ପ୍ରତୀକ୍ଷାର ଅନ୍ତ, ଆଉ ମରଣ ଯନ୍ତା ସାଜିବନି ଖଣ୍ଡଗିରି ଛକ : ଆସନ୍ତା ସପ୍ତାହରେ ଫ୍ଲାଏ ଓଭର ବ୍ରିଜ୍‌ରେ ଆରମ୍ଭ ହେବ ଯାନବାହନ ଚଳାଚଳ

Published By : Prameya-News7 Bureau | May 02, 2021 IST

ଭୁବନେଶ୍ବର ୦୨/୦୫ : ମୃତ୍ୟୁ ଯନ୍ତା ଖଣ୍ଡଗିରି ଛକ । କଟିଛି ଅନେକ ମୁଣ୍ଡ, ନେଇଛି ଅନେକ ଜୀବନ । ପଙ୍ଗୁ ବି କରିଦେଇଛି । ପରିବାର ଉଜାଡି ଦେଇଛି । ଘଣ୍ଟା ଘଣ୍ଟା ଜାମ ରେ ଫସିଛନ୍ତି ହଜାର ହଜାର ଯାନବାହାନ । ସରକାରଙ୍କର ଅନେକ ରାଜସ୍ବ ମଧ୍ୟ ହାନି ହେଇଛି । ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଇଛି । ମରଣଯନ୍ତା ଭଳି ଜଗି ବସିଥିଲା ଏହି ଛକ । କିନ୍ତୁ ଆଉ ନୁହେଁ । କାରଣ ତାଉପରେ ତିଆରି ସରିଲାଣି ସୁରକ୍ଷା ସେତୁ ବା ଖଣ୍ଡଗିରି ଫ୍ଲାଏ ଓଭର । ଭୁବନେଶ୍ୱର ଏନ୍ ଏଚ ଏ ଆଇ ଡିଭିଜନ ର ଚିଫ ଜେନେରାଲ ମ୍ୟାନେଜର ଙ୍କ ସୂଚନା ଅନୁଯାୟୀ ସପ୍ତାହେ ଭିତରେ ଯାନବାହନ ଚଳାଚଳ ଆରମ୍ଭ ହେବ ।

ଆଉ ଗଡିବନି ମୁଣ୍ଡ । କାରଣ ଖଣ୍ଡଗିରି ଫ୍ଲାଏ ଓଭର ହେଲାଣି ରେଡି। ଫ୍ଲାଏ ଓଭର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।  ସପ୍ତାହେ ଭିତରେ ଯାନବାହାନ ଚଳାଚଳ ଆରମ୍ଭ ହେବ ।  ଏଭଳି ସୂଚନା ଦେଇଛନ୍ତି ଭୁବନେଶ୍ୱର ଏନ୍ ଏଚ ଏ ଆଇ ଡିଭିଜନ ର ଚିଫ ଜେନେରାଲ ମ୍ୟାନେଜର ରାମ ପ୍ରସାଦ ପଣ୍ଡା । ତେବେ ଏହି ଫ୍ଲାଏ ଓଭର ର ଗୁରୁତ୍ଵ ଏତେ କାହିଁକି । କାହିଁକି ନା ଏହି ଫ୍ଲାଏ ଓଭର ତଳେ ଯାଇଛି ଶହ ଶହ ପ୍ରାଣ । କଟିଚି ଶତାଧିକ ମୁଣ୍ଡ । ରାତି ପାହାନ୍ତି, ଖରା ବର୍ଷା ରେ ଘଟିଛି ବହୁ ଦୁର୍ଘଟଣା ଓ ସିରିଜ୍ ଦୁର୍ଘଟଣା। ଦୁର୍ଘଟଣା ବ୍ୟତୀତ ମୁଣ୍ଡ ବିନ୍ଧିବା ଭଳି ଘଣ୍ଟା ଘଣ୍ଟା ଟ୍ରାଫିକ ଜାମ ପାଇଁ ବେଶ୍ ଜଣାଶୁଣା ଏହି ଛକ । ଅଫିସ୍ ଟାଇମ୍ ରେ ସହଜରେ ନିଜ ଗନ୍ତବ୍ୟ ସ୍ଥଳ କୁ ଯାଇ ହୁଏ ନାହିଁ । ଖଣ୍ଡଗିରି କୁମ୍ଭମେଳା ସମୟରେ ସବୁଠୁ ଅଧିକ ଭିଡ ଦେଖିବାକୁ ମିଳେ।  ଏହି ଛକ କୁ ବାଦ ଦେଇ ଅନ୍ୟ କୌଣସି ବିକଳ୍ପ ରାସ୍ତା ହିଁ ନଥିଲା । ତେଣୁ କଟକ ପଟୁ ଖୋର୍ଦ୍ଧା କିମ୍ବା ଖୋର୍ଦ୍ଧା ପଟୁ କଟକ ଯିବା ପାଇଁ ହେଲେ ଏହି ଖଣ୍ଡଗିରି ଛକ ଦେଇ ଯିବା ବାଧ୍ୟତାମୂଳକ । ଅନ୍ୟ ବିକଳ୍ପ କିଛି ନଥିଲା ।

