Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ଖାଲିସ୍ତାନୀ ସମର୍ଥକ ସଂଗଠନ ‘ଶିଖ ଫର ଜଷ୍ଟିସ୍’ ଉପରେ କଠୋର କାର୍ଯ୍ୟାନୁଷ୍ଠାନ, ବ୍ୟାନ୍ ହେଲା ୪୦ ଓ୍ଵେବସାଇଟ୍

5/07/2020 at 8:19 PM

ନୂଆଦିଲ୍ଲୀ ୦୫।୦୭: ଏକ ବେଆଇନ ସଂଗଠନ ‘ଶିଖ ଫର ଜଷ୍ଟିସ୍’ ସହ ସମ୍ବନ୍ଧିତ ୪୦ ଓ୍ଵେବ୍‌ସାଇଟ୍‌କୁ ସରକାର ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଭିଯୋଗ ହୋଇଛି ଯେ, ଏହି ସବୁ ଓ୍ଵେବ୍‌ସାଇଟ୍‌ ଜରିଆରେ ଏହି ସଂଗଠନ  ବେଆଇନ କାମ କରିବା ପାଇଁ ଲୋକଙ୍କ ସମର୍ଥନ ଯୋଗାଡ କରିବାକୁ ଉଦ୍ୟମ କରାଯାଉଥିଲା। ଏହା ପରେ ଗୃହ ମନ୍ତ୍ରଣାଳୟର ସୁପାରିଶକ୍ରମେ  ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏହି ପଦକ୍ଷେପ ଉଠାଇଛି। ଗୋଟିଏ ଦିନ ପୂର୍ବେ ଏହି ଖଲିସ୍ତାନ ସମର୍ଥକ ସଂଗଠନର ସ୍ଵୟମ୍ଭୁ ମୁଖିଆ ଗୁରପତବନ୍ତ ସିଂହ ପନ୍ନୁ ବିରୋଧରେ ହରିୟାଣାରେ ପୋଲିସ୍‌ ଦେଶଦ୍ରୋହ ଓ ବିଚ୍ଛିନ୍ନତାବାଦୀ ଆରୋପରେ ମୋକଦ୍ଦମା ଦାୟର ହୋଇଥିଲା।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ମୁଖପାତ୍ରଙ୍କ ଅନୁଯାୟୀ ୟୁଏପିଏ ୧୯୬୭ ଅନ୍ତର୍ଗତ ‘ଶିଖ ଫର ଜଷ୍ଟିସ୍’ ଏକ ବେଆଇନ ସଂଗଠନ। ଏହି ସଂଗଠନ ନିଜର ଫାଇଦା ପାଇଁ ସମର୍ଥକ ଜୁଟାଇବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ କରିଥିଲା। ଗୃହ ମନ୍ତ୍ରଣାଳୟର ସୁପାରିଶକ୍ରମେ ଏବେ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଆଇଟି ଆକ୍ଟ ୨୦୦୦ର ସେକ୍ସନ ୬୯ ଅଧୀନ ‘ଶିଖ ଫର ଜଷ୍ଟିସ୍’ ସମ୍ବନ୍ଧିତ ୪୦ ଓ୍ଵେବ୍‌ସାଇଟ୍‌କୁ ନିଷିଦ୍ଧ କରିବାକୁ ଆଦେଶ ଜାରି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପନ୍ନୁ ଆମେରିକାରେ ରହେ ଏବଂ ସେଠାରୁ ଟେଲି କଲିଂ ଓ ଓ୍ଵେବ୍‌ସାଇଟ୍‌ ଜରିଆରେ ନିଜର ଅଭିଯାନ ଚଳାଇଥାଏ। ପନ୍ନୁ ଦେଶର ଅଖଣ୍ଡତା ଓ ସାଂପ୍ରଦାୟିକ ସୌହାର୍ଦ୍ଦ୍ୟ ପ୍ରତି ବିପଦ ଥିବା ପୋଲିସ୍ କହିଛି। ସେ  ଜୁଲାଇ ୪ରେ ଏକ ଅବୈଧ ଜନମତ ସଂଗ୍ରହ କରିବାକୁ ଯୋଜନା ରଖିଥିଲା ଏବଂ ଓ୍ଵେବ୍‌ସାଇଟ୍ ଜରିଆରେ ମଧ୍ୟ ଏହାର ପ୍ରଚାର କରୁଥିଲା।

   Related Posts