ବ୍ରିଟେନରେ ଖାଲିସ୍ତାନ ଜନମତ ସଂଗ୍ରହ ଭୋଟ ଫୁସ୍, ଗୁରୁଦ୍ୱାରରୁ ବି ମିଳିଲାନି ସମର୍ଥନ, ଖାଲି ଫେରିଲା ବସ୍

Published By : Prameya-News7 Bureau | November 02, 2021 IST

ଲଣ୍ଡନ ୨।୧୧: ଆମେରିକାସ୍ଥିତ ଶିଖ ଫର ଜଷ୍ଟିସ୍‌ (ଏସଏଫଜେ) ପକ୍ଷରୁ ରବିବାର ଲଣ୍ଡନରେ ଅନୁଷ୍ଠିତ ଖାଲିସ୍ତାନ ଜନମତ ଭୋଟ ଭଣ୍ଡୁର ହୋଇଛି। ହଜାର ହଜାର ଖାଲିସ୍ତାନ ସମର୍ଥକ ଶିଖ ଭୋଟ ଦେବେ ବୋଲି ଏସଏଫଜେ ପ୍ରଚାର କରିଥିଲା। ଏଥିପାଇଁ ୱେଷ୍ଟମିନେଷ୍ଟରସ୍ଥିତ ଭୋଟ ଦାନ କେନ୍ଦ୍ର ପର୍ଯ୍ୟନ୍ତ ଲୋକଙ୍କୁ ଅଣାଇବାକୁ ବସ୍‌ ବ୍ୟବସ୍ଥା ମଧ୍ୟ ହୋଇଥିଲା। ହେଲେ ଦୁର୍ଭାଗ୍ୟର କଥା ଖାଲିସ୍ତାନ ପ୍ରସଙ୍ଗକୁ ବିଦେଶରେ ଗୁରୁଦ୍ୱାରର ମଧ୍ୟ ସମର୍ଥନ ମିଳିନି। ମାତ୍ର ଦେଢଶହରୁ ୨ଶହ ଭୋଟିଂ ହେବା ଏସଏଫଜେକୁ ନିରାଶ କରିଛି।

ଶିଖଙ୍କ ଖାଲିସ୍ଥାନ ଦାବି ପ୍ରତି ପାକିସ୍ତାନର ମଧ୍ୟ ସମର୍ଥନ ରହିଛି। ଭୋଟ ଲାଗି ପାକିସ୍ତାନର ସମର୍ଥନ ମିଳିବ ବୋଲି ମଧ୍ୟ ଆଶା କରାଯାଉଥିଲା। ହେଲେ ୨୦୦ ପାକିସ୍ତାନୀ ବି ଏଥିଲାଗି ଏକଜୁଟ ହୋଇ ନପାରିବା ଏସଏଫଜେର ଉଦ୍ଦେଶ୍ୟ ପଣ୍ଡ କରିଦେଇଛି।   ‘ୟୁକେ ୱାଚର୍ସ’ ରିପୋର୍ଟ ଅନୁସାରେ  ଜନମତ ଭୋଟ ଲାଗି ବିଭିନ୍ନ ସୋସିଆଲ ମିଡିଓ ଓ ଗଣମାଧ୍ୟମରେ ଏସଏଫଜେ ବେଶ୍ ପ୍ରଚାର କରିଥିଲା। ଆୟୋଜକ ବ୍ରିଟେନରେ ରହୁଥିବା ଶିଖମାନଙ୍କୁ ଏକଜୁଟ କରି ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ଅଣାଇବାକୁ ୩୦୦ ବସ୍‌ ବ୍ୟବସ୍ଥା ମଧ୍ୟ କରିଥିଲେ। ଏଥିରୁ ୧୦୦ଟିକୁ  ବିଭିନ୍ନ ଗୁରୁଦ୍ୱାରକୁ ପଠା ଯାଇଥିଲା।

{"id":537315,"width":840,"height":480,"sizeSlug":"full","linkDestination":"none"}

