ରାଜଧାନୀରୁ ଦେଶୀ ପିସ୍ତଲ ସହ ସନ୍ଦିଗ୍ଧ ଅପରାଧି ଗିରଫ

Published By : Prameya-News7 Bureau | November 10, 2018 IST

ଭୁବନେଶ୍ୱର ୧୦/୧୧: କମିଶନରେଟ ପୋଲିସର କୁଇକ୍ଆକ୍ସନ ଟିମ ସହାୟତାରେ ଖାରବେଳ ନଗର ପୋଲିସ ଜଣେ ସନ୍ଦଗ୍ଧ ଅପରାଧିକୁ ଗିରଫ କରିଛି । ତା ଠାରୁ ଗୋଟିଏ ଦେଶୀ ପିସ୍ତଲ ଓ ତିନି ରାଉଣ୍ଡ ଅଫୁଟା ଗୁଳି ଜବତ ହୋଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଇଂଷ୍ଟିଚ୍ୟୁଟ ଅଫ ଇଂଜିନିୟର୍ସ ନିକଟରେ ଏକ ମାରୁତି କାର୍‌ରେ ଯାଉଥିବା ଏହି ଅପରାଧିକୁ ଧରିଥିଲା ।  ଧରାପଡ଼ିଥିବା ଅପରାଧିର ନାଁ ଇବ୍ରାହିମ ଖାନ (୩୫) । ତା’ର ଘର ପିପିଲିରେ ବୋଲି ଜଣାପଡ଼ିଛି । କୌଣସି ଏକ ଅପରାଧ ଘଟାଇବା ଲାଗି ସେ ଏହି ଦେଶୀ ପିସ୍ତଲ ନେଇ ଯାଉଥିବା ପୋଲିସ ସନ୍ଦେହ କରୁଛି । ଇବ୍ରାହିମକୁ ପୋଲିସ ଅଧିକ ପଚରାଉଚରା କରୁଛି । [gallery ids="55216,55217,55218"]  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.