Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଖତ୍ରୋଁ କେ ଖିଲାଡି ୧୧ ର ପ୍ରତିଯୋଗୀ ଅନୁଷ୍କା ସେନ କରୋନା ସଂକ୍ରମିତ, ଆଇସୋଲେସନରେ ଅଛନ୍ତି ଅଭିନେତ୍ରୀ

17/06/2021 at 11:22 AM

ନୂଆଦିଲ୍ଲୀ ୧୭/୦୬: ବଲିଉଡ ଫିଲ୍ମ ନିର୍ମାତା ରୋହିତ ଶେଟ୍ଟୀଙ୍କ ଆଡଭେଞ୍ଚର୍ସ ଟିଭି ରିଆଲିଟି ସୋ ‘ଖତ୍ରୋଁ କେ ଖିଲାଡି ୧୧’ର ପ୍ରତିଯୋଗୀ ଅନୁଷ୍କା ସେନଙ୍କ କରୋନା ରିପୋର୍ଟ ପଜିଟିଭ୍ ହୋଇଛି। ଯାହା ପରେ ତାଙ୍କୁ କ୍ୱାରାଣ୍ଟାଇନ୍ କରାଯାଇଛି । ତେବେ ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ।

ସୋମବାର ଅନୁଷ୍କାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ପଜିଟିଭ୍ ରିପୋର୍ଟ ପରେ ଆସିବା ଆଇସୋଲେସନରେ ଅଛନ୍ତି ଅଭିନେତ୍ରୀ । ଅନୁଷ୍କାଙ୍କ ଭିତରେ କରୋନା ଭାଇରସର କୌଣସି ଲକ୍ଷଣ ଦେଖାଯାଇ ନାହିଁ, ତଥାପି ତାଙ୍କୁ ଲୋକଙ୍କଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି।

ଅନୁଷ୍କାଙ୍କ ପଜିଟିଭ ରିପୋର୍ଟ ପରେ ଶୋ’ର ସମସ୍ତ ପ୍ରତିଯୋଗୀ ଏବଂ କ୍ରୁ ସଦସ୍ୟଙ୍କୁ ମଧ୍ୟ ଟେଷ୍ଟ କରାଯାଇଥିଲା, ଯାହାର ରିପୋର୍ଟ ନେଗେଟିଭ ଆସିଛି । ଏହା ସହିତ ସମସ୍ତ ପ୍ରତିଯୋଗୀ ସୁରକ୍ଷିତ ଅଛନ୍ତି । ଅନୁଷ୍କା ଆସୋଲେସନ୍ ହେବା ପରେ ବାକି ଟିମ୍ ଏବଂ କ୍ରୁ ସଦସ୍ୟଙ୍କ ସହ ସୁଟିଂ ଶେଷ ହୋଇଛି।

କେପଟାଉନରେ ଖତ୍ରୋଁ କେ ଖିଲାଡି -୧୧ ସୁଟିଂ ଚାଲିଛି । ଯେଉଁଠାରେ ଶ୍ୱେତା ତିୱାରୀ, ରାହୁଲ ବୈଦ୍ୟ, ଦିବ୍ୟଙ୍କା ତ୍ରିପାଠୀ, ନିକ୍କି ତମ୍ବୋଲି, ଅବିନଭ ଶୁକ୍ଲା, ବିଶାଲ ଆଦିତ୍ୟ ସିଂ, ଆସ୍ତା ଗିଲ, ସୌରଭ ରାଜ ଜୈନ, ଅର୍ଜୁନ ବିଜଲାନି, ମହଲ ଚହଲ, ବରୁଣ ସୁଦ ଏବଂ ସାନା ମକବୁଲ ସୁଟିଂ କରୁଛନ୍ତି।

   Related Posts