ସ୍ବୟଂ ସହାୟିକା ଗୋଷ୍ଠୀର ମନମାନି: ଟୋକନ ତାରିଖ ଗଲାଣି, ଖଳାରୁ ଉଠିପାରୁ ନାହିଁ ଧାନ

Published By : Prameya-News7 Bureau | January 31, 2021 IST

ଭଦ୍ରକ୩୧/୧: ଟୋକନ ତାରିଖ ଗଲାଣି କିନ୍ତୁ ଧାନ ନେଉନି ଦାୟିତ୍ଵରେ ଥିବା ସ୍ବୟଂ ସହାୟିକ ଗୋଷ୍ଠୀ। ଦୌଡି ଦୌଡି ନିରାଶ ହୋଇଗଲେଣି ଚାଷୀ। ଭଦ୍ରକ ଜିଲ୍ଲାରୁ ଏମିତି ଅଭିଯୋଗ ଆସିଛି। ଭଦ୍ରକ ବ୍ଲକ ବରପଦା ଓ ମୁଣ୍ଡିମରା ଅଞ୍ଚଳର ଚାଷୀଙ୍କ ଖରିଫ ଧାନ ସଂଗ୍ରହ ପାଇଁ ରାନ୍ଦିଆ ସେବା ସମବାୟ ସମିତି ବଦଳରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ଧାନ କିଣିବାକୁ  ଅନୁମତି ଦିଆଗଲା। ରାନ୍ଦିଆ ସୋସାଇଟିର ତିନୋଟି ସ୍ଥାନରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଧାନ କିଣିଲେ। କିନ୍ତୁ ଧାନ ପଡି ଖରା କାକରରେ ପଡି ନଷ୍ଟ ହେଉଛି ହେଲେ ଏଥି ପ୍ରତି ସ୍ବୟଂ ସହାୟିକା ଗୋଷ୍ଠୀଙ୍କର ନିଘା ନାହିଁ।

 ସ୍ବୟଂ ସହାୟିକା ଗୋଷ୍ଠୀ ଚାଷୀଙ୍କ ପରିବର୍ତ୍ତେ ବେପାରୀଙ୍କ ଠାରୁ ଧାନ ଅଧିକ କିଣୁଥିବାରୁ ପ୍ରକୃତ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ଚାଷୀ ମାନେ ଟୋକନ ପାଇଥିଲେ ତାଙ୍କର ତାରିଖ ମଧ୍ୟ ହୋଇଥିଲା। ହେଲେ ନିର୍ଦ୍ଧିଷ୍ଟ ତାରିଖ ପରେ ମଧ୍ୟ ଚାଷୀମାନେ ଧାନ ଦେଇ ପାରୁ ନାହାଁନ୍ତି। ଯାହାଫଳରେ ଖୋଲା ଆକାଶ ତଳେ ଧାନ ପଡି ରହି ନଷ୍ଟ ହେଉଛି । ତାକୁ ଜଗିବା ପାଇଁ ରାତିରେ ଚାଷୀମାନେ ମଧ୍ୟ ପାଳି କରି ଜଗୁଛନ୍ତି । ଯାହାକୁ କେନ୍ଦ୍ର କରି ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବା ସହ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.