ଖରସ୍ରୋତା ଆନ୍ଦୋଳନ ପ୍ରସଙ୍ଗରେ ବିଧାନସଭାରେ ହଙ୍ଗାମା, ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

Published By : Prameya-News7 Bureau | September 07, 2021 IST

ଭୁବନେଶ୍ୱର ୦୭/୦୯: ବିଧାନସଭାରେ ଉଠିଲା ଖରସ୍ରୋତା ଆନ୍ଦୋଳନ ପ୍ରସଙ୍ଗ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଜଳ ସମ୍ପଦ ବିଭାଗର ବିନା ଅନୁମୋଦନରେ ପ୍ରକଳ୍ପ ଚାଲିଛି । ସେଠି ଏହାକୁ ନେଇ ଆନ୍ଦୋଳନ ଜାରି ରହିଛି । ସେଠି ପୋଲିସ ଲଗାଇ ଯେଉଁଭଳି ପ୍ରକଳ୍ପ ଚାଲିଛି ତାହା ତାଲିବାନ ଶାସନ ଭଳି ।

ସେପଟେ ଗୃହରେ ଜବାବ ରଖିଲେ ଆଳି ବିଧାୟକ ପ୍ରତାପ ଦେବ । ଜଳ ସମ୍ପଦ ବିଭାଗର ଅନୁମୋଦନ ରହିଛି । ପୋଲିସ କିଛି ଭୁଲ କରିନି । ପ୍ରକଳ୍ପ ସମ୍ପର୍କରେ ବିଭ୍ରାନ୍ତ କରି ଆନ୍ଦୋଳନ କରାଯାଉଛି । ଏବେ ଘରେ ଘରେ ପାଣି ପହଞ୍ଚାଇବା ପାଇଁ ଉଦ୍ୟମ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.