ବିଜେପି ଛାଡିଲେ ଖରିଆର ବିଧାୟକ ଦୁର୍ଯ୍ୟୋଧନ ମାଝି
23/03/2019 at 10:12 AM

ନୂଆପଡା ୨୩|୩ : ବିଜେପି ଛାଡିଲେ ଖରିଆର ବିଧାୟକ ଦୁର୍ଯ୍ୟୋଧନ ମାଝି । ଏଥର ବିଜେପି ତାଙ୍କୁ ଟିକେଟ୍ ନଦେବାରୁ ସେ ଦଳ ଛାଡିଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପାଖକୁ ପଠାଇ ଦେଇଛନ୍ତି । ଦୁର୍ଯ୍ୟୋଧନଙ୍କ ସ୍ଥାନରେ ବିଜେପି ଏଥର ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତିଙ୍କ ପତ୍ନୀ ରୀତାରାଣୀ ବଗର୍ତ୍ତିଙ୍କୁ ଖରିଆରରୁ ପ୍ରାର୍ଥୀ କରିଛି ।
୨୦୧୪ରେ ଦୁର୍ଯ୍ୟୋଧନ ବିଜେଡି ଛାଡି ବିଜେପିରେ ସାମିଲ ହେବା ସହ ବିଜେପି ଟିକେଟ୍ ରେ ନିର୍ବାଚିତ ହୋଇଥିଲେ । ସେ ଏହା ପୂର୍ବରୁ ୨ଥର ଜନତା ଦଳରୁ ଏବଂ ୨ଥର ବିଜେଡିରୁ ବିଧାୟକ ହୋଇଛନ୍ତି ।
Related Posts
ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
26 January 2021
ନଦୀରେ ଭାସୁଛି ନବଜାତକର ମୃତଦେହ, ପେଟିରେ ପୁରାଇ ଫିଙ୍ଗାଯାଇଛି !
26 January 2021