Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଖଡିଆଳ ବିଡିଓଙ୍କୁ ମାଡ ; ଅଭିଯୁକ୍ତକୁ ଖୋଜୁଛି ପୋଲିସ

15/12/2018 at 11:20 AM

ନୂଆପଡା ୧୫|୧୨:  ଖଡିଆଳ ବିଡିଓଙ୍କୁ ମାଡ ଅଭିଯୋଗ ହୋଇଛି । ଏନେଇ ଖଡିଆଳବିଡିଓ ଉତ୍ତମ କୁମାର ବାଗ ଖଡିଆଳ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି । ପୋଲିସ ଅଭିଯୁକ୍ତକୁ ଧରିବାପାଇଁ ଛାନ୍ ଭିନ୍ କରୁଛି ।

ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସମୟରେଖଡିଆଳ ବ୍ଲକ୍ କନଫରେନ୍ସ ଗୃହ ଭିତରୁ ସିଧାସଳଖ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ କିଛିଆଲୋଚନା ଚାଲିଥିବା ବେଳେ ଜଣେ ଯୁବକ ଭିତରକୁ ପଶି ଆସିଥିଲେ । ସମସ୍ତଙ୍କ ସାମନାରେ ବିଡିଓଙ୍କୁ ଗାଳିଗୁଲଜ କରିବା ସହ ଚେୟାର ଟେବୁଲ ଭଙ୍ଗାରୁଜା କରିଥିଲେ ଓ ବିଡିଓଙ୍କ ଉପରକୁ ଫିଙ୍ଗିଥିଲେ ବୋଲି ସୂଚନାମିଳିଛି  । ଫଳରେ ବିଡିଓ ଉତ୍ତମ କୁମାର ବାଗଙ୍କ ମୁଣ୍ଡଏବଂ ହାତରେ ଆଘାତ ଲାଗିଛି । ଖଡିଆଳ ଚିକିତ୍ସାଳୟରେ ଚିକିତ୍ସା ହେବାପରେ ବିଳମ୍ବିତ ରାତିରେ ଖଡିଆଳଥାନାରେ ବିଡିଓ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୁକ୍ତଙ୍କୁ ଧରିବା ପାଇଁ ଖଡିଆଳ ପୋଲିସ ବିଭିନ୍ନସ୍ଥାନରେ ଚଢାଉ ଜାରି ରଖିଛି । ତେବେ ଏ ନେଇ ଖଡିଆଳ ବିଡିଓଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଠିକା କାମର ବିଲ୍ ପାସ୍ କରିବାକୁ ନେଇ ଏଭଳି ଘଟିଥିବା ସନ୍ଦେହ କରାଯାଉଛି ।

   Related Posts