wp:gallery {"ids":[447527],"linkTo":"none"} /wp:gallery

ଏବେ ଖୋର୍ଦ୍ଧା ଏବଂ ଖଣ୍ଡଗିରି ପଟୁ ଆସି ପୋଖରୀପୁଟ ଆଡ଼କୁ ଯିବା ପୁରା ସହଜ ହେବ । ଟ୍ରାଫିକ ସ୍ମୁଥ ହେବ ।  ଭୁବନେଶ୍ୱର ର ଯେତେ ଦୁର୍ଘଟଣା ଘଟୁଥିଲା ସବୁଠୁ ଅଧିକ ଘଟୁଥିଲା ଏହି ଛକ ରେ । ତେବେ ଆମେ ଫ୍ଲାଏ ଓଭର ବିଷୟରେ ଜାଣିବା । ଦୁର୍ଘଟଣା ଓ ଟ୍ରାଫିକ ଜାମ କୁ ନଜରରେ ରଖି ୨୦୧୭ ମସିହା ମାର୍ଚ୍ଚ ମାସ ୧୭ ତାରିଖ ଦିନ ସଚିବାଳୟରେ ମୂଖ୍ୟ ସଚିବ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥଲା। ଏଥିରେ ଏନ୍ ଏଚ ଏ ଆଇ ର ଉଚ ଅଧିକାରୀ ମାନେ ଭାଗ ନେଇଥିଲେ। ଜାତୀୟ ରାଜପଥ ହେବାକୁ ବିଳମ୍ବ ହେଲା।  କାହିଁକି ନା ରାସ୍ତା ଦୁଇ କଡ଼ରୁ ଜବର ଦଖଲ ହଟାଇବା ପାଇଁ ରାଜ୍ୟ ସରକାର ବହୁ ସମୟ ନେଲେ । ଶେଷରେ ଜୁନ୍ ୨୦୧୯ ରେ ଫ୍ଲା ଏ ଓଭର କାମ ଆରମ୍ଭ ହେଲା । କୋବିଡ୍ ସ୍ଥିତି ପାଇଁ ପୁଣି କାମ ବିଳମ୍ବ ହେଲା।  ଯାହାବି ହେଉ ଏବେ ଫ୍ଲାଏ ଓଭର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୧୧୫ କୋଟି ଟଙ୍କା ବ୍ୟୟ ହୋଇଛି । ୬୮ ଟି ପିଲାର , ୬୬ ଟି ସ୍ପାନ ରହିଛି।  କେବଳ ବ୍ରିଜ୍ ର ଲମ୍ବା ରହିଛି ୧ କିଲୋମିଟର । ଆପ୍ରୋଚ ରୋଡ ସହିତ ୨.୨୩୦ କିମି ହେଉଛି ଏହାର ଲମ୍ବା । ୬ ଲେନ ରୋଡ ରହିଛି । ଏହି ରସୁଲଗଡ ରୁ ଖଣ୍ଡଗିରି ଫ୍ଲାଏ ଓଭର ଏବେ ଭୁବନେଶ୍ୱର ମଝିରେ ଏକ ପାଚେରୀ ସଦୃଶ ଠିଆ ହେଲା ଭଳି ଦେଖାଯାଉଛି । ଏହା ଫ୍ଲାଏ ଓଭର ର କାମ କରିବା ସହିତ ସୁରକ୍ଷା ସେତୁ ଭଳି କାମ କରିବ ନିଶ୍ଚିତ ଭାବେ ।

କିଛି ଦୁର୍ଘଟଣା

 ୧-୨୦୧୩ ଡିସେମ୍ବର ୧ ରେ ଏକ ବାଲି ବୋଝେଇ ହାଇୱା ଖଣ୍ଡଗିରି ପାହାଡ ପଟୁ ଆସୁଥିବା ବେଳେ ଡ୍ରାଇଭର ଙ୍କ ବେପରୁଆ ଚାଳନା ପାଇଁ ଅନେକ କାର, ବାଇକ୍ ଓ ପାଦ ଚଲା ଲୋକଙ୍କ ଉପରେ ହାଇୱା ଚଢ଼େଇଦେଇଥିଲା। ଏଥିରେ  ୩ ଜଣ ମୃତ୍ୟୁ ବରଣ କରିଥିଲେ।  ୨୦ ଜଣ ଆହତ ହେଇଥିଲେ। ତୀବ୍ର ଜନ ଅସନ୍ତୋଷ ଦେଖାଯାଇଥିଲା । ଘଣ୍ଟା ଘଣ୍ଟା ଧରି ଜାତୀୟ ରାଜପଥ ଜାମ କରିଦେଇଥିଲେ ଲୋକେ । ଶେଷରେ ଲାଠି ଚାର୍ଜ କରିଥିଲା କମିସନରେଟ ପୋଲିସ ।

୨-୨୦୧୪ ଜୁଲାଇ ୬ ତାରିଖ ଦିନ ଏକ ଦୁର୍ଘଟଣାରେ ପୁଣି ତିନି ଜଣ ମୃତ୍ୟୁବରଣ କରିଥିଲେ। ଖୋର୍ଦ୍ଧା ପଟୁ ଏକ ମଦ ବୋଝେଇ ଟ୍ରକ୍ ଠିଆ ହୋଇଥିବା ଏକ ପଥର ବୋଝେଇ ଟ୍ରକ୍ କୁ ପଛପଟୁ ଧକ୍କା ଦେବା ଫଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.