Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

କି ଦିନ ଦେଖାଇଲା ଏ ଲକଡାଉନ୍ : ଗୁଜୁରାଣ ମେଣ୍ଟାଇବା ପାଇଁ K.G.F ଫିଲ୍ମର ମ୍ୟୁଜିକ୍ ଡିରେକ୍ଟର ଶେଷରେ କାମ କଲେ ଶାଳଘରେ

30/03/2020 at 3:27 PM

ନୂଆଦିଲ୍ଲୀ ୩୦/୩: ୨୦୧୮ମସିହାରେ ଏକ ଫିଲ୍ମ ଆସିଥିଲା ଯାହାର ନାଁ ଥିଲା K.G.F: Chapter 1। ଏହି ଫିଲ୍ମ ବହୁତ ପ୍ରଶଂସା ସାଉଁଟିଥିଲା ଏବଂ ବହୁତ ଆୟ ମଧ୍ୟ କରିଥିଲା। କିନ୍ତୁ ଆପଣ ଭାବୁଥିବେ କରୋନା ଭାଇରସ୍ ଏବଂ ଲକଡାଉନ୍ ସମୟରେ ଆମେ ଏହି ଫିଲ୍ମ ବିଷୟରେ କାହିଁକି କଥା ହେଉଛୁ। ପ୍ରକୃତରେ ଏହି ଫିଲ୍ମର ସଙ୍ଗୀତ ନିର୍ଦେଶକ ରବି ବସରୁର ଚର୍ଚ୍ଚାରେ ଅଛନ୍ତି। କରୋନା ଭାଇରସ୍ ଯୋଗୁଁ ଭାରତରେ ୨୧ଦିନ ଲକଡାଉନ୍ ଘୋଷିତ ହୋଇଛି। ଏପରି ପରିସ୍ଥିତିରେ ଜରୁରୀ ସେବାକୁ ଛାଡ଼ି ବାକି ସବୁ କାମ ବନ୍ଦ ରହିଛି। ଫିଲ୍ମ ମଧ୍ୟ ରୋକା ଯାଇଛି। ତେଣୁ ରବିଙ୍କ ବାପା ମଧ୍ୟ ଗାଁକୁ ଫେରି ଯାଇଛନ୍ତି।

ରବିଙ୍କ ଗାଁ କର୍ଣ୍ଣାଟକର ଉଡୁପି ଜିଲ୍ଲାରେ ଅବସ୍ଥିତ। ତାଙ୍କ ବାପା ଲୁହା କାମ କରନ୍ତି। ଏବେ ରବି ମଧ୍ୟ ଫାଙ୍କା ସମୟରେ ତାଙ୍କୁ ସାହାଯ୍ୟ କରୁଛନ୍ତି। ସେ ଫେସବୁକରେ ଫଟୋ ଏବଂ ଭିଡିଓ ପୋଷ୍ଟ କରୁଛନ୍ତି। ସେ ଏଥିରେ ଲୁହା କାମ କରୁଛନ୍ତି। ଭିଡିଓରେ ରବି ଏକ ବାସନରେ ହାତୁଡ଼ି ଏବଂ କଣ୍ଟା ଜରିଆରେ ଡିଜାଇନ୍ କରୁଥିବା ନଜର ଆସିଛନ୍ତି।

K.G.F: Chapter 2ରେ ମଧ୍ୟ ରବି ସଙ୍ଗୀତ ଦେଇଛନ୍ତି। ଏହା ୨୦୨୦ମସିହା ଅକ୍ଟୋବରରେ ରିଲିଜ ହେବାର ସମ୍ଭାବନା ରହିଛି। ଏଥିରେ ସଞ୍ଜୟ ଦତ୍ତ ମଧ୍ୟ ନଜର ଆସିବେ।

ରବି ବସରୁରଙ୍କ ଜନ୍ମ ଏକ ଗରିବ ପରିବାରରେ ହୋଇଥିଲା। ତାଙ୍କ ବାପା ଲୁହା,ପିତ୍ତଳର ମୂର୍ତ୍ତି ତିଆରି କରନ୍ତି। ଅତ୍ୟନ୍ତ ସଂଘର୍ଷ କରିବା ପରେ ସେ ଦକ୍ଷିଣ ଫିଲ୍ମ ଜଗତରେ ନିଜର ପରିଚୟ ସୃଷ୍ଟି କରି ପାରିଥିଲେ। ସେ ଏବେ ସୁଦ୍ଧା ୨୦ଟି ଫିଲ୍ମରେ ସଙ୍ଗୀତ ଦେଇ ସାରିଛନ୍ତି।

   Related Posts