Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ବଳାତ୍କାରୀଙ୍କ ଭୟରେ ଚଳନ୍ତା ଅଟୋରୁ ଡେଇଁପଡିଲେ ମହିଳା

3/06/2020 at 1:56 PM

ଭୁବନେଶ୍ୱର ୦୩।୦୬ : କରୋନା ଯୋଦ୍ଧା ସାଜିଥିବା ପୁଲିସ୍‌କୁ ଏବେ ଚାରିଆଡୁ ପ୍ରଶଂସା ମିଳୁଛି । ହେଲେ କିଛି କର୍ମଚାରୀଙ୍କ ପାଇଁ ଖାକି ପୋଷାକରେ କଳଙ୍କ ଲାଗୁଛି । ପୂରା ପୁଲିସ ବାହିନୀ ବଦନାମ୍‌ ହେଉଛି । ଏହି ତାଲିକାରେ ପୁଣି ଜଣେ କନ୍‌ଷ୍ଟେବଲଙ୍କ ନାଁ ଯୋଡ଼ି ହୋଇଛି । ପୁଲିସଠୁ ସୁରକ୍ଷା ମାଗିବାକୁ ଯାଇଥିବା ଜଣେ ମହିଳାଙ୍କୁ କନ୍‌ଷ୍ଟେବଲ ଜଣଙ୍କ ୨ ସାଙ୍ଗଙ୍କ ସହ ମିଶି ଅପହରଣ ଓ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ସହିଦନଗର ଅଞ୍ଚଳରେ । ଅଭିଯୁକ୍ତ କନ୍‌ଷ୍ଟେବଲ ହେଲେ ଦଶରଥ ନାୟକ । ସେ ଓଡି଼ଶା ଆର୍ମଡ୍‌ ପୁଲିସ ଫୋର୍ସ (ଓଏପିଏଫ୍‌)ରେ ୩ ବର୍ଷ ହେଲା ଚାକିରି କରିଛନ୍ତି । ଏବେ ଖଣ୍ଡଗିରି ଥାନାର ପିସିଆର୍‌ରେ ଡ୍ୟୁଟି କରୁଛନ୍ତି । ଅନ୍ୟ ୨ ଅଭିଯୁକ୍ତ ହେଲେ ପାତ୍ରପଡ଼ାର ଶ୍ରୀକାନ୍ତ ରାଉତ ଓ କାଳୁ ବାରିକ । ଏମାନଙ୍କ ବିରୋଧରେ ସହିଦନଗର ଥାନା ଅଧୀନ ମହର୍ଷି କଲେଜ ନିକଟରେ ରହୁଥିବା ଜଣେ ମହିଳା ଅଭିଯୋଗ କରିଛନ୍ତି ।

ମହିଳାଙ୍କ ଅଭିଯୋଗ ମୁତାବକ, ତାଙ୍କ ସ୍ୱାମୀ କୌଣସି କାରଣକୁ ନେଇ ରବିବାର ରାତିରେ ମାରଧର କରି ଘରୁ ତଡ଼ି ଦେଇଥିଲେ । ଅସହାୟ ମହିଳା ଜଣକ ପୁଲିସ୍‌କୁ ସୁରକ୍ଷା ମାଗିବାକୁ ଚାଲି ଚାଲି ସହିଦନଗର ଥାନାକୁ ଯାଉଥିଲେ । ବାଟରେ ୩ ଅଭିଯୁକ୍ତ ତାଙ୍କୁ ଅଟକାଇ ଥିଲେ । ନିଜକୁ ପୁଲିସ ପରିଚୟ ଦେଇ ଥାନାକୁ ନେବା ବାହାନାରେ ଅଟୋରେ ବସାଇ ଥିଲେ । ପରେ ବିଭିନ୍ନ ସ୍ଥାନ ବୁଲାଇବା ସହ ଅସଦାଚରଣ କରିଥିଲେ । ମହିଳାଙ୍କ ସନ୍ଦେହ ହେବାରୁ ତମାଣ୍ଡୋ ଠାରେ ସେ ଅଟୋରୁ ଡେଇଁ ପଡିଥିଲେ ।

ଏନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ବିରୋଧରେ ୩୬୫ (ଅପହରଣ), ୩୫୪ (ନାରୀଙ୍କ ଇଜ୍ଜତ ଉପରେ ବଳପୂର୍ବକ ଆଘାତ), ୩୪୨ (ଅନ୍ୟାଯ୍ୟ ଅବରୋଧ ନିମନ୍ତେ ଦଣ୍ଡ) ଓ ୩୪ ଆଇପିସି ଦଫା ଲଗାଇଛି । ଆଜି ମହିଳାଙ୍କୁ ଥାନାକୁ ଡାକି ବୟାନ ରେକର୍ଡ କରାଇଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । ଆସନ୍ତାକାଲି ସେଠାରେ ୩ ଅଭିଯୁକ୍ତଙ୍କ ଟିଆଇ ପରେଡ୍‌ କରାଯିବ ବୋଲି ପୁଲିସ କହିଛି ।

   Related Posts