯ : ଷ୍ଟଣ୍ଟ-ରିଅଲିଟି ଶୋ’ ଖତରୋଁ କେ ଖିଲାଡି ୧୧ ରେ ନିଜର ପ୍ରଥମ ଏପିସୋଡ୍ ପରଠାରୁ ଦିବ୍ୟାଙ୍କା ଦର୍ଶକଙ୍କ ହୃଦୟରେ ରାଜୁତି କରୁଛନ୍ତି। ଟିକେଟ୍ ଟୁ ଫାଇନାଲ୍ ପାଇଁ ବିଶାଲ ଆଦିତ୍ୟ ସିଂହ, ଦିବ୍ୟାଙ୍କା ତ୍ରିପାଠୀ, ଅଭିନଭ ଶୁକ୍ଲା, ବରୁଣ ସୁଦ, ରାହୁଲ ବୈଦ୍ୟ ଏବଂ ଅର୍ଜୁନ ବିଜଲାନି ଖେଳୁଛନ୍ତି ।

ଶ୍ୱେତା ଏବଂ ସାନା ଫାଇନାଲ୍ ରେସ୍ ଟିକେଟରୁ ବାହାରି ଯାଇଥିଲେ। ଟିକେଟ୍ ଟୁ ଫାଇନାଲର ଷ୍ଟଣ୍ଟ ପାର୍ଟନର ଷ୍ଟଣ୍ଟ ଥିଲା। ବରୁଣଙ୍କ ସହ ରାହୁଲ, ବିଶାଲଙ୍କ ସହ ଅର୍ଜୁନ ଏବଂ ଅଭିନଭଙ୍କ ସହ ଦିବ୍ୟାଙ୍କାଙ୍କ ଯୋଡି ଥିଲା। ବରୁଣ ଏବଂ ରାହୁଲ ପ୍ରଥମେ ଯାଇ ଷ୍ଟଣ୍ଟ ପୁରା କରିଥିଲେ। ଦିବ୍ୟାଙ୍କା ଓ ଅଭିନଭ ମଧ୍ୟ ଷ୍ଟଣ୍ଟ ପୁରା କରିଥିଲେ। ଅର୍ଜୁନ ଏବଂ ବିଶାଲ ଶେଷରେ ଯାଇ ଷ୍ଟଣ୍ଟ ଭଲ ଭାବେ କରିଥିଲେ।

ଦିବ୍ୟାଙ୍କା ଏବଂ ଅଭିନାଭ ଷ୍ଟଣ୍ଟ ଜିତିଥିବାବେଳେ ବରୁଣ ଏବଂ ରାହୁଲ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ବିଶାଲ ଏବଂ ଅର୍ଜୁନ ସର୍ବାଧିକ ସମୟ ନେଇଥିଲେ ତେଣୁ ଟିକେଟ୍ ଟୁ ଫାଇନାଲ୍ ଦୌଡରୁ ବାଦ ପଡିଛନ୍ତି। ତା’ପରେ ଦ୍ୱିତୀୟ ଷ୍ଟଣ୍ଟ ମଧ୍ୟ ଏକ ପାର୍ଟନର ଷ୍ଟଣ୍ଟ ଥିଲା। ଯେଉଁଥିରେ ରାହୁଲ ବୈଦ୍ୟ ଦିବ୍ୟାଙ୍କା ତ୍ରିପାଠୀଙ୍କ ସହ ଯୋଡି ହୋଇଥିବାବେଳେ ବରୁଣ ସୁଦ ଅଭିନଭ ଶୁକ୍ଲାଙ୍କ ସହ ଯୋଡି ହୋଇଥିଲେ।

ରାହୁଲ ଓ ଦିବ୍ୟାଙ୍କା ପ୍ରଥମେ ଯାଇଥିଲେ ଓ ୧୩ ପତାକା ହଟାଇବାକୁ ଥିଲା। ତାପରେ ବରୁଣ ଓ ଅଭିନଭ ଯାଇଥିଲେ ଓ ସେମାନେ ୧୦ ପତାକା ହଟାଇଥିଲେ। ଫଳରେ ରାହୁଲ ଓ ଦିବ୍ୟାଙ୍କା ଷ୍ଟଣ୍ଟ ଜିତିଛନ୍ତି। ବର୍ତ୍ତମାନ ତାଙ୍କ ମଧ୍ୟରେ ଫାଇନାଲ ଷ୍ଟଣ୍ଟ ହେବ। ଟିକେଟ ଟୁ ଫାଇନାଲ ପାଇଁ ବର୍ତ୍ତମାନ ରାହୁଲ ବୈଦ୍ୟ ଓ ଦିବ୍ୟାଙ୍କା ତ୍ରିପାଠୀଙ୍କ ମଧ୍ୟରେ ଟକ୍କର ହେବ। ଏହା ଏକ ଡାଇନାମିକ ଷ୍ଟଣ୍ଟ ହେବ। ଦୁହେଁ ଏକାସାଙ୍ଗେ ଷ୍ଟଣ୍ଟ କରିବେ।

ଦିବ୍ୟାଙ୍କା ଏବଂ ରାହୁଲ ବସ୍ ଉପରେ ରହିବେ ଓ ସିଡ଼ି ଦେଇ ବସ୍‌ରୁ ଓହ୍ଲାଇବାକୁ ପଡିଥିଲା। ତା’ପରେ ବସ୍ ତଳେ ବନ୍ଧା ହୋଇଥିବା ଏକ ଡମି ନେବାକୁ ପଡିଥିଲା। ତଳକୁ ଓହ୍ଲାଇ ସେମାନଙ୍କୁ କାର ଆଡକୁ ଦୌଡିବାକୁ ପଡିଥିଲା। କାରର ଟାୟାର ଛଡା ସେମାନଙ୍କୁ ଡମି ମଧ୍ୟ ଲଗାଇବାକୁ ପଡିଥିଲା। ପରେ ସେମାନଙ୍କୁ କାରର ଟ୍ରଙ୍କ ଖୋଲି ୩ ଟି ପତାକା ବାହାର କରି ସେମାନଙ୍କ ସହିତ ମେଳ କରିବାକୁ ପଡିଥିଲା।

ଏସବୁ ଯିଏ ପ୍ରଥମେ କରିବ ସେ ଜିତିବ। ରାହୁଲ ଓ ଦିବ୍ୟାଙ୍କା ଷ୍ଟଣ୍ଟ ଆରମ୍ଭ କରନ୍ତି ଏବଂ ଭଲ ପ୍ରଦର୍ଶନ କରନ୍ତି। ଦିବ୍ୟାଙ୍କା ତ୍ରିପାଠୀ ରାହୁଲଙ୍କ ସହ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ମୋ ସାଥୀ ଷ୍ଟଣ୍ଟରେ ସଫଳ ହେବା ପରେ ଏବଂ କାର ଦୁର୍ଘଟଣାରୁ ବଞ୍ଚିବା ପରେ ଫଟୋ ତ ନିଶ୍ଚୟ ନେବା ଉଚିତ।’

   Related Posts