ପର୍ଯ୍ୟଟକଙ୍କୁ ଖଣ୍ଡଗିରି, ଉଦୟଗିରି ଓ ଧଉଳି ମନା, ଲିଙ୍ଗରାଜ ମନ୍ଦିରରେ ସାନିଟାଇଜର ବ୍ୟବହାର କରିବାକୁ ସେବାୟତଙ୍କୁ ପରାମର୍ଶ

Published By : Prameya-News7 Bureau | March 15, 2020 IST

ଭୁବନେଶ୍ବର ୧୫।୩: କରୋନା ଭୟରେ ପ୍ରଭାବିତ ହୋଇଛି ସାରା ଓଡିଶା । ପୁରୀ, କୋଣାର୍କରେ କଟକଣା ପରେ ଏବେ ଖଣ୍ଡଗିରି, ଉଦୟଗିରି ଓ ଧଉଳିରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ଅଙ୍କୁଶ ଲଗାଯାଇଛି । ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ଶୀତାଂଶୁ କୁମାର ରାଉତ ସୂଚନା ଦେଇଛନ୍ତି ।

ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ସତର୍କ ରହିବାକୁ ପର୍ଯ୍ୟଟକମାନଙ୍କୁ ପରାମର୍ଶ ଦିଆଯାଇଛି । ଆଜିଠୁ ଧଉଳି ପର୍ଯ୍ୟଟନସ୍ଥଳର ପ୍ରବେଶ ପଥକୁ ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ମାର୍ଚ୍ଚ ୩୧ ତାରିଖ ଯାଏଁ ବନ୍ଦ ରହିବ ଧଉଳି । ସକାଳ ସମୟରେ ଆସିଥିବା ପର୍ଯ୍ୟଟକମାନଙ୍କୁ ଧଉଳି ଟୁରିଷ୍ଟ ପୋଲିସ ଶାନ୍ତି ସ୍ତୁପ ପରିସରରୁ ଖାଲି କରାଇଛନ୍ତି ।

ଅନ୍ୟପଟେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଖଣ୍ଡଗିରି ଓ ଉଦୟଗିରି ମଧ୍ୟ ବନ୍ଦ ରହିବ । ସେପଟେ ଲିଙ୍ଗରାଜ ମନ୍ଦିର ଯାଉଥିବା ପର୍ଯ୍ୟଟକ ଓ ସେବାୟତଙ୍କୁ ସତର୍କ କରିଛନ୍ତି ଜିଲ୍ଲାପାଳ । ମନ୍ଦିର ଭିତରେ ସାନିଟାଇଜର ବ୍ୟବହାର କରିବାକୁ ସେବାୟତଙ୍କୁ ପରାମର୍ଶ ଦିଆଯାଇଛି । ଜନଗହଳିପୂର୍ଣ୍ଣ ସ୍ଥାନଠାରୁ ନିଜକୁ ଦୂରେଇ ରଖିବାକୁ ସମସ୍ତଙ୍କୁ କୁହାଯାଉଛି । ଏହାସହ ଜନ ସମାଗମ କରିବାକୁ ମଧ୍ୟ ବାରଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.