ଖଲ୍ଲିକୋଟ ପୁଲିସକୁ ବଡ ସଫଳତା, ୩୪ କେଜି ଗଞ୍ଜେଇ ସହ ୭୫ ଲକ୍ଷ ଟଙ୍କା ଓ ୮ କେଜି ସୁନା ଜବତ

Published By : Prameya-News7 Bureau | October 22, 2021 IST

ଖଲ୍ଲିକୋଟ ୨୨।୧୦: ଖଲ୍ଲିକୋଟ ପୁଲିସକୁ ବଡ ସଫଳତା। ଖଲ୍ଲିକୋଟ ଥାନା ଅଧିନ ଖୋଜାପାଲି ଗ୍ରାମରେ ରଜନୀକାନ୍ତ ପଟ୍ଟନାୟକଙ୍କ ଘରେ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ। ଏଥିସହ ୭୫ ଲକ୍ଷ ଟଙ୍କା ଏବଂ ୮ କେଜି ୫୯୬ ଗ୍ରାମ ସୁନା ଜବତ ହୋଇଛି।

{"id":531461,"sizeSlug":"full","linkDestination":"none"}

ଗୁରୁବାର ବିଳମ୍ବିତ ରାତିରେ କୌଣସି ପ୍ରକାରେ ଖବର ପାଇ ଖଲ୍ଲିକୋଟ ଥାନା ଓ ଭେଜିପୁଟ ଫାଣ୍ଡି ପୁଲିସ ପକ୍ଷରୁ ଖୋଜାପାଲି ଗ୍ରାମର ବଡଦାଣ୍ଡ ସାହିରେ ରହୁଥିବା ରଜନୀକାନ୍ତ ପଟ୍ଟନାୟକଙ୍କ ବାସ ଭବନ ଉପରେ ଚଢ଼ାଉ କରିଥିଲେ। ରଜନୀକାନ୍ତ କନ୍ଧମାଳରୁ ଚୋରାରେ ଗଞ୍ଜେଇ ଆଣି ବ୍ୟବସାୟ କରୁଥିବା ବେଳେ ନିଜ ସ୍କୁଟି ଯୋଗେ ଗଂଜେଇ ଚାଲାଣ କରୁଥିବା ଖବର ପାଇ ପୋଲିସ ଏହି ଚଢ଼ାଉ ହୋଇଥିଲା। ଏହି ଚଢ଼ାଉ ବେଳେ ୩୪ କେଜି ଗଞ୍ଜେଇ, ୧୦ ଗ୍ରାମ ଅଫିମ, ୭୫ ଲକ୍ଷ ୯ ହଜାର ଟଙ୍କା ଓ ୮ କେଜି ୫୯୬ ଗ୍ରାମ ସୁନା ଜବତ ହୋଇଛି। ଏନେଇ ଆଜି ଖଲ୍ଲିକୋଟ ଥାନା ପରିସରରେ ଗଞ୍ଜାମ ଏସପି ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.