Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଚାଷୀ ଆନ୍ଦୋଳନ : ପଞ୍ଜାବ ଗାଁ ଗାଁରେ ବସୁଛି ଖାପ ପଞ୍ଚାୟତ, ନିର୍ଦ୍ଧାରିତ ହେଉଛି ବିକ୍ଷୋଭକାରୀଙ୍କ ସଂଖ୍ୟା

31/01/2021 at 9:11 PM

ଚଣ୍ଡିଗଡ ୩୧।୧: କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାମାନଙ୍କରେ ଚାଲିଥିବା କୃଷକ ଆନ୍ଦୋଳନ କ୍ରମଶଃ ମଜଭୁତ ହେବାରେ ଲାଗିଛି। ଉତ୍ତରପ୍ରଦେଶ ଓ ହରିୟାଣାର ଚାଷୀ ପୁଣି ଆନ୍ଦୋଳନସ୍ଥଳକୁ ଫେରି ଆସିଥିବାବେଳେ ପଞ୍ଜାବର ଚାଷୀଙ୍କ ବିନା ସିଂଘୁ ବର୍ଡର ଖାଁ ଖାଁ କରୁଛି। ଏଣୁ ପଞ୍ଜାବର ପ୍ରତି ଗାଁରେ ଖାପ୍‌ ପଞ୍ଚାୟତ କରି ଆନ୍ଦୋଳନ ମଜଭୁତ କରିବାକୁ ଚାଷୀ ଅଣ୍ଟା ଭିଡିଛନ୍ତି। 

ଫରିଦକୋଟ ଜିଲ୍ଲାର ବିଭିନ୍ନ ଗାଁରେ ଚାଷୀ ଖାପ ପଞ୍ଚାୟତ କରି ପ୍ରତି ସପ୍ତାହରେ ପ୍ରତି ଗାଁରୁ ୧୮ ଜଣ ଲେଖାଏଁ ଦିଲ୍ଲୀ ଯିବାକୁ ନିଷ୍ପତ୍ତି ହୋଇଛି। ପକ୍ଷୀ କଲାଁ ଓ ଡୋଡା ପଞ୍ଚାୟତ ଥରଥର କରି ଲୋକଙ୍କୁ ଆନ୍ଦୋଳନସ୍ଥଳକୁ ପଠାଇବାକୁ ଘୋଷଣା କରିଛନ୍ତି। ସେହିପରି ପଞ୍ଚାୟତର ଯେଉଁ ଗାଁରୁ ଯେଉଁ ଲୋକ ଯେଉଁ ଦିନ ଦିଲ୍ଲୀ ଯିବା କଥା ନ ଗଲେ ଜରିମନା ବ୍ୟବସ୍ଥା ମଧ୍ୟ କରାଯାଇଛି।

କେତେକ ଗାଁରେ ଲୋକେ ଆନ୍ଦୋଳନକୁ ଯିବା ଲାଗି ନାମଙ୍ଗ ହେଲେ ମୋଟା ରକମର ଜରିମାନା ଲାଗୁ କରିଛନ୍ତି। ଏପରିକି ଜଣ ପିଛା ୫ ହଜାର ଟଙ୍କା ଜରିମାନା କରିବାକୁ ବି ନିଷ୍ପତ୍ତି ହୋଇଛି। ଡୋଡା ଗ୍ରାମପଞ୍ଚାୟତ ପ୍ରତି ୫ ଦିନ ଅନ୍ତରାଳରେ ୧୫ ଜଣଙ୍କୁ ଦିଲ୍ଲୀ ପଠାଇବାକୁ ଘୋଷଣା କରିଛି।

ଫିରୋଜପୁର ପଞ୍ଚାୟତରେ କୃଷକନେତାମାନେ ପଞ୍ଚାୟତ କରି ଆନ୍ଦୋଳନକୁ ମଜଭୁତ କରିବାକୁ ଚାଷୀଙ୍କ ସହଯୋଗ ଲୋଡିଛନ୍ତି। ପ୍ରତ୍ୟେକ ଚାଷୀ ନିଜେ ଅଥବା ଘରୁ କାହାକୁ ହେଲେ ଦିଲ୍ଲୀ ଆନ୍ଦୋଳନସ୍ଥଳକୁ ପଠାନ୍ତୁ ବୋଲି କୃଷକ ନେତାମାନେ ନିବେଦନ କରିଛନ୍ତି। ସେହିପରି ଟ୍ରାକ୍ଟର ଓ ଟ୍ରଲି ରଖିଥିବା ଚାଷୀଙ୍କ ନାମରେ ଗାଁରେ ଚିଠା ପକାଯାଇଛି। ଯେଉଁ ଦିନ ଯେଉଁ ଚାଷୀଙ୍କ ନାଁ ଉଠିବ ସେ ଟ୍ରାକ୍ଟର ଟ୍ରଲିରେ ଆନ୍ଦୋଳନକାରୀଙ୍କୁ ନେଇ ଦିଲ୍ଲୀ ପହଞ୍ଚାଇବେ ବୋଲି କୃଷକନେତା କହିଛନ୍ତି।

   Related Posts