ୟୁକେ ୱାଚର୍ସଙ୍କ ରିପୋର୍ଟ ଅନୁସାରେ ଏହି ଜନମତ ଭୋଟକୁ ଲଣ୍ଡନର ମାତ୍ର ୩ଟି ଗୁରୁଦ୍ୱାର ସମର୍ଥନ କରିଥିଲେ। ଏହି ଗୁରୁଦ୍ୱାରମାନେ ୮୦-୯୦ ଦଶକରେ ଭାରତରେ ଚାଲିଥିବା ଖାଲିସ୍ତାନ ଆତଙ୍କବାଦକୁ ମଧ୍ୟ ସମର୍ଥନ କରୁଥିଲେ।  ତେବେ ଅନ୍ୟ ଗୁରୁଦ୍ୱାରମାନେ ଖାଲିସ୍ତାନୀଙ୍କ ସମର୍ଥନରେ ଆସିବାକୁ ସଫାସଫା ମନା କରିଦେଇଥିଲେ।  ରିପୋର୍ଟ ମୁତାବକ ଏହି କାର୍ଯ୍ୟକ୍ରମକୁ ଏସଏଫଜେର କୁଲଦୀପ ସିଂହ ଚାହରୁ, ଫେଡେରେସନ ଅଫ ଶିଖ ଅର୍ଗାନାଇଜେସନ(ଏସଏଫଓ)ନେତା ଓ ବବର ଖାଲସା ସମର୍ଥନ କରିଥିଲା।

ତେବେ ଏହା ସତ୍ତ୍ୱେ ହୋଇଥିବା ଜନମତ ଭୋଟରେ ଯୋଗ ଦେଇଥିବା ଲୋକେ କିଏ ଓ କେଉଁଠିକାର ତାହା ମଧ୍ୟ ପ୍ରମାଣିତ ହୋଇ ନାହିଁ। ସନ୍ଦେହ କରାଯାଉଛି ଯେଉଁଲୋକେ ଭୋଟ ଦେଇଛନ୍ତି ହୁଏତ ସେମାନେ ସମସ୍ତେ ପାକିସ୍ତାନୀ ଅଥବା ଆଫଗାନିସ୍ତାନୀ। ଗୋଟିଏ ଗୋଷ୍ଠୀଙ୍କୁ ବାରମ୍ବାର ଭୋଟଦାନ କେନ୍ଦ୍ରକୁ ଅଣାଯାଇଥିବାରୁ ଏହ ଜନମତ ଭୋଟର ବାସ୍ତବିକତାକୁ ନେଇ ମଧ୍ୟ ସନ୍ଦେହ ଉପୁଜିଛି।

{"id":537319,"width":840,"height":551,"sizeSlug":"full","linkDestination":"none"}


ତେବେ ବ୍ରିଟେନର ଗୁରୁଦ୍ୱାରମାନେ ଖାଲିସ୍ତାନୀ ଶିଖଙ୍କ କାଣ୍ଡକୁ ଅମାନବୀୟ କହିଛନ୍ତି। ଶିଖମାନଙ୍କୁ ଫଶାଇବା ଲାଗି ଖାଲିସ୍ତାନୀ ସମର୍ଥକମାନେ ବିଭିନ୍ନ ଗୁରୁଦ୍ୱାର ସମ୍ମୁଖରେ ବସ୍ ଲଗାଇଥିଲେ। ଯେପରି ଗୁରୁଦ୍ୱାରମାନେ ଖାଲିସ୍ତାନ ସପକ୍ଷରେ ଭୋଟ ଦେବା ଲାଗି ଲୋକଙ୍କ ପରିବହନ ନିମନ୍ତେ ବସ୍ ମଗାଇଛନ୍ତି। ସେମାନେ ଲୋକଙ୍କୁ ମଧ୍ୟ  ପ୍ରଭାବିତ କରିବାକୁ ବେଶ୍ ଉଦ୍ୟମ କରିଥିଲେ। ହେଲେ ସେମାନଙ୍କ ସମର୍ଥନରେ କେହି ଆସିନଥିବା ଗୁରୁଦ୍ୱାର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.