କୃଷକ ଆନ୍ଦୋଳନ ସମର୍ଥନରେ ଲଣ୍ଡନରେ ଉଡିଲା ଖଲିସ୍ତାନୀ ପତାକା, ‘ମୋଦୀ ସରକାର ହାଏ ହାଏ’ ନାରା ଲାଗିଲା

Published By : Prameya-News7 Bureau | December 06, 2020 IST

ଲଣ୍ଡନ ୦୬।୧୨: ଲଣ୍ଡନରେ ଭାରତୀୟ ଦୂତାବାସ ସାମ୍ନାରେ କୃଷକ ଆନ୍ଦୋଳନ ସମର୍ଥନରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ପ୍ରଦର୍ଶନକାରୀ ଖଲିସ୍ତାନୀ ପତାକା ଉଡାଇଛନ୍ତି। ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ପ୍ରଦର୍ଶନକାରୀ ଖାଲିସ୍ତାନୀ ପତାକା ଉଡାଉଥିବା ଦେଖିବାକୁ ମିଳିଛି। ଏଥିସହ ମୋଦୀ ସରକାର ହାଏ ହାଏ ନାରା ମଧ୍ୟ ଦେଇଥିଲେ।

ଭାରତର କୃଷି ଆଇନ ବିରୋଧରେ ବ୍ରିଟେନ, ଆମେରିକା ଓ କାନାଡାରେ କ୍ରମାଗତ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହା ପରେ ଭାରତୀୟ ଦୂତାବାସ ନିଜର ସୁରକ୍ଷା ନେଇ ଚିନ୍ତା ପ୍ରକାଶ କରିଥିଲେ। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଅନୁରୋଧକ୍ରମେ ରବିବାର ଲଣ୍ଡନ ପୁଲିସ ଭାରତୀୟ ଦୂତାବାସର ସୁରକ୍ଷା କଡାକଡି କରିଛି। ଏଠାରେ ସ୍କଟଲ୍ୟାଣ୍ଡ ୟାର୍ଡର ଅତିରିକ୍ତ ଟିମ୍‌କୁ ମୁତୟନ କରାଯାଇଛି।

wp:html /wp:html

ଦୁଇ ଦିନ ପୂର୍ବେ ୩୬ ବ୍ରିଟିଶ ସାଂସଦ ଭାରତର କୃଷି ଆଇନ ବିରୋଧରେ ବ୍ରିଟେନର ବୈଦେଶିକ ସଚିବଙ୍କୁ ଚିଠି ଲେଖିଥିଲେ। ଏଥିରେ ପଞ୍ଜାବୀ ମୂଳର ଲେବର ପାର୍ଟିର ସାଂସଦଙ୍କ ବ୍ୟତୀତ ପାକିସ୍ତାନୀ ଓ ବ୍ରିଟିଶ ମୂଳର ଅନେକ ସାଂସଦ ସାମିଲ ଥିଲେ। ସାଂସଦମାନେ ବ୍ରିଟିଶ ସରକାରଙ୍କୁ କୃଷି ଆଇନର ପ୍ରତିବାଦ କରିବାକୁ ଦାବି କରିଥିଲେ। ହେଲେ ବ୍ରିଟିଶ ସରକାରଙ୍କ ପକ୍ଷରୁ ଏହି ଚିଠି ଉପରେ କୌଣସି ବିଧିବଦ୍ଧ ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ।

ଆମେରିକାରେ ଭାରତୀୟ କୃଷକଙ୍କ ସମର୍ଥନରେ ଅନେକ ସହରରେ ଶତାଧିକ ଶିଖ ଆମେରିକୀୟ ଶାନ୍ତିପୂର୍ବକ ବିରୋଧ ରାଲି କରିଛନ୍ତି। କାର୍ଲିଫର୍ଣ୍ଣିଂଆର ବିଭିନ୍ନ ଭାଗରେ ଏହି ପରି ପ୍ରଦର୍ଶନ କରାଯାଇଛି। ଏହା ବ୍ୟତୀତ ଶତାଧିକ ପ୍ରଦର୍ଶନକାରୀ ଇଣ୍ଡିୟାନାପୋଲିସରେ ଏକତ୍ର ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.