'ଖତରୋଁ କେ ଖିଲାଡି-୧୧'ର ୱିନର ହେଲେ ଅର୍ଜୁନ ବିଜଲାନି ! ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ଫଟୋ...

Published By : Prameya-News7 Bureau | September 22, 2021 IST

ମୁମ୍ବାଇ ୨୨/୦୯ : କଲର୍ସ ଟିଭିର ଲୋକପ୍ରିୟ ଶୋ ଖତରୋ କେ ଖିଲାଡି -୧୧ ।ଏହି ସିଜିନ୍‌କୁ ଦର୍ଶକ ବହୁତ ଭଲ ପାଇବା ଦେଇଛନ୍ତି। ଶୋ’ର ଗ୍ରାଣ୍ଡ ଫାଇନାଲ୍ ସେପ୍ଟେମ୍ବର ୨୫ ଓ ୨୬ରେ ହେବ। କେପଟାଉନରେ ଅନୁଷ୍ଠିତ ହେଉଥିବା ଖତରୋଁ କେ ଖିଲାଡି ସିଜନ-୧୧ ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ ଦିବ୍ୟଙ୍କା ତ୍ରିପାଠୀ, ରାହୁଲ ବୈଦ, ଅର୍ଜୁନ ବିଜଲାନି, ବରୁଣ ସୁଦ, ବିଶାଲ, ଆଦିତ୍ୟ ସିଂ ଏବଂ ଶ୍ୱେତା ସିଂ ଫାଇନାଲରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହିଁ ବିଜେତା ହୋଇ ଟ୍ରଫି ହାସିଲ୍ କରିବେ । ଗତ କିଛି ଦିନ ମୁମ୍ବାଇର ଫିଲ୍ମ ସିଟିରେ ଫାଇନାଲ୍ ଏପିସୋଡର ସୁଟିଂ କରାଯାଇଥିଲା ଯେଉଁଠାରେ ଶୋ’ର ସମସ୍ତ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ସୋସିଆଲ ମିଡିଆରେ ବିଜେତାଙ୍କ ନାମକୁ ନେଇ ସମସ୍ତଙ୍କର କଳ୍ପନାଜଳ୍ପନା କରାଯାଉଛି। କୁହାଯାଉଛି ଯେ ଶୋ’ରେ ଅଭିନେତା ଅର୍ଜୁନ ବିଜ୍‌ଲାନି ଜିତିଛନ୍ତି । ଏନେଇ ସୋସିଆଲ ମିଡିଆରେ ଅର୍ଜୁନଙ୍କ ନାଁ ଖୁବ୍‌ ଟ୍ରେଣ୍ଡ କରିବା ଆରମ୍ଭ କରିଛି । କେବଳ ଏତିକି ନୁହଁ ପ୍ରଶଂସକମାନେ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଥିଲେ।

wp:html /wp:html

ତେବେ ସୋସିଆଲ ମିଡିଆରେ ଏକ ଆଲୋଚନା ହେଉଛି ଯେ ଫାଇନାଲରେ ଅର୍ଜୁନ ବିଜଲାନି ଏବଂ ଦିବ୍ୟଙ୍କା ତ୍ରିପାଠୀଙ୍କ ମଧ୍ୟରେ ଟକ୍କର ହୋଇଥିଲା । ଯେଉଁଠାରେ ଅର୍ଜୁନ ଏହି ସିଜନରେ ଜିତିଛନ୍ତି। ହେଲେ ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ଅଫିସିଆଲି ସୂଚନା କି ଘୋଷଣା କରାଯାଇନାହିଁ। କିନ୍ତୁ ଏହାପୂର୍ବରୁ ଯେତେବେଳେ ପ୍ରତିଯୋଗୀମାନେ 'ଖତରୋଁ କେ ଖିଲାଡି -୧୧'ର ସୁଟିଂ ଶେଷ କରିବା ପରେ କେପଟାଉନରୁ ଫେରିଥିଲେ। ରାଖୀ ସାୱନ୍ତ ମଧ୍ୟ ପାପାରାଜିଙ୍କ ସହ କଥାବାର୍ତ୍ତା ବେଳେ ଅର୍ଜୁନଙ୍କ ନାମ ନେଇଥିଲେ। ରାଖୀ କହିଛନ୍ତି- 'ସମସ୍ତେ ଫେରି ଆସିଛନ୍ତି, ୱୋ, ସ୍ୱାଗତ।'

wp:html /wp:html

ଯେତେବେଳେ ପାପାରାଜି ଅର୍ଜୁନଙ୍କ ନାମ ଉଲ୍ଲେଖ କରନ୍ତି, ରାଖୀ କୁହନ୍ତି, 'ଅର୍ଜୁନ ବିଜଲାନି ଜିତିଲେ,? ହଁ, ସେ ଜିତିଛନ୍ତି । ଏପରି ଅନେକ ଟ୍ବିଟ୍‌ କମେଣ୍ଟ ମଧ୍ୟ ଦେଖିବାକୁ ମିଳୁଛି ଉକ୍ତ ଫଟୋରେ ।ପ୍ରଶଂସକମାନେ ଏହାର ଖୁସି ମନାଇବାରେ ବ୍ୟସ୍ତ ଅଛନ୍ତି । ତେବେ ଏହି ଶୋ’ରେ କିଏ ଜିତିଛି ତାହା କେବଳ ଫାଇନାଲ୍ ଏପିସୋଡରେ ହିଁ ଜଣା ପଡିବ ହେବ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.