ବିଜେଡିରେ ମିଶିଲେ ଦୁର୍ଯ୍ୟୋଧନ ମାଝୀ
23/03/2019 at 6:29 PM

ଭୁବନେଶ୍ୱର ୨୩/୩ : ବିଜେଡିରେ ମିଶିଲେ ଦୁର୍ଯ୍ୟୋଧନ ମାଝୀ | ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି ଖରିଆର ବିଧାୟକ ଦୁର୍ଯ୍ୟୋଧନ ମାଝୀ | ଗତକାଲି ବିଜେପି ଛାଡିଥିଲେ ଦୁର୍ଯ୍ୟୋଧନ | ଏଥର ବିଜେପି ତାଙ୍କୁ ଟିକେଟ୍ ଦେଇନଥିବାରୁ ସେ ଦଳ ଛାଡିଛନ୍ତି ବୋଲି କହିଛନ୍ତି । ଗତକାଲି ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପାଖକୁ ପଠାଇ ଦେଇଥିଲେ | ଦୁର୍ଯ୍ୟୋଧନଙ୍କ ସ୍ଥାନରେ ବିଜେପି ଏଥର ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତିଙ୍କ ପତ୍ନୀ ରୀତାରାଣୀ ବଗର୍ତ୍ତିଙ୍କୁ ଖରିଆରରୁ ପ୍ରାର୍ଥୀ କରିଛି |
୨୦୧୪ରେ ଦୁର୍ଯ୍ୟୋଧନ ବିଜେଡି ଛାଡି ବିଜେପିରେ ସାମିଲ ହେବା ସହ ବିଜେପି ଟିକେଟ୍ ରେ ନିର୍ବାଚିତ ହୋଇଥିଲେ | ସେ ଏହା ପୂର୍ବରୁ ୨ଥର ଜନତା ଦଳରୁ ଏବଂ ୨ଥର ବିଜେଡିରୁ ବିଧାୟକ ହୋଇଛନ୍ତି | ସେ ମଧ୍ୟ ବିଜେଡି ସରକାରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ |