Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଆଉ କିଛି ସମୟ ପରେ ପଦ୍ମ ଧରିବେ ଖାରବେଳ ସ୍ୱାଇଁ

25/03/2019 at 8:20 AM

ଭୁବନେଶ୍ୱର ୨୫/୩ : ବିଜେପିରେ ମିଶିବେ ଖାରବେଳ ସ୍ୱାଇଁ | ଆଉ କିଛି ସମୟ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ | ‘ଉତ୍କଳ ଭାରତ’ ସଭାପତି ଖାରବେଳ ସ୍ୱାଇଁ ଆଜି ବିଜେପିର ମିଶ୍ରଣ ପର୍ବରେ ବିଜେପିରେ ଯୋଗଦେବେ | ଖାରବେଳ ସ୍ୱାଇଁ କନ୍ଧମାଳ ଲୋକସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି |


ଖାରବେଳ ଗତକାଲି ଗଣମାଧ୍ୟମକୁ କହିଛନ୍ତି ଯେ, ୨୦୧୯ ନିର୍ବାଚନ ପାଇଁ ରାଜ୍ୟରେ ବିଜେଡି ବିରୋଧୀ ମହାମେଣ୍ଟ ହେବାକୁ ଯାଉଛି | ତେବେ ଏହି ମହାମେଣ୍ଟରେ କଂଗ୍ରେସକୁ ସାମିଲ କରାଯିବ ନାହିଁ | ବରଂ ବିଜେପି ଯଦି ତାର ବିଜେଡି ବିରୋଧୀ ଆଭିମୁଖ୍ୟକୁ ଅଧିକ ଶାଣିତ କରେ ତାହାହେଲେ ଡ଼ିଲ ହୋଇପାରେ ବୋଲି ଖାରବେଳ ସୂଚନା ଦେଇଛନ୍ତି | ଅପରପକ୍ଷରେ ନିକଟରେ ବିଜେପି ଛାଡିଥିବା ବିଜୟ ମହାପାତ୍ର ଏବଂ ଦିଲୀପ ରାୟଙ୍କୁ ଏହି ମହାମେଣ୍ଟରେ ସାମିଲ କରାଯିବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଖାରବେଳ |

   Related Posts