ମାର୍ଚ୍ଚ ୧୫ ତାରିଖରୁ ଏପ୍ରିଲ ୧୪ ତାରିଖ ମଧ୍ୟରେ ହେବନାହିଁ କୌଣସି ଶୁଭ କାମ : ଜାଣନ୍ତୁ କାହିଁକି

Published By : Prameya-News7 Bureau | March 14, 2019 IST

ଭୁବନେଶ୍ୱର ୧୪/୩ : ଜ୍ୟୋତିଷଶାସ୍ତ୍ର ଅନୁସାରେ ଧନୁ ରାଶି ଏବଂ ମୀନ ରାଶି ବୃହଷ୍ପତ୍ତି ଗ୍ରହର ରାଶି | ଗ୍ରହମାନଙ୍କ ରାଜା ସୂର୍ଯ୍ୟ ପ୍ରବେଶ କରିବା ମାତ୍ରେ ଏହି ୨ ରାଶିରେ ଖରମାସ ଦୋଷ ଲାଗିଥାଏ | ଏଥିପାଇଁ କୌଣସି ପ୍ରକାର ଶୁଭ କାମ କରାଯାଇନଥାଏ | ଖରମାସ ଚଳିତ ବର୍ଷ ଶୁକ୍ରବାର, ମାର୍ଚ୍ଚ ୧୫ ତାରିଖ ସକାଳ ୮ଟା ୧୦ ମିନିଟରୁ ମୀନ ରାଶିରେ ପ୍ରବେଶ କରିବାରୁ ଆରମ୍ଭ ହେବ | ସେଥିପାଇଁ ଆସନ୍ତାକାଲି ଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଖରମାସ ଦୋଷ ରହିବ | ଏହି ମାସେ ଭିତରେ ଭଗବାନଙ୍କ ଆରାଧନାରେ ବିଶେଷ ମହତ୍ୱ ରହିଛି |


ଧର୍ମଗ୍ରନ୍ଥ ଅନୁସାରେ, ଏହି ମାସରେ ସକାଳୁ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ଶୌଚ, ସ୍ନାନ ଆଦି ସାରି ଭଗବାନଙ୍କୁ ସ୍ମରଣ କରିବା ଉଚିତ ଏବଂ ପୁରୁଷୋତ୍ତମ ମାସର ନିୟମ ପୁରା କରିବା ଉଚିତ | ଏହାଦ୍ୱାରା ଭଗବାନଙ୍କ ବିଶେଷ କୃପା ଲାଭ ହୋଇଥାଏ |

{"id":93471}


ଏହି ମାସରେ ଘରେ, ମନ୍ଦିରରେ ଭଗବାନ କଥା ଆଲୋଚନା କରାଯାଇଥାଏ | ଭଗବାନଙ୍କ ବିଶେଷ ପୂଜା କରାଯାଇଥାଏ | ବିଶ୍ୱର ମଙ୍ଗଳ ତଥା ବ୍ରାହ୍ମଣ ଏବଂ ଧର୍ମ ରକ୍ଷା ପାଇଁ ବ୍ରତ-ନିୟମ ଆଦି ପାଳନ କରାଯାଇଥାଏ | ଏହି ମାସରେ ଦାନ, ପୁଣ୍ୟ ମଧ୍ୟ କରାଯାଇଥାଏ |


ପୁରୁଷୋତ୍ତମ ମାସ ସମ୍ବନ୍ଧରେ ଧର୍ମ ଗ୍ରନ୍ଥରେ ଲେଖା ଅଛି-ପୁରୁଷୋତ୍ତମ ମାସରେ ନିୟମ ପାଳନ କରି ପୂଜା କଲେ ଭଗବାନ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି | ଶ୍ରଦ୍ଧାର ସହ ଭଗବାନଙ୍କୁ ଆରାଧନା କଲେ ସମସ୍ତ ପ୍ରକାର ସୁଖ, ଶାନ୍ତି ଭୋଗ କରି ମୃତ୍ୟୁ ପରେ ଭଗବାନଙ୍କ ଦିବ୍ୟ ଗୋଲକରେ ନିବାସ କରିଥାଏ |

{"id":93474}


ଧର୍ମ ଗ୍ରନ୍ଥରେ ଏମିତି କିଛି ଶ୍ଳୋକ ସମ୍ପର୍କରେ ମଧ୍ୟ କୁହାଯାଇଛି ଯାହା ଖରମାସରେ ଜପ କରିବା ଦ୍ୱାରା ପୁଣ୍ୟ ମିଳିଥାଏ | ଶ୍ରୀ କୋୖଣ୍ଡିନ୍ୟ ରୁଷି ପ୍ରାଚୀନକାଳ ଏହି ମନ୍ତ୍ର ଲେଖିଥିଲେ | ମନ୍ତ୍ର ଜପ କିଭଳି କରିବେ ସେ ସମ୍ପର୍କରେ ମଧ୍ୟ ରୁଷି ଲେଖିଛନ୍ତି |


ମନ୍ତ୍ର ଜପ ସମୟରେ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିବେ | ଏଭଳି ସ୍ମରଣ କରିବେ ଯେଭଲେ ସେ ନବୀନ ଏବଂ ମେଘ ସମାନ ଶ୍ୟାମଳ | ଦେ ଦୁଇ ଭୁଜଧାରୀ | ହଳଦିଆ ବସ୍ତ୍ର ଧାରଣ କରି ବଇଁଶୀ ବଜୌଛନ୍ତି | ରାଧିକା ରାଣୀଙ୍କ ସହ ଏହିଭଳି ପୁରୁଷୋତ୍ତମ ଭଗବାନଙ୍କୁ ସ୍ମରଣ କରାଯିବ ଉଚିତ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.