ପ୍ରଥମ ମୁସଲିମ୍ ମହିଳା ଥିଲେ ମହମ୍ମଦ ପେଗାମ୍ବରଙ୍କ ପତ୍ନୀ : ଇଦ୍ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ଖାସ୍ କଥା

Published By : Prameya-News7 Bureau | May 25, 2020 IST

ଇସଲାମ୍ ଧର୍ମର ସବୁଠୁ ନିର୍ଣ୍ଣାୟକ ପୃଷ୍ଠାରେ ମହିଳାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ପେଗାମ୍ବର ମହମ୍ମଦଙ୍କ ପତ୍ନୀ ଖଦିଜା। ପେଗାମ୍ବର ମହମ୍ମଦଙ୍କ ପତ୍ନୀ ଖଦିଜାଙ୍କୁ ଇସଲାମର ପ୍ରଥମ ଫେମିନିଷ୍ଟ କୁହାଯାଏ। ସେ ରୂଢ଼ିବାଦୀ ସମାଜରେ ଖୁବ୍ ଆଗରେ ଥିଲେ।

ଖଦିଜାଙ୍କ ଜନ୍ମ ଷଷ୍ଠ ଶତାବ୍ଦୀର ମଧ୍ୟରେ ମକ୍କାରେ ହୋଇଥିଲା। ଖଦିଜା ମକ୍କାରେ କୁରାୟଶ କବିଲାର ଜଣେ ସମୃଦ୍ଧ ବ୍ୟବସାୟୀଙ୍କ ଘରେ ଜନ୍ମ ହୋଇଥିଲେ। ବାପାଙ୍କ ମୃତ୍ୟୁ ପରେ ଖଦିଜା ସମସ୍ତ ବ୍ୟବସାୟ ନିଜେ ସମ୍ଭାଳିଥିଲେ ଏବଂ ମକ୍କାରୁ ସିରିୟା-ଓମାନ ଯାଏଁ ଖୁବ୍ ସଫଳତାପୂର୍ବକ ବ୍ୟବସାୟ କରିଥିଲେ। ଖଦିଜା ନିଜ କାମରେ ଯାଞ୍ଚ କରି ଲୋକଙ୍କୁ ଭର୍ତ୍ତି କରୁଥିଲେ।

ସଫଳ ଏବଂ ଧନୀ ହେବା ସହ ଖଦିଜାଙ୍କ ଉତ୍ତମ ସ୍ବଭାବ ଯୋଗୁଁ ତାଙ୍କ ପାଇଁ ବିବାହର ଅନେକ ଭଲ ପ୍ରସ୍ତାବ ଆସିଥିଲା। କୁହାଯାଏ ଯେ ପେଗାମ୍ବର ମହମ୍ମଦଙ୍କ ସହ ବିବାହ ପୂର୍ବରୁ ଖଦିଜା ଦୁଇ ଥର ବିବାହ କରିଥିଲେ। ଦୁଇ ଜଣ ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଥିଲା।

ଖଦିଜା ସେହି ସମୟରେ ମହମ୍ମଦଙ୍କ ବିଷୟରେ ଶୁଣିଥିଲେ ଯିଏ ତାଙ୍କ ଦାଦାଙ୍କ ସହ ବ୍ୟବସାୟ ପଥରେ ଥିବା ଅଞ୍ଚଳକୁ ସୁରକ୍ଷା ପ୍ରଦାନ କରୁଥିଲେ। ଖଦିଜା ମହମ୍ମଦଙ୍କ ସଚ୍ଚୋଚତାକୁ ଦେଖି ତାଙ୍କ କାମରେ ସାମିଲ କରିଥିଲେ। ଖଦିଜାଙ୍କୁ ମହମ୍ମଦଙ୍କ କାମ ଭଲ ଲାଗିଥିଲା ଏବଂ ସେ ନିଜେ ତାଙ୍କର ଜଣେ ବନ୍ଧୁଙ୍କ ଜରିଆରେ ବିବାହ ପ୍ରସ୍ତାବ ପଠାଇଥିଲେ। ଖଦିଜା ମହମ୍ମଦଙ୍କଠୁ ୧୫ବର୍ଷ ବଡ଼ ଥିଲେ।

