Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଜୁଲାଇରେ ରିଲିଜ୍ ହେବ ବହୁପ୍ରତୀକ୍ଷିତ ଫିଲ୍ମ କେଜିଏଫ ୨, ସାମ୍ନାକୁ ଆସିଲା ନୂତନ ପୋଷ୍ଟର

29/01/2021 at 9:26 PM

ନୂଆଦିଲ୍ଲୀ ୨୯।୦୧: ୟଶ ଓ ସଞ୍ଜୟ ଦତ୍ତଙ୍କ ଅଭୀନିତ କେଜିଏଫ ଚ୍ୟାପ୍ଟର ୨ର ରିଲିଜ୍ ତାରିଖ ଘୋଷଣା ହୋଇଛି। ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଲାଗି ରହିଛି। ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ଏବଂ ଫିଲ୍ମର ନିର୍ମାତା ଏହି ବହୁପ୍ରତୀକ୍ଷିତ ଫିଲ୍ମ ଜୁଲାଇରେ ରିଲିଜ୍ ହେବ ବୋଲି ଘୋଷଣା କରିଛନ୍ତି।

ତରଣ ଆଦର୍ଶ ଟ୍ଵିଟ୍ କରି କହିଛନ୍ତି, କେଜିଏଫ ୨୦୨୧ ଜୁଲାଇ ୧୬ରେ ରିଲିଜ୍ ହେବ। ଏହି ଫିଲ୍ମରେ ସଞ୍ଜୟ ଦତ୍ତ, ୟଶ, ଶ୍ରୀନିଧି ସେଟ୍ଟି ଓ  ରବିନା ଟଣ୍ଡନ ପ୍ରମୁଖ ଚରିତ୍ରରେ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନିଲ୍ ଏବଂ ନିର୍ମାତା ହେଉଛନ୍ତି ବିଜୟ କିରଗନ୍ଦୁର। ଏହି ଫିଲ୍ମ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଓ ମାଲାୟାଲମ ଭାଷାରେ ରିଲିଜ୍ ହେବ। ହିନ୍ଦୀରେ ଏହା ରିତେଶ ସିଧଓ୍ଵାନୀ ଓ ଫରହାନ ଅଖତର, ଏକ୍ସେଲ ଏଣ୍ଟରଟେନମେଣ୍ଟର ଦ୍ଵାରା ସିନେମାଘରକୁ ଆସିବ।

ସୂଚନାଯୋଗ୍ୟ, ୨୦୧୮ରେ ଆସିଥିବା ଫିଲ୍ମ କେଜିଏଫର ସ୍ଵିକେଲ୍ ହେଉଛନ୍ତି କେଜିଏଫ ଚାପ୍‌ଟର ୨। ପ୍ରଥମ ଚାପ୍‌ଟର ବ୍ଲକ୍ ବଷ୍ଟର ହିଟ୍ ହୋଇଥିଲା। ଫିଲ୍ମରେ ସାଉଥ୍ ଅଭିନେତା ୟଶଙ୍କ ଦମଦାର ଅଭିନୟକୁ ଖୁବ୍ ପସନ୍ଦ କରାଯାଇଥିଲା। ଏହି ଫିଲ୍ମ ସାରା ଦୁନିଆରେ ଲୋକପ୍ରିୟତା ସାଉଁଟିଥିଲା।

   Related Posts