ଥାନା ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା ଦାଦାଗିରି, ନିଲମ୍ୱିତ କଲେ ପୋଲିସ୍‌ ଡିଜି

Published By : Prameya-News7 Bureau | October 05, 2021 IST

କନ୍ଧମାଳ, ୦୫/୧୦: ଖଜୁରୀପଡ଼ା ଥାନା ଅଧିକାରୀ ନିଲମ୍ୱିତ । ମଦ ପିଇ ଲୋକଙ୍କ ଉପରେ ଜୁଲମ କରିବା ଆଇଆଇସି ରମାକାନ୍ତ ପାତ୍ରଙ୍କୁ ମହଙ୍ଗା ପଡିଲା । ଆଜି ତାଙ୍କୁ ଚାକରିରୁ ସସ୍‌ପେଣ୍ଡ କରିଛନ୍ତି ପୋଲିସ ଡିଜି ଅଭୟ । ଗତ ରବିବାର ରାତିରେ ଆଇଆଇସି ପାତ୍ର ବଜାରରେ ମଦ ପିଇ ପାଟି ତୁଣ୍ଡ କରି ଲୋକଙ୍କୁ ପିଟାପିଟି କରିଥିଲେ । ଫଳରେ ଉତ୍ୟକ୍ତ ଲୋକେ ଦୋକାନବଜାର ବନ୍ଦକରି ରାସ୍ତା ଅବରୋଧ କରିଥିଲେ ।

ଏହିଘଟଣା ପରେ କନ୍ଧମାଳ ଏସପି ଥାନା ଅଧିକାରୀ ପାତ୍ରଙ୍କୁ ଫୁଲବାଣୀ ଏସପି ଅଫିସକୁ ବଦଳି କରିଥିଲେ । ଆଜି ପୋଲିସ ଡିଜି ଅଭୟ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି। ଶୃଙ୍ଖଳିତ ବିଭାଗରେ କାର୍ଯ୍ୟ କରିବା ସ୍ଥାନରେ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କ ବିରୋଧରେ ଡିଜି ଏହି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.