Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖଳିଲାଗି ଏକାଦଶୀରେ ମହାପ୍ରଭୁ ଅଲାରନାଥଙ୍କ ନିକଟରେ ଲାଗି ହେଲା ଦେଢ କ୍ବିଣ୍ଟାଲ ଫଳ

5/07/2021 at 11:27 AM

ବ୍ରହ୍ମଗିରି ୫।୭: ଖଳିଲାଗି ଏକାଦଶୀରେ ମହାପ୍ରଭୁ ଅଲାରନାଥଙ୍କ ନିକଟରେ ଲାଗି ହେଲା ଦେଢ କ୍ବିଣ୍ଟାଲ ଫଳ। ଏଥିରେ ଆମ୍ବ, କଦଳୀ, ପଣସ, ସେଓ, ପିଜୁଳି, କୋଳି, ନଡ଼ିଆ ଆଦି ଫଳ ରହିଥିଲା । ଏହି ଫଳକୁ ସାଧୁ ରାମ ଦାସ ଶ୍ରୀଜିଉଙ୍କ ନିକଟକୁ ଆଣିଥିଲେ। ସେବାୟତମାନେ ଏହି ଫଳକୁ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରିଛନ୍ତି ।  

ଏକାଦଶୀରେ ମହାପ୍ରଭୁ ନଟବର ବେଶରେ ଦର୍ଶନ ଦେଇଥାନ୍ତି । କିନ୍ତୁ କରୋନା ମହାମାରୀ ପାଇଁ ପୀଠରେ ୧୪୪ ଧାରା ଲାଗୁ ହୋଇଥିବାରୁ ଏହି ଦୁର୍ଲଭ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ। ଅନବସର ନୀତି ୧୧ ଦିନରେ ପହଞ୍ଚିଥିବା ବେଳେ ଦର୍ଶନକୁ ଆଉ ମାତ୍ର ତିନି ଦିନ ବାକି ରହିଛି।

   Related Posts