ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଲେ ଖାରବେଳ

Published By : Prameya-News7 Bureau | March 25, 2019 IST

ଭୁବନେଶ୍ୱର ୨୫/୩ : ପଦ୍ମ ଧରିଲେ ଖାରବେଳ ସ୍ୱାଇଁ | କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ମିଶିଲେ ଖାରବେଳ | ଖାରବେଳ ସ୍ୱାଇଁ କନ୍ଧମାଳ ଲୋକସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି |ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବରେ ସେ ପଦ୍ମ ଧରିଛନ୍ତି |

{"id":96647}

ତେବେ ନିର୍ବାଚନରେ ସେ ବିଜେଡିକୁ କଡା ଟକ୍କର ଦେବେ ବୋଲି କହିଛନ୍ତି | ପୂର୍ବରୁ ଖାରବେଳ କହିଥିଲେ ଯେ, ବିଜେପି ବୈଜୟନ୍ତଙ୍କୁ ନେବା ସ୍ପଷ୍ଟ କରୁଛି ଯେ ବିଜେପି ବର୍ତ୍ତମାନ ବିଜେଡି ସହ ଲଢେଇ କରିବାକୁ ପ୍ରସ୍ତୁତ | ସେ ପୂର୍ବରୁ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କ ସହ ଆଲୋଚନା କରିଥିଲେ | ରାଜ୍ୟରେ ଚାଲିଥିବା ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ଗାଦିଚ୍ୟୁତ କରିବାକୁ ସେ ବିଜେପି ସହ ବୁଝାମଣା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ | ଶେଷରେ ସେ ବିଜେପିରେ ମିଶିଛନ୍ତି |

{"id":96648}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.