Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ପବିତ୍ର ମହାଳୟା ତିଥିରେ କଟକର ପୂଜା ମଣ୍ଡପରେ ଗଢାଯାଉଥିବା ମା’ଙ୍କ ମୃଣ୍ମୟୀ ମୂର୍ତ୍ତିରେ ହେଲା ଖଡି ଲାଗି

28/09/2019 at 4:12 PM

କଟକ ୨୮।୯: ପବିତ୍ର ମହାଳୟା ତିଥିରେ କଟକର ସବୁ ପୂଜା ମଣ୍ଡପ ଗଢାଯାଉଥିବା ମା’ଙ୍କ ମୃଣ୍ମୟୀ ମୂର୍ତ୍ତିରେ ଖଡି ଲାଗି କରିଥାନ୍ତି । ସେଥିପାଇଁ ଏହାକୁ ମଧ୍ୟ କୁହାଯାଇଥାଏ ଖଡି ଚଢା ଅମାବାସ୍ୟା । ଏହି ଖଡି ଲାଗି ପରେ ମୂର୍ତ୍ତି କାର୍ଯ୍ୟରେ ଜୋରସୋରରେ ଲାଗି ପଡିଥାନ୍ତି କାରିଗର ।

ଆଜି ହେଉଛି ପବିତ୍ର ମହାଳାୟା ଅମାବାସ୍ୟା ଆଉ ଏହି ତିଥିରେ ମା’ଙ୍କ ଦୁର୍ଗା ପୂଜା ପାଇଁ ନିର୍ମାଣ ହେଉଥିବା ମୂର୍ତ୍ତିରେ ଖଡି ଲାଗି କରାଯାଇଥାଏ । ଯେଉଁଥି ପାଇଁ ଏହାକୁ ଖଡି ଚଢା ଅମାବାସ୍ୟା ବୋଲି କୁହାଯାଇଥାଏ । ତେବେ ମା’ ଦୁର୍ଗା ପୂର୍ଣ୍ଣିମା ଦିନ ଶାନ୍ତ ସ୍ବଭାବରେ ରହିଥିବା ବେଳେ ଆମାବସ୍ୟାରେ ମା’ ରାଗିଥାନ୍ତି । ତେଣୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଉପରେ ଖଡି ଲାଗି କରାଯାଇଥାଏ । ତେବେ ମା’ଙ୍କର ଏହି ପରମ୍ପରା କେଉଁ ଆଦିମ କାଳରୁ ରହିଥିବା ପୌରାଣିକ ତଥ୍ୟ ଆଧାରରେ ମା’ଙ୍କର ଏସବୁ ବିଧି କରାଯାଇଥାଏ । ତେବେ ଖଡି ଚଢା ଅମାବାସ୍ୟାରେ  ଖଡି ଲାଗି ହେବା ପରେ ଦଶହରା ମାହୋଲ ଅଧିକ ସରଗରମ ହେବା ସହ ପୂଜା କମିଟି ଅଧିକ ଜୋରଦାର ପ୍ରସ୍ତୁତିରେ ଲାଗି ପଡିଥାନ୍ତି । କଟକରେ ଯେଉଁ ସବୁ ମଣ୍ଡପରେ ମା’ ଦୁର୍ଗା ପୂଜା ପାଇବେ ସେହିଠାରେ ଖଡି ଲାଗି ହୋଇଥାଏ ।

କଟକ ସହରରେ ଜନ୍ମାଷ୍ଟମୀରେ ମା’ଙ୍କ ପାଇଁ ମାଟି ଉଠା ଯାଏ ଆଉ ସେହିଭଳି ମହାଳୟାରେ ପ୍ରଥମେ ମା’ଙ୍କୁ ଖଡି ଲାଗି ହେବା ପରେ ମୂର୍ତ୍ତି ତିଆରିରେ ଅଧିକ ଲାଗି ପଡିଥାନ୍ତି କାରିଗର । ପ୍ରଥମେ ମା’ଙ୍କ ଖଡି ଚଢା ପର୍ବ ସରିବା କ୍ଷଣି ମାଟି ମୂର୍ତ୍ତି ଶୁଖିଯିବା ପରେ ହିଁ ଆରମ୍ଭ ହୋଇଥାଏ ମା’ଙ୍କ ରଙ୍ଗ କାର୍ଯ୍ୟ ଓ ଏହା ପରେ ମା’ ଙ୍କୁ ସଜାଇବାରେ ନିମଗ୍ନ ହୋଇ ପଡନ୍ତି କରାଗିର । ମହାଳୟା ତଥା ଖଡି ଚଢା ଅମାବାସ୍ୟା ପରେ ମା’ ଙ୍କ ଆଗମନର ପ୍ରସ୍ତୁତିକୁ ସମସ୍ତେ ଜୋରଦାର କରିଥାନ୍ତି ।

ଗୋଟିଏ ପଟେ ମା’ ଙ୍କ ମୂର୍ତ୍ତିରେ ରଙ୍ଗ ଦେବା ସହ ମୂର୍ତ୍ତି ସଜାଇବାରେ କାରିଗର ବ୍ୟସ୍ତ ଥିବାବେଳେ ଅନ୍ୟପଟେ ନିଜ ନିଜ ଅଞ୍ଚଳରେ ସାଜ୍ଜସଜ୍ଜା ପାଇଁ ପ୍ରସ୍ତୁତରେ ଲାଗି ପଡିଥାନ୍ତି ପୂଜା କମିଟି କର୍ମକର୍ତ୍ତା ।

   Related Posts