ବିବାହ ସମୟରେ ଖଦିଜାଙ୍କ ବୟସ ୪୦ବର୍ଷ ଥିଲା ଏବଂ ମହମ୍ମଦଙ୍କ ବୟସ ୨୫ଥିଲା। ତାଙ୍କର ବୟସଗତ ବିଭେଦ କେବେ ତାଙ୍କ ପ୍ରେମ ମଝିରେ ଆସି ନଥିଲା। ସେହି ସମୟରେ ଅନେକ ପତ୍ନୀ ରଖିବାର ଚଳଣି ଥିଲା। କିନ୍ତୁ ମହମ୍ମଦ ତାଙ୍କ ମୃତ୍ୟୁର ୨୫ବର୍ଷ ପରେ ଦ୍ବିତୀୟ ବିବାହ କରିଥିଲେ।

ମହମ୍ମଦଙ୍କ ପେଗାମ୍ବର ମହମ୍ମଦ ହେବା ପଛରେ ଖଦିଜାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। କୁହାଯାଏ ଯେ ମହମ୍ମଦଙ୍କ ସାମନାରେ ଯେତେବେଳେ ଆଲ୍ଲା ଜିବ୍ରାଏଲ୍ ଆସିଥିଲେ ଏବଂ ତାଙ୍କୁ କୋରାନ୍ ଶିକ୍ଷା ଦେଇଥିଲେ ସେତେବେଳେ କେହି ବିଶ୍ବାସ କରିନଥିଲେ। ମହମ୍ମଦ ଡରି ଯାଇଥିଲେ କିନ୍ତୁ ଖଦିଜା ସବୁଠୁ ସଙ୍କଟମୟ ପରିସ୍ଥିତିରେ ତାଙ୍କ ସ୍ବାମୀଙ୍କ ସହ ଛିଡ଼ା ରହିଥିଲେ। ଖଦିଜା ପ୍ରଥମ ଏପରି ମହିଳା ଥିଲେ ଯିଏ ମହମ୍ମଦଙ୍କୁ ଶେଷ ପେଗାମ୍ବର ଭାବେ ସ୍ବୀକାର କରିଥିଲେ ଏବଂ ଅଲ୍ଲାଙ୍କ ସନ୍ଦେଶ ମାନିଥିଲେ।

ଖଦିଜା ପେଗାମ୍ବର ମହମ୍ମଦଙ୍କୁ ବ୍ୟବସାୟରୁ ଭିନ୍ନ ପୂରାପୂରି ଇସଲାମ୍ ପାଇଁ ସମର୍ପିତ ହେବାକୁ ପ୍ରୋତ୍ସାହିତ କରିଥିଲେ। ସେ ଇସଲାମର ଉଦୟ ପାଇଁ ଆର୍ଥିକ ସାହାଯ୍ୟ ମଧ୍ୟ କରିଥିଲେ। ଯେତେବେଳେ ଇସଲାମ୍ ପ୍ରଥମେ ସଙ୍କଟରେ ଥିଲା ସେତେବେଳେ ଖଦିଜାଙ୍କ ଉଦାର ହୃଦୟ ଦ୍ବାରା ଲୋକଙ୍କ ଭରସା ଜିତିବାରେ ଖୁବ୍ ସାହାଯ୍ୟ ମିଳିଥିଲା।

ଖ୍ରୀଷ୍ଟପୂର୍ବ ୬୧୯ଶତାବ୍ଦୀରେ ଖଦିଜା ଅସୁସ୍ଥ ହୋଇଥିଲେ ଏବଂ ନିଜର ଆଖି ବୁଜିଥିଲେ। ଖଦିଜା ଯେଉଁ ବାଟକୁ ବାଛିଥିଲେ ତାହା ବିଶ୍ବର ଇତିହାସକୁ ବଦଳାଇ ଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.